ETV Bharat / sports

ଫେଡେରର, ୱାରିଙ୍ଗା ନୁହେଁ ସ୍ବିଜରଲାଣ୍ଡକୁ ସ୍ବର୍ଣ୍ଣ ଦେଲେ ବେନେସିକ

ଟେନିସ ସିଙ୍ଗଲ୍ସ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ବିଜୟିନୀ ହୋଇଛନ୍ତି ସ୍ବିଜରଲାଣ୍ଡର ବେଲିଣ୍ଡା ବେନେସିକ । ଅଧିକ ପଢନ୍ତୁ...

author img

By

Published : Aug 1, 2021, 1:27 PM IST

Not Federer, not Wawrinka: Bencic gets gold for Switzerland
ଫେଡେରର, ୱାରିଙ୍ଗା ନୁହଁନ୍ତି ସ୍ବିଜରଲାଣ୍ଡକୁ ସ୍ବର୍ଣ୍ଣ ଦେଲେ ବେନେସିକ

ଟୋକିଓ: ରୋଡର ଫେଡେରର କିମ୍ବା ଷ୍ଟାନ ୱାରିଙ୍ଗା ନୁହଁନ୍ତି, ବରଂ ସ୍ବିସ ଟେନିସ ଷ୍ଟାର ବେନେସିକ ହେଲେ ଅଲମ୍ପିକ ଚମ୍ପିଆନ । ଟେନିସ ସିଙ୍ଗଲ୍ସ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ବିଜୟିନୀ ହୋଇଛନ୍ତି ସ୍ବିଜରଲାଣ୍ଡର ବେଲିଣ୍ଡା ବେନେସିକ । ବିଶ୍ବର ଶ୍ରେଷ୍ଠ ଟେନିସ ତାରକା ଭାବେ ପରିଗଣିତ ସ୍ବିସ୍‌ ଖେଳାଳି ଫେଡେରର କିମ୍ବା ୱାରିଙ୍ଗା ଏହି କମାଲ କରିପାରିନଥିଲେ । ମାତ୍ର ଅଲମ୍ପିକରେ ଇତିହାସରେ ରଚିଛନ୍ତି ବେନେସିକ ।

ବିଶ୍ବ ମହିଳା ଟେନିସ ମାନ୍ୟତାର ଦ୍ବାଦଶ ସ୍ଥାନରେ ଥିବା ବେନେସିକ ରିପ୍ଳବିକ ଖେଳାଳି ମାର୍କେଟା ଭୋନ୍ଦ୍ରୌସୋଭାଙ୍କୁ ଟୋକିଓ ଅଲମ୍ପିକ୍‌ରେ ୭-୫, ୨-୬, ୬-୩ ସେଟ୍‌ରେ ହରାଇ କ୍ୟାରିୟରର ପ୍ରଥମ ବଡ ଟ୍ରଫି ହାସଲ କରିଛନ୍ତି । ରବିବାର ସେ ମହିଳା ଡବଲ୍ସରେ ମଧ୍ୟ ଅଂଶଗ୍ରହଣ କରିବେ ।

ଅଲମ୍ପିକ ସ୍ବର୍ଣ୍ଣ ବିଜୟିନୀ ପରେ ବେନେସିକା କହିଛନ୍ତି, "ଏହା ଅବିଶ୍ବସନୀୟ ଯେ ଦୁଇଟି ମେଡାଲ ମିଳିବାକୁ ଯାଉଛି, ଗୋଟିଏ ସ୍ବର୍ଣ୍ଣ ପଦକ ମିଳିସାରିଥିବାବେଳେ ଅନ୍ୟଟି ନିର୍ଣ୍ଣୟ ହେବାକୁ ଅପେକ୍ଷା ରହିଛି ।" ଡବଲ୍ସ ମ୍ୟାଚ୍‌ରେ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସେ ଦୃଢୋକ୍ତି କରିଛନ୍ତି ।

ଫେଡେରେର ଓ ୱାରିଙ୍କା ବର୍ଷ ୨୦୦୮ରେ ଡବଲ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ । ପରେ ଫେଡେରେର ୨୦୧୨ରେ ସିଙ୍ଗଲ୍ସ ଫାଇନାଲରେ ପରାସ୍ତ ହୋଇଥିଲେ । ଏପରିକି ଅଲମ୍ପିକ ଟାଇଟେଲ ଜିତିବା ପରେ ବେନେସିକଙ୍କ ପାଇଁ ପ୍ରେରଣା ହୋଇଥିବା ମାର୍ଟିନା ହିଙ୍ଗିସ ମଧ୍ୟ ଏହି କରିସ୍ମା କରିପାରିନଥିଲେ । ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା ୨୦୧୬ରେ ମହିଳା ଡବଲ୍ସରେ ରୌପ୍ୟ ପଦକ ।

ହିଙ୍ଗିସଙ୍କ ମା' ମିଲାନିଏ ମୋଲିଟର ବେନେସିକଙ୍କ ଜୁନିୟର କୋଚ୍‌ ରହିଛନ୍ତି । "ସେମାନେ ତାଙ୍କ କ୍ୟାରିୟରରେ ଅନେକ କିଛି କରିଛନ୍ତି । ଯାହା ମୁଁ କରିବାକୁ ସକ୍ଷମ ହୋଇପାରିବିନି । ସେଥିପାଇଁ ଏହି ବିଜୟ ମାର୍ଟିନା ଓ ରୋଜରଙ୍କ ପାଇଁ " କହିଛନ୍ତି ବେନେସିକ । ପୂର୍ବରୁ ବର୍ଷ ୧୯୯୨ରେ ଅଲମ୍ପିକ ସିଙ୍ଗଲ୍ସରେ ଏକମାତ୍ର ସ୍ବିସ ଖେଳାଳି ଭାବେ ମାର୍କ ରୋସ୍‌ଟ ସ୍ବର୍ଣ୍ଣ ଜିତିପାରିଥିଲେ । ଟୋକିଓ ଅଲମ୍ପିକରେ ଫେଡେରର କିମ୍ବା ୱାରିଙ୍କା ପ୍ରବେଶ କରିପାରିନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.