ETV Bharat / sports

ଏଟିପି ମାନ୍ୟତାରେ ପ୍ରଜନେଶ 84ତମ ସ୍ଥାନକୁ ଉନ୍ନୀତ - ପ୍ରଜନେଶ

ଏଟିପିର ନୂଆ ର୍ୟାଙ୍କିଙ୍ଗ୍ ତାଲିକାରେ ଟେନିସ୍ ଖେଳାଳି ପ୍ରଜନେଶ ଗୁଣେଶ୍ବରନ ଏହି ତାଲିକାରେ 84ତମ ସ୍ଥାନରେ ରହିଛନ୍ତି । ଅନ୍ୟପଟେ 2ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ୟୁକି ଭାଂଓ୍ୱରୀ ଶୀର୍ଷ 200 ଖେଳାଳି ତାଲିକାରୁ ବାଦ୍ ପଡିଛନ୍ତି ।

ଫାଇଲ ଫଟୋ
author img

By

Published : Mar 19, 2019, 5:06 PM IST

ନୂଆଦିଲ୍ଲୀ: ଏଟିପିର ନୂଆ ର୍ୟାଙ୍କିଙ୍ଗ୍ ତାଲିକା ପ୍ରକାଶିତ ହୋଇଛି । ପୂର୍ବରୁ ଏଟିପି ମାଷ୍ଟର୍ସ 1000 ଟୁର୍ଣ୍ଣାମେଣ୍ଟରେ ନିଜ ଠାରୁ ଉଚ୍ଚ ର୍ୟାଙ୍କର ଖେଳାଳିଙ୍କୁ ହରାଇ 3ୟ ପର୍ଯ୍ୟାୟ ଯାଏଁ ଯାଇଥିବା ଭାରତୀୟ ଟେନିସ୍ ଖେଳାଳି ପ୍ରଜନେଶ ଗୁଣେଶ୍ବରନ ଏହି ତାଲିକାରେ 84ତମ ସ୍ଥାନରେ ରହିଛନ୍ତି । ଅନ୍ୟପଟେ 2ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ୟୁକି ଭାଂଓ୍ୱରୀ ଶୀର୍ଷ 200 ଖେଳାଳି ତାଲିକାରୁ ବାଦ୍ ପଡିଛନ୍ତି ।

ଇଣ୍ଡିଆନ ଓ୍ବେଲ୍ସରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ପ୍ରଜନେସ୍ 61 ଅଙ୍କ ହାସଲ କରିଛନ୍ତି । ଫଳରେ ଏବେ 13ଟି ସ୍ଥାନର ଲାଭ ହୋଇଛି । ତେଣୁ ସେ ନିଜ କ୍ୟାରିଅରର ସର୍ବଶ୍ରେଷ୍ଠ ର୍ୟାଙ୍କିଙ୍ଗ 84ତମ ପ୍ରାପ୍ତ କରିଛନ୍ତି ।

ଖବରମୁତାବକ, ୟୁକି ଭାଂବରୀ ଶୀର୍ଷ 200 ଖେଳାଳି ତାଲିକାରୁ ବାଦ୍ ପଡି ବର୍ତ୍ତମାନ 207ତମ ସ୍ଥାନରେ ରହିଛନ୍ତି । ସେହିପରି ରାମନାଥନ ନିଜର ର୍ୟାଙ୍କିଙ୍ଗରୁ 3ତମ ସ୍ଥାନକୁ ଖସି 139 ନମ୍ବରରେ ରହିଛନ୍ତି । ଶଶି କୁମାର ମୁକୁନ୍ଦ 2ଟି ସ୍ଥାନ ଆଗକୁ ଆସି 268ନମ୍ବରରେ ରହିଛନ୍ତି ।

ସ୍ଲଗ :ଦୋଳାରେ ବୁହାହେଲେ ପ୍ରସ୍ତୁତି ମହିଳା ,ରାସ୍ତାରେ ହେଲା ପ୍ରସବ  ...
ରିପୋର୍ଟର: ସମୀର ଆଚାର୍ଯ୍ୟ,
ଫମାର୍ଟ  : ଏଭିଓ,
ସ୍ଥାନ       :   ବ୍ରହ୍ମପୁର,
ତାରିଖ    ୧୬-୦୩-୧୯. :-(ଭିଜୁଆଲ Whats App ରେ ଯାଇଛି.)
 (ଆଙ୍କର):-ଆଦିବାସୀ ଅଞ୍ଚଳର ବିକାଶ ପାଇଁ ସରକାର ଙ୍କ ପକ୍ଷରୁ ବିଭିନ୍ନ ଯୋଜନା କରାଯାଉଥିବା କୁହାଯାଉଥିବା ବେଳେ ଗଞ୍ଜାମ ଜିଲ୍ଲାର ଚିକିଟି  ନିର୍ବାଚନମଣ୍ଡଳୀର ପାତ୍ରପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଏବେବି ଜନସାଧାରଣ ନାନା ହଟ୍ଟହଟା ହେଉଥିବାର ଅଭିଯୋଗ ହେଉଥିବା ବେଳେ ପୁଣି ଥରେ  ଦୋଳାରେ ବୁହା ହୋଇଛନ୍ତି  ଜଣେ ପ୍ରସ୍ତୁତି ମହିଳା । ଏପରିକି ମହିଳା ଙ୍କୁ ଦୋଳାରେ ନିଆଯାଉଥିବା ବେଳେ ରାସ୍ତାରେ ପ୍ରସବ ହୋଇଥିବା କୁହାଯାଇଛି  । ପାତ୍ରପୁର ବ୍ଲକର ଆଙ୍କୁଲି ପଞ୍ଚାୟତର ଫୁଲସାହି ଗ୍ରାମରେ ଏହି  ପ୍ରସ୍ତୁତି ମହିଳା ଙ୍କୁ ଦୋଳାରେ ବୁହାହୋଇ ନିଆଯିବା ଘଟଣାର ଭିଡିଓ ଭାଇରାଲ ହୋଇଥିବା  ଦେଖାଯାଇଛି  । ଆଦିବାସୀ ଅଞ୍ଚଳର ସୀମାଦ୍ରି ନାୟକ ଙ୍କ ପତ୍ନୀ ପ୍ରସବ ବେଦନା ପାଇବା ପରେ ପରିବାର ବର୍ଗ ଏବଂ କେତେକ ଗ୍ରାମବାସୀ ମିଳିତ ଭାବେ ଏଭଳି ଦୋଳାରେ ପାହଡ ରାସ୍ତା ଦେଇ ଓଲ୍ଲାଇଥିବା କୁହାଯାଇଛି  । ସରକାର ଆଦିବାସୀ ଙ୍କ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପାତ୍ରପୁର ବ୍ଲକରେ  ଏଭଳି ଦୁର୍ଗମ ଅଞ୍ଚଳକୁ ଅଦ୍ୟାବଧି ଯାତାୟର ବ୍ୟବସ୍ଥା ହୋଇପାରିନଥିବାରୁ ଏଭଳି ଘଟଣା ଦେଖିବାକୁ ମିଳିଛି  । ସେଠାରେ ରାସ୍ତା ସହ ଚିକିତ୍ସା ସୁବିଧା ନଥିବାରୁ ଲୋକେ ଅନେକ ହଇରାଣ ହରକତ ହୋଇଥାନ୍ତି  । ପାତ୍ରପୁର ଅଞ୍ଚଳର ତୁମ୍ୱା , ବୁରାତାଲ ,ଆଙ୍କୁଲି ,ସାମନ୍ତରାପୁର ,ତୁରୁବୁଡି ଭଳି ଅଞ୍ଚଳରେ ଅନେକ ଗ୍ରାମ ପାହଡ ଉପରେ ରହିଥିବାରୁ ସେଠାକାର ସମସ୍ୟା ର ସମାଧାନ ହୋଇପାରିନାହିଁ  ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.