ETV Bharat / sports

ଫ୍ରେଞ୍ଚ ଓପନ: କ୍ବାର୍ଟର ଫାଇନାଲରେ ବୋପାନ୍ନା-ସ୍କୁଗର ଯୋଡି

author img

By

Published : Jun 6, 2021, 8:35 PM IST

ଫ୍ରେଞ୍ଚ ଓପନ ପୁରୁଷ ଯୁଗଳ ବର୍ଗର କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି, ଭାରତୀୟ ଟେନିସ ଖେଳାଳି ରୋହନ ବୋପାନ୍ନା ଓ ତାଙ୍କର କ୍ରୋଏସିଆ ପାର୍ଟନର ଫ୍ରାଙ୍କୋ ସ୍କୁଗର । ଅଧିକ ପଢନ୍ତୁ...

French Open: Pair of Rohan Bopanna, Franko Skugor reach quarterfinals in men's doubles
ଫ୍ରେଞ୍ଚ ଓପନ: କ୍ବାର୍ଟର ଫାଇନାଲରେ ବୋପାନ୍ନା-ସ୍କୁଗର ଯୋଡି

ପ୍ୟାରିସ: ଚଳିତ ଫ୍ରେଞ୍ଚ ଓପନ ପୁରୁଷ ଯୁଗଳ ବର୍ଗର କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି, ଭାରତୀୟ ଟେନିସ ଖେଳାଳି ରୋହନ ବୋପାନ୍ନା ଓ ତାଙ୍କର କ୍ରୋଏସିଆ ପାର୍ଟନର ଫ୍ରାଙ୍କୋ ସ୍କୁଗର ।

ରବିବାର ମାଟୱେ ମିଡଲକୁପ ଓ ମାର୍ସେଲୋ ଏରେଭଲୋଙ୍କ ବିପକ୍ଷରେ ବୋପାନ୍ନା ଯୋଡିଙ୍କ ମ୍ୟାଚ ରହିଥିଲା । ମାତ୍ର ପ୍ରତିପକ୍ଷ ଯୋଡି ଟୁର୍ଣ୍ଣାମେଣ୍ଟରୁ ଓହରିବା ପରେ ବିଜେତା ଘୋଷିତ ହୋଇଛନ୍ତି ବୋପାନ୍ନା ଓ ସ୍କୁଗର ।

ବୋପାନ୍ନା ଓ ସ୍କୁଗର ସୋମବାର କ୍ବାର୍ଟରଫାଇନାଲ ମୁକାବିଲାରେ ସ୍ପାନିସ ଯୋଡି ପାବଲୋ ଅନ୍ଦୁଜର ଓ ପେଡ୍ରୋ ମାର୍ଟିନେଜଙ୍କୁ ଭେଟିବେ ।

ପୂର୍ବରୁ ବୋପାନ୍ନା ଓ ସ୍କୁଗର ଯୋଡି ଦ୍ବିତୀୟ ରାଉଣ୍ଡ ମ୍ୟାଚରେ ଫ୍ରାନ୍ସର ତିଆଫୋ ଓ ନିକୋଲାସ ମନରୋଙ୍କୁ 6-4,7-5ରେ ହରାଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ଏକଘଣ୍ଟା 20ମିନିଟ ଧରି ଖେଳାଯାଇଥିବା ଏହି ମ୍ୟାଚରେ ବୋପାନ୍ନା ଯୋଡି ଚମତ୍କାର ପ୍ରଦର୍ଶନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.