ETV Bharat / sports

T20 World Cup: ଭାରତକୁ ୧୧୦ ରନ୍‌ରେ ରୋକିଲା ନ୍ୟୁଜିଲାଣ୍ଡ - ବିରାଟ କୋହଲି

ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୧୦ ରନ୍‌ ସଂଗ୍ରହ କରିଛି ଟିମ ଇଣ୍ଡିଆ । ଫଳରେ ନ୍ୟୁଜିଲାଣ୍ଡ ସାମ୍ନାରେ ୧୧୧ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

T20 World Cup: New zealand restrict india at 110/7
T20 World Cup: ଭାରତକୁ ୧୧୦ ରନ୍‌ରେ ରୋକିଲା ନ୍ୟୁଜିଲାଣ୍ଡ
author img

By

Published : Oct 31, 2021, 9:26 PM IST

Updated : Oct 31, 2021, 9:55 PM IST

ଦୁବାଇ: ଟି-୨୦ ବିଶ୍ବକପରେ ସୁପର ୧୨ ପର୍ଯ୍ୟାୟ ମ୍ୟାଚ୍‌ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି କିୱି କ୍ୟାପଟେନ କେନ୍‌ ୱିଲିୟମସନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ସହ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୧୦ ରନ୍‌ ସଂଗ୍ରହ କରିଛି ଟିମ ଇଣ୍ଡିଆ । ଫଳରେ ନ୍ୟୁଜିଲାଣ୍ଡ ସାମ୍ନାରେ ୧୧୧ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ଗୁରୁତ୍ବପୂର୍ଣ୍ଣ ମୁକାବିଲାରେ ଭାରତୀୟ ବ୍ୟାଟର ନିରାଶ କରିଛନ୍ତି । ନ୍ୟୁଜିଲାଣ୍ଡର ବୋଲିଂ ଆକ୍ରମଣ ସାମ୍ନାରେ ସମସ୍ତ ଭାରତୀୟ ବ୍ୟାଟର ଫେଲ୍‌ ମାରିଛନ୍ତି । ଟ୍ରେଣ୍ଟ ବୋଲ୍ଟ ୩ଟି ଓ ସ୍ପିନର ଇସ ସୋଢି ୨ଟି ୱିକେଟ ହାସଲ କରି ଭାରତୀୟ ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗିଦେଇଥିଲେ । ରବିନ୍ଦ୍ର ଜାଡେଜା ଅପରାଜିତ ୨୬ ଓ ପାଣ୍ଡ୍ୟା ୨୩ ରନ୍‌ର ଇଂନିସ ଖେଳିଥିଲେ । ଅନ୍ୟ କୌଣସି ଖେଳାଳି ୩୦ ରନ୍‌ ପାର୍‌ କରିପାରିନଥିଲେ ।

ଇଶାନ କିଶନ ୪, କେଏଲ ରାହୁଲ ୧୮, ରୋହିତ ଶର୍ମା ୧୪ ଓ ଋଷଭ ପନ୍ତ ୧୨ ରନ୍‌ କରି ଆଉଟ୍‌ ହୋଇଥିଲେ । କ୍ୟାପଟେନ ବିରାଟ କୋହଲି ମଧ୍ୟ ଫେଲ୍‌ ମାରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 31, 2021, 9:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.