ETV Bharat / sports

ଅଷ୍ଟ୍ରେଲିଆ ଓପନ: ସେମିଫାଇନାଲରେ ସେରେନାଙ୍କ ସ୍ଥାନ ପକ୍କା - ଟେନିସ ଖବର

ଅଷ୍ଟ୍ରେଲିଆ ଓପନ 2021ର ସେମିଫାଇନାଲରେ ପହଞ୍ଚିଲେ ସେରେନା ୱିଲିୟମସ। ଏହି 23ଟି ଗ୍ରାଣ୍ଡ ସ୍ଲାମ ବିଜେତା କ୍ବାର୍ଟରଫାଇନାଲରେ ବିଶ୍ବର ଦୁଇ ନମ୍ବର ସ୍ଥାନରେ ରହିଥିବା ଟେନିସ ତାରକା ରୋମାନିଆର ସିମୋନା ହେଲେପଙ୍କୁ ଭେଟିଥିଲେ। ଅଧିକ ପଢ଼ନ୍ତୁ...

serena williams reached to semi finals of the australian open 2021
ଅଷ୍ଟ୍ରେଲିଆ ଓପନ: ସେମିଫାଇନାଲରେ ସେରେନାଙ୍କ ସ୍ଥାନ ପକ୍କା
author img

By

Published : Feb 16, 2021, 7:48 PM IST

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଓପନ 2021ର ସେମିଫାଇନାଲରେ ପହଞ୍ଚିଲେ ସେରେନା ୱିଲିୟମସ। ଏହି 23ଟି ଗ୍ରାଣ୍ଡ ସ୍ଲାମ ବିଜେତା କ୍ବାର୍ଟରଫାଇନାଲରେ ବିଶ୍ବର ଦୁଇ ନମ୍ବର ସ୍ଥାନରେ ରହିଥିବା ଟେନିସ ତାରକା ରୋମାନିଆର ସିମୋନା ହେଲେପଙ୍କୁ ଭେଟିଥିଲେ। ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚରେ ସେରେନା ୱିଲିୟମସ ରୋମାନିଆର ସିମୋନା ହେଲେପଙ୍କୁ ଲଗାତାର ଦୁଇଟି ସେଟରେ 6-3, 6-3ରେ ପରାସ୍ତ କରିଛନ୍ତି।

ଏକ ଘଣ୍ଟା 21 ମିନିଟ ଧରି ଚାଲିଥିବା ଏହି ମ୍ୟାଚରେ ପ୍ରଥମରୁ ଆକ୍ରମକ ଖେଳ ଦେଖାଇ ଥିଲେ ସେରେନା ୱିଲିୟମସ। 2017 ମସିହାରେ ଶେଷ ଥର ପାଇଁ ସେରେନା ଅଷ୍ଟ୍ରେଲିଆନ ଓପନ ଟାଇଟଲ ହାତେଇଥିଲେ। ଏହାପରେ ସେ କୌଣସି ଗ୍ରାଣ୍ଡ ସ୍ଲାମ ଜିତି ପାରି ନାହାନ୍ତି। ବର୍ତ୍ତମାନ ସେ ଟେନିସ ରାଙ୍କିଂରେ 11ତମ ସ୍ଥାନରେ ରହିଛନ୍ତି। 24ତମ ଗ୍ରାଣ୍ଡସ୍ଲାମ ନିଜ ନାମରେ କରିବାକୁ ଆଉ ଦୁଇଟି ମ୍ୟାଚ ଜିତିବାକୁ ହେବ।

ସେମି ଫାଇନାଲରେ ସେ ବିଶ୍ବର 3 ନମ୍ବର ସ୍ଥାନରେ ଥିବା ଜାପାନର ନାଓମୀ ଓସାକାଙ୍କୁ ଭେଟିବେ। 39 ବର୍ଷୀୟ ସେରେନା ୱିଲିୟମସଙ୍କ ଏହା 40ତମ ଗ୍ରାଣ୍ଡସ୍ଲାମ ସେମିଫାଇନାଲ ମ୍ୟାଚ ହେବ। ସେପଟେ ମହିଳା ବର୍ଗର ଆଉ ଏକ କ୍ବାର୍ଟର ଫାଇନାଲରେ ନାଓମୀ ଚାଇନାର ତାଇପେ ସୁ ୱେଇଙ୍କୁ ଦୁଇଟି ସେଟ 6-2, 6-2ରେ ପରାସ୍ତ କରିଛନ୍ତି। ଏହି ମ୍ୟାଚ ଏକ ଘଣ୍ଟା 6 ମିନିଟ ଧରି ଚାଲିଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.