ନୂଆଦିଲ୍ଲୀ: ଅଖିଳ ଭାରତୀୟ ଟେନିସ ସଂଘ(ଏଆଇଟିଏ)ର ଚୟନ ସମିତି କ୍ରୋଏସିଆର ଆଗାମୀ ଡେଭିସ କପ୍ ମୁକାବିଲା ପାଇଁ 5 ସଦସ୍ୟୟ ଭାରତୀୟ ଟିମ ଘୋଷଣା କରିଛନ୍ତି । ମଙ୍ଗଳବାର ଘୋଷିତ ଏହି ଟିମରେ ଅନୁଭବୀ ଲିଆଣ୍ଡର ପେସ୍ ସ୍ଥାନ ପାଇଛନ୍ତି ।
ସୁମିତ ନାଗଲ, ପ୍ରଜନେଶ ଗୁଣେଶ୍ବରନ ଓ ରାମକୁମାର ରାମନାଥନ ଟିମ୍ରେ ଏକକ ବର୍ଗରେ ରହିଥିବାବେଳେ ପେସ୍ ଓ ରୋହନ ବୋପନ୍ନା ଯୁଗଳ ବର୍ଗରେ ଅଛନ୍ତି । ଏମାନଙ୍କ ବ୍ୟତୀତ ଦିବିଜ ଶରଣ ଟମର ରିଜର୍ଭ ଖେଳାଳି । ଏହି ମୁକାବିଲା 6 ଓ 7ମାର୍ଚ୍ଚରେ ଖେଳାଯିବ ।