ETV Bharat / sports

ଅଗଷ୍ଟ 14ରୁ ATP ଟୁର, ବଦଳିବ ନାହିଁ ୟୁଏସ ଓପନ ତାରିଖ - ଅଗଷ୍ଟ 14ରୁ ATP ଟୁର

ଅଗଷ୍ଟ 14ରେ ୱାଶିଂଟନ ଓପନ ସହିତ ଏଟିପି ଟୁର ପୁନଃ ଆରମ୍ଭ ହେବ। ସ୍ବାସ୍ଥ୍ୟ ଏବଂ ନିରାପତ୍ତା ସମ୍ବନ୍ଧୀୟ ଗାଇଡ ଲାଇନ ସହ ନୂଆ କ୍ୟାଲେଣ୍ଡର ଜାରି । ଅଧିକ ପଢ଼ନ୍ତୁ...

ATP Tour to restart from August 14, US Open schedule unchanged, ଅଗଷ୍ଟ 14ରୁ ATP ଟୁର, ବଦଳିବ ନାହିଁ ୟୁଏସ ଓପନ ତାରିଖ
ଅଗଷ୍ଟ 14ରୁ ATP ଟୁର, ବଦଳିବ ନାହିଁ ୟୁଏସ ଓପନ ତାରିଖ
author img

By

Published : Jun 18, 2020, 2:41 AM IST

ଲଣ୍ଡନ: ବୁଧବାର ଜାରି କରାଯାଇଥିବା ସଂଶୋଧିତ କ୍ୟାଲେଣ୍ଡର ଅନୁଯାୟୀ, ଅଗଷ୍ଟ 14ରେ ୱାଶିଂଟନ ଓପନ ସହିତ ଏଟିପି ଟୁର ପୁନଃ ଆରମ୍ଭ ହେବ। ଅଗଷ୍ଟ 31ରୁ ଏହାର ମୂଳ କାର୍ଯ୍ୟସୂଚୀ ଅନୁଯାୟୀ ୟୁଏସ ଓପନ ମଧ୍ୟ ଅନୁଷ୍ଠିତ ହେବା । ଏହା ପୂର୍ବରୁ ଅଗଷ୍ଟ 22ରୁ ଫ୍ଲୁସିଂ ମେଡୋରେ ସିନ୍ସିନାଟି ଓପନ ଅନୁଷ୍ଠିତ ହେବ ।

ଟୁର୍ ଏହାର ବିବୃତ୍ତିରେ କହିଛି ଯେ, ‘‘ସ୍ବାସ୍ଥ୍ୟ ଏବଂ ନିରାପତ୍ତାକୁ ଦୃଷ୍ଟିରେ ରଖି କ୍ୟାଲେଣ୍ଡର ପରିବର୍ତ୍ତନ ହେବ, ଅନ୍ତର୍ଜାତୀୟ ଭ୍ରମଣ ନୀତି ଏବଂ କ୍ରୀଡା ଇଭେଣ୍ଟଗୁଡିକର ସରକାରୀ ଅନୁମୋଦନ ସହ ନିରନ୍ତର ମୂଲ୍ୟାଙ୍କନ କରାଯିବ ।

‘‘ସ୍ବାସ୍ଥ୍ୟ ଏବଂ ନିରାପତ୍ତା ସମ୍ବନ୍ଧୀୟ ଗାଇଡ ଲାଇନ ଅନୁସାରେ ଇଭେଣ୍ଟ ଗୁଡ଼ିକ ଅନୁଷ୍ଠିତ ହେବ । ସାମାଜିକ ଦୂରତ୍ବ ସହ କମ ଫ୍ୟାନ୍ସ କିମ୍ବା ବିନା ଫ୍ୟାନ୍ସଙ୍କ ସହ ଇଭେଣ୍ଟ ଆୟୋଜିତ ହେବ । ପରିସ୍ଥିତି ଅନୁମତି ଦେଲେ ଅତିରିକ୍ତ ATP 500 ଏବଂ 250 ଇଭେଣ୍ଟ ପାଇଁ ATP ସମସ୍ତ ବିକଳ୍ପ ଅନୁସନ୍ଧାନ ଜାରି ରଖିଛି ।’’

ସଂଶୋଧିତ କ୍ୟାଲେଣ୍ଡରରେ କିଟଜବୁଲରେ ଅଷ୍ଟ୍ରିଆ ଓପନ ଅନ୍ତର୍ଭୂକ୍ତ ହୋଇଛି ଯାହା ୟୁଏସ ଓପନର ଦ୍ବିତୀୟ ସପ୍ତାହ ସହିତ ମେଳ ଖାଉଛି । ଟୁର୍ କହିଛି ଯେ ଶ୍ରେଷ୍ଠ ୧୦ ଜଣ ସିଙ୍ଗଲ୍ ଖେଳାଳି ଯଦି ୟୁଏସ ଓପନରେ ଖେଳି ନାହାଁନ୍ତି ତେବେ କିଟ୍ସବୁଲରେ ପ୍ରତିଦ୍ବନ୍ଦିତା କରିବାକୁ ଯୋଗ୍ୟ ହେବେ ନାହିଁ ।

କ୍ୟାଲେଣ୍ଡରର ଶେଷ ଇଭେଣ୍ଟ ହେଉଛି ସେପ୍ଟେମ୍ବର 27 ପାଇଁ ଧାର୍ଯ୍ୟ ହୋଇଥିବା ଫ୍ରେଞ୍ଚ ଓପନ୍ । ଏଟିପି ଚେୟାରମ୍ୟାନ୍ ଆଣ୍ଡ୍ରେଆ ଗୌଡେଞ୍ଜି ଆଶା କରିଛନ୍ତି ଯେ ଶେଷରେ ଅଧିକ ଟୁର୍ଣ୍ଣାମେଣ୍ଟ ହୋଇପାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.