ETV Bharat / sports

ୟୁଏସ ଓପନ: ଫାଇନାଲରେ ପରାସ୍ତ ହେବା ପରେ କାନ୍ଦି ପକାଇଲେ ଜ୍ୱେରେଭ

author img

By

Published : Sep 14, 2020, 1:50 PM IST

ୟୁଏସ ଓପନ 2020ର ପୁରୁଷ ଏକକ ବର୍ଗରେ ଫାଇନାଲ ମ୍ୟାଚ ହାରିବା ପରେ ପୁରସ୍କାର ବିତରଣ ସମାରୋହରେ ଭାବୁକ ହୋଇ ଉଠିଲେ ଆଲେକଜାଣ୍ଡାର ଜ୍ୱେରେଭ।

ୟୁଏସ ଓପନ: ଫାଇନାଲରେ ପରାସ୍ତ ହେବା ପରେ କାନ୍ଦି ପକାଇଲେ ଜ୍ବେରେଭ

ନ୍ୟୁୟର୍କ: ୟୁଏସ ଓପନ 2020ର ପୁରୁଷ ଏକକ ବର୍ଗରେ ଫାଇନାଲ ମ୍ୟାଚ ହାରିବା ପରେ ପୁରସ୍କାର ବିତରଣ ସମାରୋହରେ ଭାବୁକ ହୋଇ ଉଠିଲେ ଆଲେକଜାଣ୍ଡାର ଜ୍ୱେରେଭ । ଏହି ଜର୍ମାନୀ ଖେଳାଳି ଆଖିର ଲୁହକୁ ଆଉ ସମ୍ଭାଳି ନ ପରି ସମାରୋହରେ କାନ୍ଦି ପକାଇଲେ ।

ରବିବାର ଖେଳାଯାଇଥିବା ୟୁଏସ ଓପନ ଫାଇନାଲରେ ଥିମ ଜର୍ମାନୀର ଆଲେକଜାଣ୍ଡାର ଜ୍ବେରେଭଙ୍କୁ 2-6, 4-6, 6-4, 6-3, 7-6ସେଟରେ ପରାସ୍ତ କରିଛନ୍ତି ଥିମ ।

ମ୍ୟାଚ ପରେ ପୁରସ୍କାର ବିତରଣ ସମାରୋହରେ ଜ୍ବେରେଭ କହିଛନ୍ତି ଯେ, ମୁଁ ଜାଣି ନାହିଁ କେଉଁଠୁ ଆରମ୍ଭ କରିବି । ପ୍ରଥମେ ଡୋମିନିକ ଥିମଙ୍କୁ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ପାଇଁ ଅଭିନନ୍ଦନ । ସମସ୍ତ ଜାଣିଛ ଏହି ମ୍ୟାଚ କେତେ ରୋମାଞ୍ଚକର ଥିଲା । ଯଦି ଥିମ ତମେ ଟିକେ ତ୍ରୁଟି କରିଥାନ୍ତ ତ ମୁଁ ଏବେ ଟ୍ରଫି ଧରିକି ସେଠାରେ ଛିଡା ହୋଇଥାନ୍ତି । କିନ୍ତୁ ଏବେ ରନର୍ସଅପ ହୋଇ ସ୍ପିଚ ଦେଉଛି । ମୁଁ ମୋ ଟିମର ସାଥି ଖେଳାଳିଙ୍କୁ ଧନ୍ୟବାଦ ଦେଉଛି । ଗତ 2ବର୍ଷ ମୋ ଟେନିସ କ୍ୟାରିୟର ସହଜ ନଥିଲା । ଆମେ ନିଶ୍ଚିତ ଦିନେ ଏହି ଟ୍ରଫିକୁ ଏକାସହ ଉଠେଇବା ।

ଏହାପରେ ତାଙ୍କ ମା' ବାପାଙ୍କୁ ମନେ ପକାଇ କାନ୍ଦି ପକେଇ ଥିଲେ ଜ୍ବେରେଭ । ସେ କହିଥିଲେ, ଏହି ଟୁର୍ଣ୍ଣାମେଣ୍ଟରେ କିଛି ଖାସ ଲୋକ ଅଂଶ ଗ୍ରହଣ କରି ପାରିଲେ ନାହିଁ । ମୋ ବାପା ମାଙ୍କୁ ଧନ୍ୟବାଦ ଜଣାଉଛି । ମୋ ସହ ସର୍ବଦା ରହିଥାନ୍ତି । କିନ୍ତୁ ଦୁର୍ଭାଗ୍ୟବଶତଃ ମୋର ବାପା ମାଙ୍କୁ କୋରୋନା ହୋଇଥିଲା । ଏହି କାରଣରୁ ସେ ମୋ ସହ ଆସିପାରିଲେ ନାହିଁ । ମୁଁ ସେମାନଙ୍କୁ ବହୁତ ମିସ କରୁଛି । ମୁଁ ହାରି ଯାଇଛି କିନ୍ତୁ ମତେ ନେଇ ଗର୍ବିତ । ମୁଁ ଦିନେ ଟ୍ରଫି ନେଇ ଘରକୁ ଫେରିବି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.