ବେଜିଂ: ଯୌନ ନିର୍ଯାତନା ଅଭିଯୋଗ କରି ନଥିବା କହିଲେ ଚୀନ ଟେନିସ ତାରକା ପେଙ୍ଗ ଶୁଆଇ । ରବିବାର ଏନେଇ ସେ କହିଛନ୍ତି ମୁଁ କାହା ନାମରେ ଯୌନ ନିର୍ଯାତନା ଅଭିଯୋଗ କରି ନାହାନ୍ତି । ତେବେ ସେ ବିଦେଶ ଯାତ୍ରା କରିବାକୁ ଯାଉନାଥିବା କହିଛନ୍ତି ।
ସିଙ୍ଗାପୁରର ଖବରକାଗଜ ଲିଆନେ ଜାବାଓଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ପେଙ୍ଗ କହିଛନ୍ତି ଯେ, ପ୍ରଥମେ କଥା ମୋତେ ଦୁଷ୍କର୍ମ ହୋଇଥିବା ବିଷୟରେ ମୁଁ କଦାପି କହି ନାହିଁ କିମ୍ବା କୌଣସି ଲିଖିତ ଅଭିଯୋଗ କରିନାହିଁ । ୱାଇବୋ ବିଷୟରେ ସେ କହିଛନ୍ତି ଏହା ମୋର ବ୍ୟକ୍ତିଗତ ଗୋପନୀୟତା ସମ୍ବନ୍ଧୀୟ ବିଷୟ ଅଟେ । ଅନେକଙ୍କୁ ଭୁଲ ବୁଝାମଣା ହୋଇଛି ।
ଆଉ ଏକ ସିଙ୍ଗାପୁର ଖବରକାଗଜ ଷ୍ଟ୍ରାଇଟ୍ସ ଟାଇମ୍ସ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ,ଏହି ଘଟଣାର ପଚରାଯିବାରୁ ସେ କାହିଁକି ଏପରି ହେବ ଏମିତି କିଛି ବି ନାହିଁ ବୋଲି କହିଥିଲେ ପେଙ୍ଗ ଶୁଆଇ । ସେ ଆହରୁ କହିଛନ୍ତି ନଭେମ୍ବରରେ ମହିଳା ଟେନିସ୍ ଆସୋସିଏସନ୍ (ଡବ୍ଲୁଟିଏଏ) ର ମୁଖ୍ୟ ଷ୍ଟିଭ୍ ସାଇମନଙ୍କୁ ପଠାଇଥିବା ଏକ ଇ-ମେଲ୍ ସେ ସୁରକ୍ଷିତ ବୋଲି କହିଥିଲେ ।
@ANI