ETV Bharat / sports

ନୋଭେନ୍ତି ଓପନ: ଦ୍ବିତୀୟ ରାଉଣ୍ଡରେ ରୋଜର ଫେଡେରର

author img

By

Published : Jun 14, 2021, 10:48 PM IST

ବିଶ୍ବ ଟେନିସର ନମ୍ବର 8 ରୋଜର ଫେଡେରର ଚଳିତ ନୋଭେନ୍ତି ଓପନର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ...

Federer enters second round of Noventi Open
ନୋଭେନ୍ତି ଓପନ: ଦ୍ବିତୀୟ ରାଉଣ୍ଡରେ ରୋଜର ଫେଡେରର

ହଲେ(ଜର୍ମାନୀ): ବିଶ୍ବ ଟେନିସର ନମ୍ବର 8 ରୋଜର ଫେଡେରର ଚଳିତ ନୋଭେନ୍ତି ଓପନର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । 27 ବର୍ଷୀୟ ବେଲାରୁସିଆନ ଲାୟ ଲଭସଖାଙ୍କୁ 7-6(4), 7-5 ସେଟ୍‌ରେ ପ୍ରଥମ ରାଉଣ୍ଡରେ ହରାଇ ସୋମବାର ୱିମ୍ବଲଡନ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ଦ୍ବିତୀୟ ରାଉଣ୍ଡରେ ବିଶ୍ବ ନମ୍ବର 21 କାନାଡାର ଫେଲିକ୍ସ ଅଗର ଓ ବିଶ୍ବ ନମ୍ବର 17 ପୋଲାଣ୍ଡର ହବର୍ଟ ହରକେଜଙ୍କ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ର ବିଜେତାଙ୍କୁ ଭେଟିବେ ଫେଡେରର ।

ଅନ୍ୟଏକ ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ବିଶ୍ବ ମାନ୍ୟତାର 94ତମ ସ୍ଥାନରେ ଥିବା ଫ୍ରାନ୍ସର କୋରେଣ୍ଟିନ ମାଉଟେଟ 16, 7-5 ବିଜୟୀ ହୋଇଛନ୍ତି । ତାଙ୍କର ପ୍ରତିପକ୍ଷ ବିଶ୍ବ ମାନ୍ୟତାର 13ତମ ସ୍ଥାନରେ ଥିବା ଡେବିଡ ଗଫିନ ଆହତ ଅବସର ନେବା ପରେ ମାଉଟେଟ ବିଜେତା ଘୋଷିତ ହୋଇଛନ୍ତି ।

ବ୍ୟୁରାେ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.