ପ୍ୟାରିସ୍: ଚଳିତ ଫ୍ରେଞ୍ଚ ଓପନ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଆଲେକଜାଣ୍ଡର ଜର୍ଭ । କେଇ ନିସିକୋରିଙ୍କୁ 6-4,6-1,6-1 ସେଟ୍ରେ ହରାଇ ରବିବାର ରୋଲାଣ୍ଡ ଗାରୋସ ଟୁର୍ଣ୍ଣାମେଣ୍ଟର କ୍ବାର୍ଟରରେ ପହଞ୍ଚିଛନ୍ତି ଆଲେକଜାଣ୍ଡର ।ଜାପାନ ପ୍ରତିଦ୍ବନ୍ଦ୍ବୀଙ୍କ ବିପକ୍ଷରେ ଜର୍ମାନ ଟେନିସ ଷ୍ଟାର ଜର୍ଭଙ୍କ ଏହା ପଞ୍ଚମ ବିଜୟ ଓ ଗ୍ରାଣ୍ଡ ସ୍ଲାମ ଇଭେଣ୍ଟରେ 16ତମ ବିଜୟ ।
ଗତ ମାସରେ ମାଦ୍ରିଦ ଓପନ ଟାଇଟେଲ ଜିତିବାକୁ ରାଫେଲ ନାଦାଲ, ଡୋମିନିକ ଥିମ ଓ ମଟ୍ଟେଓ ବେରେଟ୍ଟିନିଙ୍କୁ ହରାଇଥିବା ଜର୍ଭ , ଫ୍ରେଞ୍ଚ ଓପନ ଚତୁର୍ଥ ରାଉଣ୍ଡ ମ୍ୟାଚ୍ରେ ପ୍ରତିପକ୍ଷଙ୍କୁ ଏକତରଫା ହରାଇଛନ୍ତି ।
ବୋରି ବେକରଙ୍କ ପରେ ଓପନ ଇତିହାସରେ ଦ୍ବିତୀୟ ଜର୍ମାନ ଖେଳାଳି ବାବେ ଜର୍ଭ ତିନିଥର ଫ୍ରେଞ୍ଚଓପନ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ