ETV Bharat / sports

ମିଆମି ଓପନରୁ ଓହରିଲେ ରୋଜର ଫେଡେରର

ବିଶ୍ବ ଟେନିସର ପୂର୍ବତନ ନଂ1 ଖେଳାଳି ତଥା 20ଥର ଗ୍ରାଣ୍ଡ ସ୍ଲାମ ଚମ୍ପିଆନ ରହିଥିବା ରୋଜର ଫେଡେରର, ମିଆମି ଓପନ ATP 1000 ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Mar 2, 2021, 6:30 PM IST

Roger Federer withdraws from Miami Open
ମିଆମି ଓପନରୁ ଓହରିଲେ ରୋଜର ଫେଡେରର

ମିଆମି: ବିଶ୍ବ ଟେନିସର ପୂର୍ବତନ ନଂ1 ଖେଳାଳି ତଥା 20ଥର ଗ୍ରାଣ୍ଡ ସ୍ଲାମ ଚମ୍ପିଆନ ରହିଥିବା ରୋଜର ଫେଡେରର, ମିଆମି ଓପନ ATP 1000 ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି । ଚଳିତ ମାସ ଶେଷ ସପ୍ତାହରେ ଏହି ମେଗା ଟେନିସ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ । ତାଙ୍କର ଏଜେଣ୍ଟ ଟୋନି ଗଡସିକଙ୍କ ଅନୁଯାୟୀ, ଫିଟ୍‌ନେସ ଉପରେ ଧ୍ୟାନ ଦେଉଥିବାରୁ ଏହି ନିଷ୍ପତ୍ତି ନେଇଛନ୍ତି ଫେଡେରର ।

ଗତ ସଂସ୍କରଣରେ ଫେଡେରରଙ୍କ ଡାହାଣ ଆଣ୍ଠୁରେ ଦୁଇଥର ଅସ୍ତ୍ରୋପଚାର ହୋଇଛି । ଏହାପରେ ଏହି ସ୍ବିସ ଟେନିସ ସୁପରଷ୍ଟାର କୌଣସି ପେଷାଦାର ଟେନିସ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିନାହାଁନ୍ତି ।

ତେବେ 29 ବର୍ଷୀୟ ଅଭିଜ୍ଞ ଫେଡେରର କ୍ବାତାର, ଦୋହାଠାରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରୁ କମବ୍ୟାକ୍‌ କରିବେ ବୋଲି ଆଶା କରାଯାଉଛି ।

ଗତ ଶୁକ୍ରବାର ଫେଡରର ଟ୍ବିଟରରେ ଏକ ଫଟୋ ସେୟାର କରିଥିଲେ ଓ ଦୋହା ପାଇଁ କାଉଣ୍ଟଡାଉନ ଆରମ୍ଭ ବୋଲି ଲେଖିଥିଲେ ।

ଯଦି ଏପରି ହୁଏ, ତେବେ ପ୍ରାୟ ବର୍ଷେ ପରେ ଦୋହା ଓପନ ଫେଡେରରଙ୍କ ପ୍ରଥମ ଇଭେଣ୍ଟ ହେବ । ଶେଷ ଥର ସେ ଫେବ୍ରୁଆରୀ 2020ରେ ଅଷ୍ଟ୍ରେଲିଆନ ଓପନ ସେମିଫାଇନାଲରେ ଟେନିସ କୋର୍ଟରେ ନଜର ଆସିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.