ବେଲଗ୍ରେଡ: ବିଶ୍ବ ଟେନିସ ମାନ୍ୟତାର ନଂ3 ଖେଳାଳି ଡୋମିନିକ ଥିମଙ୍କ ବଡ ବିଜୟ । ସର୍ବିୟାରେ ଆୟୋଜିତ ଆଦ୍ରିଆ ଟୁର୍ ଟେନିସ ଟୁର୍ଣ୍ଣାମେଣ୍ଟରେ ଫିଲିପ କ୍ରାଜିନୋଭିକଙ୍କୁ 4-3(7-2), 2-4, 4-2 ରେ ପରାସ୍ତ କରିଛନ୍ତି ।
![Dominic Thiem wins first leg of Adria Tour in Belgrade](https://etvbharatimages.akamaized.net/etvbharat/prod-images/3c579ac153ee302e995e204aae14f2dcd7dafc41_1506newsroom_1592197685_290.jpg)
କ୍ରାଜିନୋଭିକ ବର୍ତ୍ତମାନ ବିଶ୍ବ ଟେନିସ ମାନ୍ୟତାର 32ତମ ସ୍ଥାନରେ ରହିଛନ୍ତି । ମହାମାରୀ କୋରୋନା ଭଇରସ ସଂକ୍ରମଣ ଭୟ ଯୋଗୁଁ ସମସ୍ତ ପ୍ରକାର ଅନ୍ତର୍ଜାତୀୟ ଟେନିସ ଟୁର୍ଣ୍ଣାମେଣ୍ଟ ବନ୍ଦ ରହିଛି ।
ମାତ୍ର ବିଶ୍ବ ନଂ1 ଟେନିସ ଖେଳାଳି ନୋବାକ ଜୋକଭିକ ଫାଉଣ୍ଡେସେନ ପକ୍ଷରୁ ଆଦ୍ରିଆ ଟେନିସ ଟୁରର ଆୟୋଜନ କରାଯାଇଛି । ଏକାଧିକ ଖେଳାଳିଙ୍କୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଜୋକଭିକ ନିମନ୍ତ୍ରଣ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ