ହାଇଦ୍ରାବାଦ: ସ୍ବିଜରଲାଣ୍ଡର ଷ୍ଟାର ଖେଳାଳି ରୋଜର ଫେଡରର ଦୀର୍ଘ ଦିନ ହେବ ଆଣ୍ଠୁ ଜନିତ ସମସ୍ୟାରେ ପୀଡିତ ଅଛନ୍ତି । ତେବେ ବୁଧବାର ଦିନ ଫେଡରର ନିଜ ଆଣ୍ଠୁର ସର୍ଜରୀ କରାଇଛନ୍ତି । ଏଥିପାଇଁ 24 ମେରୁ 7ଜୁନ ଯାଏଁ ହେବାକୁଥିବା ଫ୍ରେଞ୍ଚ ଓପନରେ ଖେଳି ପାରିବେ ନାହିଁ ।

ଏହି ଲୋକପ୍ରିୟ ଖେଳାଳି ନିଜର ଟ୍ବିଟରରେ ପୋଷ୍ଟ କରିଛନ୍ତି ଯେ, କିଛି ଦିନ ହେବ ଡାହାଣ ଆଣ୍ଠୁ ମୋର ଚିନ୍ତା ବଢାଇଛି । ଆଶା ଅଛି ଏହା ଠିକ୍ ହୋଇଯିବ । ଏବେ ସର୍ଜରୀ ପାଇଁ ମୁଁ ଦୁବାଇ, ଇଣ୍ଡିଆନ ଓ୍ବେଲ୍ସ, ବୋରୋଟା, ମିୟାମି ଓ ପ୍ରେଞ୍ଚ ଓପନରେ ଅଂଶ ଗ୍ରହଣ କରି ପାରିବି ନାହିଁ । ମୁଁ ସମସ୍ତ ସମର୍ଥକଙ୍କ କୃତଜ୍ଞତା ଜ୍ଞାପନ କରୁଛି । ଶୀଘ୍ରଖେଳ ମୈଦାନକୁ ଫେରିବି ।