ETV Bharat / sports

WTA ରାଙ୍କିଂରେ ଭାରତୀୟ ମହିଳା ଟେନିସ ଏକକ ବର୍ଗ ଶୀର୍ଷରେ ଅଙ୍କିତା

author img

By

Published : Apr 13, 2021, 6:35 PM IST

ଭାରତୀୟ ମହିଳା ଟେନିସ ଏକକ ବର୍ଗରେ ଶୀର୍ଷରେ ରହିଛନ୍ତି ଅଙ୍କିତା ରାଇନା। ମହିଳା ଟେନିସ ଆସୋସିଏସନ(WTA) ପକ୍ଷରୁ ଜାରି ହୋଇଥିବା ତାଜା ରାଙ୍କିଂ ଅନୁଯାୟୀ ବିଶ୍ବ ମହିଳା ଟେନିସର ଏକକ ବର୍ଗରେ 174ତମ ସ୍ଥାନରେ ରହିଛନ୍ତି ଅଙ୍କିତା ରାଇନା। ଅଧିକ ପଢ଼ନ୍ତୁ...

WTAର ତାଜା ରାଙ୍କିଂ ଜାରି, ଭାରତୀୟ ମହିଳା ଟେନିସ ଏକକ ବର୍ଗ ଶୀର୍ଷରେ ଅଙ୍କିତା

ନୂଆଦିଲ୍ଲୀ: ଭାରତୀୟ ମହିଳା ଟେନିସ ଏକ ବର୍ଗରେ ଶୀର୍ଷରେ ରହିଛନ୍ତି ଅଙ୍କିତା ରାଇନା। ମହିଳା ଟେନିସ ଆସୋସିଏସନ(WTA) ପକ୍ଷରୁ ଜାରି ହୋଇଥିବା ତାଜା ରାଙ୍କିଂ ଅନୁଯାୟୀ ବିଶ୍ବ ମହିଳା ଟେନିସର ଏକକ ବର୍ଗରେ 174ତମ ସ୍ଥାନରେ ରହିଛନ୍ତି ଅଙ୍କିତା ରାଇନା। ତେବେ ଯୁଗଳ ବର୍ଗରେ ଏହି ସେ 96ତମ ରାଙ୍କିଂରେ ରହିଛନ୍ତି। ଏହାକୁ ନେଇ ଖୁସି ଜାହିର କରିଛି ଅଖିଳ ଭାରତୀୟ ଟେନିସ ସଂଘ।

ଅଖିଳ ଭାରତୀୟ ଟେନିସ ସଂଘ ଟ୍ବିଟ କରି କହିଛି ଯେ, "ଭାରତରେ ମହିଳା ଟେନିସ ଏକକ ଓ ଯୁଗଳ ବର୍ଗରେ ଅଙ୍କିତା ରାଇନା ଶୀର୍ଷରେ ରହିଛନ୍ତି। ଏହାଛଡ଼ା କରମନ କୌର ଥାଣ୍ଡି 16ଟି ସ୍ଥାନ ଉପରକୁ ଉଠି 621ତମ ସ୍ଥାନରେ ରହିଛନ୍ତି।"

ସେହିଭଳି ଭାବରେ ଏକକ ବର୍ଗରେ ରିୟା ଭାଟିଆ 352ତମ ସ୍ଥାନରେ ରହିଛନ୍ତି। ତନୁଜା ଭୋଁସଲେ 519ତମ ସ୍ଥାନରେ ରହିଛନ୍ତି। ଅନ୍ୟପଟେ ଜିଲ ଦେଶାଇ 568ତମ ସ୍ଥାନରେ ରହିଥିବା ବେଳେ ସୋବଜନ୍ୟା ବାବିସେତି 611ତମ ସ୍ଥାନରେ ରହିଛନ୍ତି।

ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଯୁଗଳ ବର୍ଗରେ 154ତମ ସ୍ଥାନରେ ରହିଛନ୍ତି। ତେବେ 6ଥର ଗ୍ରାଣ୍ଡସ୍ଲାମ ବିଜୟୀ ହୋଇଥିବା ସେ ଟୋକିଓ ଅଲମ୍ପିକ୍ସ ଖେଳିବା ଯୋଗ୍ୟତା ହାସଲ କରିଛନ୍ତି। 2017 ମସିହାରେ ମାତୃତ୍ବ ଅବକାଶ କାରଣରୁ ତାଙ୍କ ରାଙ୍କିଂ ସୁରକ୍ଷିତ ରଖିବାକୁ ଆବେଦନ କରିଥିଲେ ସାନିଆ ମିର୍ଜା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.