ETV Bharat / sports

ୟୁଏସ ଓପନ ଖେଳିବା ପାଇଁ ଆଗ୍ରହୀ ଜୋକଭିକ - ୟୁଏସ ଓପନ ପାଇଁ ଇଚ୍ଛୁକ ଜୋକଭିକ

ଘୋଷଣା ହେଲା ୟୁଏସ ଓପନ ତାରିଖ । ଜୋକୋଭିକ କହିଲେ ମୁଁ ନିଶ୍ଚିତ ଯିବାକୁ ଚାହିଁବି କିନ୍ତୁ ଏବେ କିଛି ବି ସ୍ପଷ୍ଟ କହି ପାରିବି ନାହିଁ । ଅଧିକ ପଢ଼ନ୍ତୁ...

I would love to go, Djokovic on US Open participation, ୟୁଏସ ଓପନ ପାଇଁ ଇଚ୍ଛୁକ ଜୋକଭିକ,  ନୋଭାକ ଜୋକୋଭିକ
ୟୁଏସ ଓପନ ପାଇଁ ଇଚ୍ଛୁକ ଜୋକଭିକ
author img

By

Published : Jun 19, 2020, 8:30 PM IST

ନ୍ୟୁୟର୍କ: ୟୁଏସ ଓପନରେ ଅଂଶ ଗ୍ରହଣ କରିବାକୁ ଇଚ୍ଛୁକ ଥିବା କହିଛନ୍ତି ବିଶ୍ବର ଏକ ନମ୍ବର ଖେଳାଳି ନୋଭାକ ଜୋକୋଭିକ । ଗୁରୁବାର ଆୟୋଜକ ମାନେ ୟୁଏସ ଓପନ ଆରମ୍ଭ ହେବା ନେଇ ଘୋଷଣା କରିଥିଲେ । ଜୋକୋଭିକ କିନ୍ତୁ ବର୍ଷର ଶେଷ ଗ୍ରାଣ୍ଡସ୍ଲାମରେ ଅଂଶଗ୍ରହଣ କରିବେ କି ନାହିଁ ତାହା ନିଶ୍ଚିତ କରି ନାହାଁନ୍ତି, କିନ୍ତୁ ସେ କହିଛନ୍ତି ଯେ କିଛି ସପ୍ତାହ ପୂର୍ବେ ସେ ଯେତିକି ସନ୍ଦେହରେ ଥିଲେ ବର୍ତ୍ତମାନ ନାହାନ୍ତି ।

ଟେନିସ ଚ୍ୟାନେଲ ଲାଇଭରେ ଜୋକୋଭିକ୍ କହିଛନ୍ତି ଯେ, ‘‘ମୁଁ ଗତ ଦୁଇ ସପ୍ତାହ ମଧ୍ୟରେ କଥା ହୋଇଥିବା USTA ଏବଂ ATPର କିଛି ଲୋକଙ୍କଠାରୁ ଶୁଣିଛି ଯେ, ଯଦି ସମ୍ଭବ ହୁଏ ଆମେ କ୍ବାରେଣ୍ଟାଇନ ସତ୍ତ୍ବେ କୋର୍ଟରେ ଅଭ୍ୟାସ କରି ପାରିବୁ ।’’

‘‘ଆହୁରି ମଧ୍ୟ, ଏକ ସମ୍ଭାବନା ଅଛି ଯେ ଆଥଲେଟ ମାନେ ଆସିବା ପାଇଁ କୌଣସି କ୍ବାରେଣ୍ଟାଇନ ରହିବ ନାହିଁ, ଯାହା ଖୁବ ଭଲ ହେବ । ବର୍ତ୍ତମାନ ସୁଦ୍ଧା ମୁଁ ଯିବି କି ନାହିଁ ତାହା ସ୍ଥିର କରିବାକୁ ବହୁତ ସମୟ ଅଛି।’’

‘‘ମୁଁ ବର୍ତ୍ତମାନ ହଁ କିମ୍ବା ନା କହି ପାରିବି ନାହିଁ। ମୁଁ ଯିବାକୁ ଭଲ ପାଏ, ନିଶ୍ଚିତ, ତଥାପି ନିୟମ ସହିତ ଖେଳ କିପରି ହେଉଛି ତାହା ମୋତେ ଦେଖିବାକୁ ପଡ଼ିବ ।’’

ଅଗଷ୍ଟ 31ରୁ ଏହାର ମୂଳ କାର୍ଯ୍ୟସୂଚୀ ଅନୁଯାୟୀ ୟୁଏସ୍ ଓପନ ଅନୁଷ୍ଠିତ ହେବ ଏବଂ ଅଗଷ୍ଟ 22ରୁ ଏହା ପୂର୍ବରୁ ଫ୍ଲିସିଂ ମେଡୋରେ ସିନ୍ସିନାଟି ଓପନ ଅନୁଷ୍ଠିତ ହେବ ।

ଜୋକୋଭିକ କହିଛନ୍ତି ଯେ ୟୁଏସ୍ ଓପନ୍ ହେଉଛି ବିଶ୍ବର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ, ଆମ ଖେଳ ଇତିହାସର ଏକ ପବିତ୍ର ଟୁର୍ଣ୍ଣାମେଣ୍ଟ ।

‘‘ଏହା ଏମିତି ଏକ ଟୁର୍ଣ୍ଣାମେଣ୍ଟ ଯାହା ଖେଳିବାକୁ ମୁଁ ସର୍ବଦା ଉପଭୋଗ କରେ । ଆମେରିକାର ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପାଇଁ ଆମର ଆଉ ଦୁଇ ମାସ ଅଛି, ତେଣୁ ଆଶା କରୁଛି ଯେ ଆଜି ସ୍ଥିର ହୋଇଥିବା ପଦକ୍ଷେପ ଏବଂ ନିୟମାବଳୀ ବଦଳିବ ଏବଂ ଟିକିଏ କୋହଳ ହୋଇଯିବ, ବିଶେଷ କରି କ୍ବାରେଣ୍ଟାଇନ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.