ପ୍ୟାରିସ୍: ଚଳିତ ଫ୍ରେଞ୍ଚ ଓପନରୁ ବାଦ୍ ପଡିଲେ ଡିଫେଣ୍ଡିଂ ଚମ୍ପିଆନ ଇଗା ସ୍ବିଆତେକ । ବିଶ୍ବ ଟେନିସ ମାନ୍ୟତାର 18ତମ ସ୍ଥାନରେ ଥିବା ଗ୍ରୀକ୍ର ମାରିଆ ସକାରିଙ୍କ ଠାରୁ ପରାସ୍ତ ହୋଇଛନ୍ତି ଇଗା । 20 ବର୍ଷୀୟ ପୋଲାଣ୍ଡ ଷ୍ଟାର ଇଗାଙ୍କୁ 6-4, 6-4 ସେଟ୍ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି ମାରିଆ । ଏଥିସହ ବାର୍ବୋରା କ୍ରେଜସିକୋଭାଙ୍କ ବିପକ୍ଷରେ ସେମିଫାଇନାଲ ମୁକାବିଲା ଖେଳିବାକୁ ନିଶ୍ଚିନ୍ତ କରିଛନ୍ତି ।
ବିଶ୍ବ ମାନ୍ୟତାର 33 ନମ୍ବର ସ୍ଥାନରେ ଥିବା ବାର୍ବୋରା 7-6(8-6), 6-3 ସେଟ୍ରେ ବିଜୟ ସହ ଆମେରିକୀୟ କୋକୋ ଗଫଙ୍କ ପ୍ରଥମ ଗ୍ରାଣ୍ଡସ୍ଲାମ ସେମିଫାଇନାଲରେ ପ୍ରବେଶ ଆଶାକୁ ଶେଷ କରିଛନ୍ତି ।
ଗ୍ରୀକ ମହିଳା ଭାବେ ପ୍ରଥମ ଐତିହାସିକ ଗ୍ରାଣ୍ଡ ସ୍ଲାମ ଏକକ ଟାଇଟେଲ ଜିତିବା ଠାରୁ ମାତ୍ର ଦୁଇଟି ବିଜୟ ଦୂରରେ ରହିଛନ୍ତି ମାରିଆ ।
ଅନ୍ୟପଟେ ଇଗାଙ୍ଗ ବିଜୟ ଧାରା ଜାରି ରହିଥିଲା । ଏପରିକି କ୍ରମାଗତ 11ଟି ମ୍ୟାଚରେ ଓ ରୋଲାଣ୍ଡ ଗାରୋସରେ 22ରେ ଅପରାଜେୟ ମଧ୍ୟ ରହିଥିଲେ । ତେବେ ମାରିଆ ଏହି ବିଜୟ
ରଥକୁ ରୋକିବା ପରେ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି ଇଗା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ