ETV Bharat / sports

T20 World Cup: ବଟଲର୍‌ଙ୍କ ବିସ୍ଫୋରକ ବ୍ୟାଟିଂ, ଇଂଲଣ୍ଡର ହ୍ୟା-ଟ୍ରିକ୍‌ ବିଜୟ

author img

By

Published : Oct 30, 2021, 10:54 PM IST

ବୋଲରଙ୍କ କମାଲ ପରେ ଜସ୍‌ ବଟଲରଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆକୁ ୮ ୱିକେଟରେ ହରାଇଲା ଇଂଲଣ୍ଡ । ଅଧିକ ପଢନ୍ତୁ...

T20 World Cup: England beat Australia by 8 wkts
T20 World Cup: ବଟଲର୍‌ଙ୍କ ବିସ୍ଫୋରକ ବ୍ୟାଟିଂ, ଇଂଲଣ୍ଡର ହ୍ୟା-ଟ୍ରିକ୍‌ ବିଜୟ

ଦୁବାଇ: ବୋଲରଙ୍କ କମାଲ ପରେ ଜସ୍‌ ବଟଲରଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆକୁ ୮ ୱିକେଟରେ ହରାଇଲା ଇଂଲଣ୍ଡ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ କ୍ରିସ୍‌ ଜୋର୍ଡାନଙ୍କ ଘାତକ ବୋଲିଂ ପରେ ବଟଲରଙ୍କ ୩୨ ବଲ୍‌ରୁ ୭୧ ରନ୍‌ର ଇଂନିସ ବଳରେ ଏକପାଖିଆ ବିଜୟ ହାସଲ କରିଛି ଇଂଲଣ୍ଡ ।

ଫଳରେ ଚଳିତ ଟି-୨୦ ବିଶ୍ବକପରେ ଏଯାବତ ଅପରାଜେୟ ରହିଛି ଇଆନ ମୋର୍ଗାନଙ୍କ ଟିମ୍‌ ।

୧୨୬ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଇଂଲଣ୍ଡ ୧୧. ୪ ଓଭରରେ ୨ ୱିକେଟ ହରାଇ ହାସଲ କରିନେଇଥିଲା । ଦୁଇ ଇଂଲଣ୍ଡ ଓପନର ଜେସନ ରୟ ଓ ଜସ୍‌ ବଟଲର ଦ୍ରୁତ ଆରମ୍ଭ କରିଥିଲେ। ରୟ ୨୦ ରନ୍‌ରେ ଆଉଟ୍‌ ହୋଇଥିଲେ ମାତ୍ର ବଟଲର ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଟିମକୁ ବିଜୟୀ କରାଇଥିଲେ । ବଟଲର୍‌ଙ୍କ ୩୨ ବଲ୍‌ରୁ ୭୧ ରନ୍‌ର ଇଂନିସରେ ୫ଟି ଚୌକା ଓ ୫ଟି ଛକା ସାମିଲ ରହିଛି ।

ପୂର୍ବରୁ ଅଷ୍ଟ୍ରେଲିଆ କ୍ୟାପଟେନ ଆରୋନ ଫିଞ୍ଚ୍‌ଙ୍କ ୪୪ ରନ୍‌ ବଳରେ ସମସ୍ତ ୱିକେଟ ହରାଇ ନିର୍ଦ୍ଧାରିତ ୨୦ ଓଭରରେ ୧୨୫ ରନ୍‌ କରିବାକୁ ସମର୍ଥ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.