ETV Bharat / sports

ଅଷ୍ଟ୍ରେଲିଆନ ଓପନ: ପ୍ରସ୍ତୁତି ଟୁର୍ଣ୍ଣାମେଣ୍ଟରୁ ଓହରିଲେ ଓସାକା, ଆଜରେଙ୍କା

author img

By

Published : Feb 6, 2021, 10:18 PM IST

ଅଷ୍ଟ୍ରେଲିଆନ ଓପନର ପ୍ରସ୍ତୁତି ଟୁର୍ଣ୍ଣାମେଣ୍ଟରୁ ଓହରିଲେ ପୂର୍ବତନ ଚମ୍ପିଆନ ନାଓମି ଓସାକା ଓ ଭିକ୍ଟୋରିଆ ଅଜାରିଙ୍କା । ଅଧିକ ପଢନ୍ତୁ...

Osaka, azrenka pulls out of Australian open preparation
ଅଷ୍ଟ୍ରେଲିଆନ ଓପନ: ପ୍ରସ୍ତୁତି ଟୁର୍ଣ୍ଣାମେଣ୍ଟରୁ ଓହରିଲେ ଓସାକା, ଆଜରେଙ୍କା

ମେଲବର୍ଣ୍ଣ: ଅଷ୍ଟ୍ରେଲିଆନ ଓପନର ପ୍ରସ୍ତୁତି ଟୁର୍ଣ୍ଣାମେଣ୍ଟରୁ ଓହରିଲେ ପୂର୍ବତନ ଚମ୍ପିଆନ ନାଓମି ଓସାକା ଓ ଭିକ୍ଟୋରିଆ ଅଜାରିଙ୍କା ।

ବିଶ୍ବର 3 ନଂ ଖେଳାଳି ଓସାକା, ଆହତ କାରଣରୁ ଗିପ୍‌ସଲାଣ୍ଡ ଟ୍ରଫି ସେମିଫାଇନାଲରୁ ଓହରିଯାଇଥିଲେ । ସେହିପରି ଅଜାରିଙ୍କା ମଧ୍ୟ ଆହତ କାରଣରୁ ଗ୍ରାମ୍ପିୟନ୍ ଟ୍ରଫି କ୍ବାର୍ଟର ଫାଇନାଲରୁ ଓହରିଯାଇଛନ୍ତି ।

ଏହା ପୂର୍ବରୁ ସେରେନା ୱିଲିୟମ୍ସ, ଆସଲେ ବାର୍ଟିଙ୍କ ବିପକ୍ଷରେ ଖେଳିବାକୁ ଥିବା ମ୍ୟାଚରୁ ଓହରିଯାଇଥିଲେ । ଏକାଧିକ ଖେଳାଳି ଏହି ପ୍ରସ୍ତୁତି ଟୁର୍ଣ୍ଣାମେଣ୍ଟରୁ ଓହରିବାର କାରଣ ଆହତ ବୋଲି କୁହାଯାଉଛି ।

24ତମ ଗ୍ରାଣ୍ଡସ୍ଲାମ ଟାଇଟେଲ ବିଜେତା ରେକର୍ଡର ସମକକ୍ଷ ହେବାକୁଲ ଗୋଟିଏ ଟ୍ରଫି ଦୂରରେ ରହିଥିବା ସେରେନା ପ୍ରଥମ ରାଉଣ୍ଡରେ ଜର୍ମାନୀର ଲୌରା ଏସଙ୍କୁ ଭେଟିବେ । ସେହିପରି ଆମେରିକା ଓପନ ଚମ୍ପିଆନ ଓସାକା ପ୍ରଥମ ରାଉଣ୍ଡରେ ଅନସ୍ତାସିୟ ପେବଲିୟୁଞ୍ଚେକୋବାଙ୍କୁ ଭେଟିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.