ETV Bharat / sports

ଅଙ୍କିତା, ପ୍ରଜନେଶଙ୍କୁ ଅର୍ଜୁନ ଆୱାର୍ଡ ପାଇଁ ଟେନିସ ମହାସଂଘର ସୁପାରିଶ - ପ୍ରଜନେଶ ଗୁନେଶ୍ବରନ

ଟେନିସ ଷ୍ଟାର ଖେଳାଳି ଅଙ୍କିତା ରାଇନା ଓ ପ୍ରଜନେଶ ଗୁନେଶ୍ବରନଙ୍କ ନାମ 2021 ବର୍ଷର ଅର୍ଜୁନ ଆୱାର୍ଡ ପାଇଁ ସୁପାରିଶ କରିଛି ସର୍ବଭାରତୀୟ ଟେନିସ ମହାସଂଘ(AITA)। ଅଧିକ ପଢନ୍ତୁ...

AITA recommends Ankita Raina and Prajnesh Gunneswaran's name for Arjuna Awards
ଅଙ୍କିତା, ପ୍ରଜନେଶଙ୍କୁ ଅର୍ଜୁନ ଆୱାର୍ଡ ପାଇଁ ଟେନିସ ମହାସଂଘର ସୁପାରିଶ
author img

By

Published : Jun 29, 2021, 9:19 PM IST

ନୂଆଦିଲ୍ଲୀ: ସର୍ବଭାରତୀୟ ଟେନିସ ମହାସଂଘ(AITA) ଷ୍ଟାର ଖେଳାଳି ଅଙ୍କିତା ରାଇନା ଓ ପ୍ରଜନେଶ ଗୁନେଶ୍ବରନଙ୍କ ନାମ 2021 ବର୍ଷର ଅର୍ଜୁନ ଆୱାର୍ଡ ପାଇଁ ସୁପାରିଶ କରିଛି । ଜାତୀୟ ଟେନିସ ମହାସଂଘ ମଧ୍ୟ ଏନରିକୋ ପିପେରନୋ ଓ ବଳରାମ ସିଂହଙ୍କୁ ସମ୍ମାନଜନକ ଦ୍ରୋଣାଚାର୍ଯ୍ୟ ଆୱାର୍ଡ ପାଇଁ ମନୋନୀତ କରିଛି ।

"ପ୍ରଜନେଶ ଗୁନେଶ୍ବରନ ଓ ମହିଳା ବର୍ଗରେ ଅର୍ଜୁନ ଆୱାର୍ଡ ପାଇଁ ଅଙ୍କିତା ରାଇନାଙ୍କ ନାମ ସୁପାରିଶ ହୋଇଛି । ସେହିପରି ଏନରିକୋ ପିପେରନୋ ଓ ବଳରାମ ସିଂହଙ୍କୁ ଦ୍ରୋଣାଚାର୍ଯ୍ୟ ଆୱାର୍ଡ ପାଇଁ ସୁପାରିଶ କରାଯାଇଥିବା କହିଛନ୍ତି AITA ସାଧାରଣ ସମ୍ପାଦକ ଅନିଲ ଧୂପର ।

ଆଗାମୀ ଟୋକିଓ ଅଲମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ଡବଲ୍ସ ଟିମ ଯୋଗ୍ୟତା ଅର୍ଜନ କରିବା ନେଇ ଆଶାବାଦୀ ଥିବା ଗତ ସପ୍ତାହରେ କହିଥିଲେ ଧୂପର । ଏଥିସହ ଅଙ୍କିତା ମଧ୍ୟ ଟୋକିଓ ଟିକେଟ ହାସଲ କରିବାନେଇ ଆଶାବାଦୀ ଅଛନ୍ତି AITA ସାଧାରଣ ସମ୍ପାଦକ । ଅଙ୍କିତାଙ୍କୁ ୱାଇଲ୍‌ଡ କାର୍ଡ ଏଣ୍ଟ୍ରି ପାଇଁ ଭାରତୀୟ ସଂଘ, ଅନ୍ତର୍ଜାତୀୟ ଟେନିସ ମହାସଂଘ(ITF)କୁ ଅନୁରୋଧ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.