ରୋମ: ପ୍ରଥମ ଖେଳାଳି ଭାବେ ଚଳିତ ଇଟାଲିୟନ ଓପନର ସେମିଫାଇନାଲରେ ପ୍ରବେଶ କରିଛନ୍ତି ଟେନିସ ଷ୍ଟାର ସିମୋନା ହେଲେପ ।
କାଜାଖିସ୍ତାନର ପ୍ରତିଦ୍ବନ୍ଦୀ ୟୁଲିଆ ପୁଟିନସେଭା ଆହତ କାରଣରୁ ଶନିବାର ମ୍ୟାଚ ଅଧାରୁ ଓହରି ଯାଇଛନ୍ତି ।
ଏହାପୂର୍ବରୁ ହେଲେପ ମ୍ୟାଚରେ 6-2, 2-0ରେ ଆଗୁଆ ରହିଥିଲେ । ଫଳରେ ହେଲେପଙ୍କୁ ବିଜେତା ଘୋଷଣା କରାଯାଇଥିଲା । ପୂର୍ବରୁ ହେଲେପ କୋରୋନା ଭାଇରସ କାରଣରୁ ୟୁଏସ ଓପନରୁ ଓହରି ଯାଇଥିଲେ । ଅନ୍ୟପଟେ ପୁଟିନସେଭା ୟୁଏସ ଓପନରେ ଖେଳିବା ସହ କ୍ବାର୍ଟର ଫାଇନାଲରେ ପହଞ୍ଚିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ