ETV Bharat / sports

ଅଷ୍ଟ୍ରେଲିଆ ଓପନ: ଜାକୋଭିକଙ୍କ ଠାରୁ ପରାସ୍ତ ହେଲେ ଫ୍ରାନ୍ସେସ ସିଆଫ

author img

By

Published : Feb 10, 2021, 5:45 PM IST

ଅଷ୍ଟ୍ରେଲିଆ ଓପନର ତୃତୀୟ ରାଉଣ୍ଡରେ ପ୍ରବେଶ କଲେ ସର୍ବିଆ ଟେନିସ ଷ୍ଟାର ନୋଭାକ ଜାକୋଭିକ। ଦ୍ବିତୀୟ ରାଉଣ୍ଡରେ ସେ ଆମେରିକାର ଫ୍ରାନ୍ସେସ ସିଆଫଙ୍କୁ ଭେଟିଥିଲେ। ଅଧିକ ପଢ଼ନ୍ତୁ...

Djokovic defeat Tiafoe in australia open 2021
ଅଷ୍ଟ୍ରେଲିଆ ଓପନ: ଜାକୋଭିଙ୍କଠାରୁ ପରାସ୍ତ ହେଲେ ଫ୍ରାନ୍ସେସ ସିଆଫ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଓପନର ତୃତୀୟ ରାଉଣ୍ଡରେ ପ୍ରବେଶ କଲେ ସର୍ବିଆ ଟେନିସ ଷ୍ଟାର ନୋଭାକ ଜାକୋଭିକ। ଦ୍ବିତୀୟ ରାଉଣ୍ଡରେ ସେ ଆମେରିକାର ଫ୍ରାନ୍ସେସ ସିଆଫଙ୍କୁ ଭେଟିଥିଲେ। ଦୁହିଁଙ୍କ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ଶେଷରେ ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିବା ଏହି ମ୍ୟାଚରେ ବିଜୟୀ ହୋଇଛନ୍ତି ଡିଫେଣ୍ଡିଂ ଚାମ୍ପିୟନ ଜାକୋଭିକ।

ଆମେରିକାର ଫ୍ରାନ୍ସେସ ସିଆଫଙ୍କୁ 5ଟି ସେଟରେ ପରାସ୍ତ କରିଛନ୍ତି ଜାକୋଭିକ। ଦୁଇ ଘଣ୍ଟା ଧରି ଚାଲିଥିବା ଏହି ମ୍ୟାଚରେ ଦୁଇଟ ସେଟ ଟାଇ ହୋଇଥିବାକୁ ମିଳିଥିଲା। ମ୍ୟାଚର ଗୋଟିଏ ସମୟରେ ଜାକୋଭିକଙ୍କ ହାତରୁ ମ୍ୟାଚ ଖସିଯିବା ଭଳି ମନେ ହେଉଥିଲା। 6-3, 6-7ରେ ପ୍ରଥମ ଦୁଇଟି ସେଟ ଶେଷ ହୋଇଥିଲା। ସେଥିମଧ୍ୟରେ ଗୋଟିଏ ସେଟରେ ଜାକୋଭିକ ବିଜୟୀ ହୋଇଥିବା ବେଳେ ଗୋଟିଏ ସେଟରେ ଫ୍ରାନ୍ସେସ ସିଆଫ ବିଜୟୀ ହୋଇଥିଲେ। ଏହାପରେ ଦୁଇଟି ସେଟ 7-6ରେ ଟାଇ ହୋଇଥିଲା। ଶେଷ ସେଟରେ ଫ୍ରାନ୍ସେସ ସିଆଫଙ୍କୁ 6-3 ପଏଣ୍ଟରେ ପରାସ୍ତ କରିଥିଲେ ଜାକୋଭିକ।

ମ୍ୟାଚ ଆରମ୍ଭରୁ ହିଁ ଆକ୍ରମକ ଖେଳ ଦେଖାଇଥିଲେ ଆମେରିକାର ଫ୍ରାନ୍ସେସ ସିଆଫ। ତେବେ ଉଚିତ ଯୋଜନା ଓ ସଂଜମତା ରକ୍ଷା କରି ଖେଳିଥିଲେ ଜାକୋଭିକ। ଦୁଇଟି ସେଟ ଟାଇ ହେବାର ମ୍ୟାଚ ରୋମାଞ୍ଚକର ପରିସ୍ଥିତି ରହିଥିଲା। 2017 ମସିହାରେ ଅଷ୍ଟ୍ରେଲିଆ ଓପନରେ ଦ୍ବିତୀୟ ରାଉଣ୍ଡରୁ ହିଁ ପରାଜିତ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ସେ 17ଟି ଗ୍ରାଣ୍ଡସ୍ଲାମରେ ବିଜୟ ହାସଲ କରି ସାରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.