ଶାରଜାହ: ଚଳିତ ଟି-୨୦ ବିଶ୍ବକପରେ ଇଂଲଣ୍ଡର ଦମଦାର ପ୍ରଦର୍ଶନ । ସୋମବାର ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଟୁର୍ଣ୍ଣାମେଣ୍ଟର ସୁପର ୧୨ ମୁକାବିଲାରେ ଇଂଲଣ୍ଡ ଓପନର ଜସ ବଟଲ ବିସ୍ଫୋରକ ଶତକୀୟ ଇଂନିସ ଖେଳିଛନ୍ତି । ପ୍ରଥମ ବ୍ୟାଟିଂ କରିଥିବା ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୬୩ ରନ୍ ସଂଗ୍ରହ କରିଛି । ଫଳରେ ଶ୍ରୀଲଙ୍କା ସାମ୍ନାରେ ୧୬୪ ରନ୍ର ବିଜୟ ଲକ୍ଷ୍ୟ ରହିଛି ।
-
Brilliant Buttler 👏
— T20 World Cup (@T20WorldCup) November 1, 2021 " class="align-text-top noRightClick twitterSection" data="
The England opener delivers the first century of the ICC Men's #T20WorldCup 2021.#ENGvSL pic.twitter.com/XsLkKWq0gW
">Brilliant Buttler 👏
— T20 World Cup (@T20WorldCup) November 1, 2021
The England opener delivers the first century of the ICC Men's #T20WorldCup 2021.#ENGvSL pic.twitter.com/XsLkKWq0gWBrilliant Buttler 👏
— T20 World Cup (@T20WorldCup) November 1, 2021
The England opener delivers the first century of the ICC Men's #T20WorldCup 2021.#ENGvSL pic.twitter.com/XsLkKWq0gW
ଇଂଲଣ୍ଡ ପକ୍ଷରୁ ଜସ୍ ବଟଲର ନିଜାର ପ୍ରଥମ ଟି-୨୦ ଶତକ ହାସଲ କରିଛନ୍ତି । ବଟଲର ୬୭ ବଲ୍ରୁ ୬ଟି ଚୌକା ଓ ୬ଟି ଛକା ସହାୟତାରେ ଦମଦାର ଶତକ ହାସଲ କରିଛନ୍ତି । କ୍ୟାପଟେନ ଇଆନ ମୋର୍ଗାନ ୪୦ ରନ୍ର ଇଂନିସ ଖେଳିଛନ୍ତି ।
ଅନ୍ୟପଟେ ଶ୍ରୀଲଙ୍କା ପକ୍ଷରୁ ୱାନିନ୍ଦୁ ହସରଙ୍ଗା ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଛନ୍ତି । ଚମୀରାଙ୍କୁ ଗୋଟିଏ ସଫଳତା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ