ETV Bharat / sports

ଅଷ୍ଟ୍ରେଲିଆନ ଓପନ: ଫାଇନାଲରେ ପହଞ୍ଚିଲେ ନୋଭାକ ଜୋକଭିକ

author img

By

Published : Feb 18, 2021, 7:10 PM IST

ଅଷ୍ଟ୍ରେଲିଆ ଓପନ 2021 ଫାଇନାଲରେ ପହଞ୍ଚିଲେ ବିଶ୍ବର ନମ୍ବର 1 ଟେନିସ ଖେଳାଳି ନୋଭାକ ଜୋକଭିକ। ସେମିଫାଇନାଲରେ ସେ ଋଷିଆର କ୍ବାଲିଫାୟର ଏସ୍ଲାନ କାରାତ୍ସାବଙ୍କୁ ପରାଜିତ କରିଛନ୍ତି । ଅଧିକ ପଢ଼ନ୍ତୁ...

Novak Djokovic reached final to the australian open 2021
ଅଷ୍ଟ୍ରେଲିଆନ ଓପନ: ଫାଇନାଲରେ ପହଞ୍ଚିଲେ ନୋଭାକ ଜୋକଭିକ

ମେଲବର୍ନ: ଅଷ୍ଟ୍ରେଲିଆ ଓପନ 2021 ଫାଇନାଲରେ ପହଞ୍ଚିଲେ ବିଶ୍ବର ନମ୍ବର 1 ଟେନିସ ଖେଳାଳି ନୋଭାକ ଜୋକଭିକ। ସେମିଫାଇନାଲରେ ସେ ଋଷିଆର ଏସ୍ଲାନ କାରାତ୍ସାବଙ୍କୁ ପରାଜିତ କରିଛନ୍ତି । ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମରେ ପହଞ୍ଚିବା ପାଇଁ ଜୋକଭିକ ଓ କାରାତ୍ସାବଙ୍କ ମଧ୍ୟରେ 53 ମିନିଟ ଧରି କଡ଼ା ଟକ୍କର ଦେଖିବାକୁ ମିଳିଥିଲା।

ଲଗାତାର ତିନିଟି ସେଟ 6-3, 6-4 ଓ 6-2ରେ କ୍ବାଲିଫାୟର ଏସ୍ଲାନ କାରାତ୍ସାବଙ୍କୁ ପରାଜିତ କରିଛନ୍ତି ନୋଭାକ ଜୋକଭିକ । ସେପଟେ ଋଷିଆର କ୍ବାଲିଫାୟର ଏସ୍ଲାନ କାରାତ୍ସାବଙ୍କ ଏହାଥିଲା ଡେବ୍ୟୁ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟ। ଡେବ୍ୟୁରେ କୌଣସି ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପହଞ୍ଚିବାରେ ସେ ହେଉଛନ୍ତି ପ୍ରଥମ ଋଷିୟ ଟେନିସ ଖେଳାଳି ।

ଅନ୍ୟ ଏକ ସେମିଫାଇନାଲରେ ରୁଷୀୟ ଟେନିସ ତାରକା ଡେନିଲ ମେଦବେଦେବ ଓ ଗ୍ରୀସର ଷ୍ଟିଫାନସ ସିତିସପାସଙ୍କ ମଧ୍ୟରେ ଟକ୍କର ହେବ। ଏହି ମଧ୍ୟରେ ଯେ କେହି ବି ବିଜୟୀ ହେଲେ ସେ ଫାଇନାଲ ମ୍ୟାଚରେ ନୋଭାକ ଜୋକଭିକଙ୍କୁ ଭେଟିବେ। 17ଟି ଗ୍ରାଣ୍ଡସ୍ଲାମ ବିଜେତା ନୋଭାକ ଜୋକଭିକ ଯେବେ ବି ଅଷ୍ଟ୍ରେଲିଆ ଓପନର ଫାଇନାଲରେ ପହଞ୍ଚିଛନ୍ତି ସେବେ ସେ ବିଜୟୀ ହୋଇଛନ୍ତି।

ମ୍ୟାଚ ପରେ ଜୋକଭିକ କହିଛନ୍ତି ଯେ, ପୂରା ଟୁର୍ଣ୍ଣାମେଣ୍ଟରେ ଏହି ମ୍ୟାଚ ସବୁଠାରୁ ମଜାଦାର ଥିଲା। ବିନା କୌଣସି ଚାପରେ ମୁଁ ଖେଳିଛି। ଏହା ମୋ ପାଇଁ ସବୁଠାରୁ ମହତ୍ବପୂର୍ଣ୍ଣ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.