ନୂଆଦିଲ୍ଲୀ: ଭାରତୀୟ ଟେନିସ ଷ୍ଟାର ଲିଆଣ୍ଡର ପେସଙ୍କ ହେବ ଘରବାହୁଡା । ପାକିସ୍ତାନରେ ହେବାକୁ ଥିବା ଡେଭିସ କପରେ ଭାରତୀୟ ଦଳରେ ସାମିଲ ହେବା ନେଇ ଜଣାପଡିଛି । 2018 ଏପ୍ରିଲ ପରେ ଲିଆଣ୍ଡର ଭାରତୀୟ ଦଳରୁ ଦୂରରେ ରହିଥିଲେ । ତେବେ ସୁରକ୍ଷା କାରଣରୁ ମହେଶ ଭୂପତି ପାକିସ୍ତାନ ଗସ୍ତରୁ ଓହରି ଯାଇଛନ୍ତି ।
ଅଲ ଇଣ୍ଡିଆ ଟେନିସ ଆସୋସିଏସନ(AITA) ପାକିସ୍ତାନ ଗସ୍ତ ପାଇଁ ଖେଳାଳିଙ୍କୁ ଭିସା ବ୍ୟବସ୍ଥାରେ ତତ୍ପରତା ଦେଖାଇଛି ।
ତେବେ ଅଲ ଇଣ୍ଡିଆ ଟେନିସ ଆସୋସିଏସନ ସଂପାଦକ ହିରୋନମନି ଚାଟାର୍ଜି ଚୂଡାନ୍ତ ଭାରତୀୟ ଦଳ ଚୟନ ହୋଇନଥିବା କହିଛନ୍ତି । ଖୁବ ଶୀଘ୍ର ଭାରତୀୟ ଟିମ ଚୂଡାନ୍ତ ହୋଇ ଅନ୍ତଜାର୍ତୀୟ ଟେନିସ ଫେଡେରେସନକୁ ସୂଚନା ଦିଆଯିବା ନେଇ ସେ କହିଛନ୍ତି ।
ପାକିସ୍ତାନ ଗସ୍ତ ଅସୁରକ୍ଷିତ ଦର୍ଶାଇ ମହେଶ, ରୋହନ, ରାମକୁମାର, ପ୍ରଜନେଶ ଗୁନ୍ନେଶ୍ବରନ ଓ ଦିଭଜି ସରନ ଆଦି ଖେଳାଳି ଓହରି ଯାଇଛନ୍ତି ।
ତେବେ ସକେଥ ମୈନେନି, ଅର୍ଜୁନ ଖାଡେ, ବିଜୟ ସୁନ୍ଦର, ପ୍ରଶାନ୍ତ, ଏନ ଶ୍ରୀରାମ ବାଲାଜି, ସିଦ୍ଧାର୍ଥ ରାୱତ ଓ ମନିଷ ସୁରେଶ କୁମାର ପାକିସ୍ତାନ ଗସ୍ତ ପାଇଁ ସମ୍ମତି ପ୍ରକାଶ କରିଥିବା ହିରୋନମନି ଚାଟାର୍ଜି ସୂଚନା ଦେଇଛନ୍ତି । ଏଥିସହିତ କୋଚ ଜିସାନ ଅଲ୍ଲି, ଫିଜିଓ ଆନନ୍ଦ କୁମାର ଓ ସୁନ୍ଦର ଆଇଟର ଟିମ ମ୍ୟାନେଜର ଭାବେ ପାକିସ୍ତାନ ଗସ୍ତ କରିବେ ।