ETV Bharat / sports

ଅଗଷ୍ଟରେ ଅଭ୍ୟାସକୁ ଫେରିବେ ଟେନିସ ଷ୍ଟାର ରୋଜର ଫେଡେରର

ଅଗଷ୍ଟରେ ଅଭ୍ୟାସକୁ ଫେରିବେ ଟେନିସ ଷ୍ଟାର ରୋଜର ଫେଡେରର । 20 ଥର ଗ୍ରାଣ୍ଡ ସ୍ଲାମ ବିଜେତା ଫେଡେରେରଙ୍କ କୋଚ ସେଭରିନ ଲୁଥି ସୂଚନା ଦେଇଛନ୍ତି ।

author img

By

Published : Jul 26, 2020, 5:58 PM IST

Roger Federer likely to restart training in August
ଅଗଷ୍ଟରେ ଅଭ୍ୟାସକୁ ଫେରିବେ ଟେନିସ ଷ୍ଟାର ରୋଜର ଫେଡେରର

ଜୁରିଚ: ଅଗଷ୍ଟରେ ଅଭ୍ୟାସକୁ ଫେରିବେ ଟେନିସ ଷ୍ଟାର ରୋଜର ଫେଡେରର । 20 ଥର ଗ୍ରାଣ୍ଡ ସ୍ଲାମ ବିଜେତା ଫେଡେରେରଙ୍କ କୋଚ ସେଭରିନ ଲୁଥି ସୂଚନା ଦେଇଛନ୍ତି । ଆଣ୍ଠୁରେ ଆଘାତ ଯୋଗୁଁ, ଫେଡେରର 2020 ସିଜିନ ସଂପୂର୍ଣ୍ଣ ଖେଳିପାରିନଥିଲେ ।

"ଏବେ ରୋଜର ସଂପୂର୍ଣ୍ଣ ସୁସ୍ଥ । ସବୁ କଠିନ ସମୟକୁ ସକରାତ୍କକ ଭାବେ ରୋଜର ଗ୍ରହଣ କରିଥାନ୍ତି ।" ପ୍ରଥମ ପ୍ରୋ-କପ୍ ପ୍ରଦର୍ଶନୀ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି କୋଚ ଲୁଥି ।

ପେରେ ପାଗନିନିଙ୍କ ସହ ଶାରୀରିକ ଅଭ୍ୟାସ ଆରମ୍ଭ କରିଛନ୍ତି ଫେଡେରର । ପରେ ସେ ଅଗଷ୍ଟ 2ୟ ସପ୍ତାହ ସୁଦ୍ଧା ଟେନିସ କୋର୍ଟରେ ଅଭ୍ୟାସ ଆରମ୍ଭ କରିବେ ।

2021 ଅଷ୍ଟ୍ରେଲିଆନ ଓପନରେ ଭାଗନେବାକୁ ଫେଡେରେର ଲକ୍ଷ୍ୟ ରଖିଥିବା କୋଚ କହିଛନ୍ତି । ରୋଜର ଫେଡେରେର ଫେବୃଆରୀରେ ଏକ ଅପେରେସନର କରାଇଥିଲେ ।

39 ବର୍ଷୀୟ ଟେନିସ ଷ୍ଟାର 2020 ଅଷ୍ଟ୍ରେଲିଆନ ଓପନ ସେମିଫାଇନାଲରେ ନୋବାକ ଜୋକଭିକଙ୍କ ଠାରୁ ପରାସ୍ତ ହୋଇ ବାଦ ପଡିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.