ETV Bharat / sports

T-20 WC, ଆଜି ଦ୍ବିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ-ପାକିସ୍ତାନ ଫାଇଟ - ପାକିସ୍ତାନ ସହ ଖେଳିବ ଅଷ୍ଟ୍ରେଲିଆ

ଚଳିତ ଟି-ଟେଣ୍ଟି ବିଶ୍ବକପରେ ଆଜି(ଗୁରୁବାର) ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଖେଳାଯିବ । ଅପରାଜେୟ ପାକିସ୍ତାନ ସହ ଖେଳିବ ଅଷ୍ଟ୍ରେଲିଆ । ପାକିସ୍ତାନ ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିବାକୁ ପ୍ରୟାସ କରିବ ଦଳ । ସେହିପରି ପାକିସ୍ତାନ ୨୦୧୦ ଟି-ଟେଣ୍ଟି ବିଶ୍ବକପ ସେମି ଫାଇନାଲ ପରାଜୟର ପ୍ରତିଶୋଧ ନେବାକୁ ସବୁ ଶକ୍ତି ଖଟାଇବ । ଅଧିକ ପଢନ୍ତୁ...

ଆଜି ଦ୍ବିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ-ପାକିସ୍ତାନ ଫାଇଟ

author img

By

Published : Nov 11, 2021, 7:51 AM IST

ଦୁବାଇ: ଚଳିତ ଟି-ଟେଣ୍ଟି ବିଶ୍ବକପରେ ଆଜି(ଗୁରୁବାର) ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଖେଳାଯିବ । ଅପରାଜେୟ ପାକିସ୍ତାନ ସହ ଖେଳିବ ଅଷ୍ଟ୍ରେଲିଆ । ୫ ଥର ଦିନିକିଆ ବିଶ୍ବକପ ଟାଇଟଲ ହାତେଇଥିବା ଅଷ୍ଟ୍ରେଲିଆ ଏ ପର୍ଯ୍ୟନ୍ତ ଟି-ଟେଣ୍ଟି ବିଶ୍ବକପ ଚମ୍ପିୟାନ ହୋଇନାହିଁ । ଆଜି ପାକିସ୍ତାନ ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିବାକୁ ପ୍ରୟାସ କରିବ ଦଳ । ସେହିପରି ପାକିସ୍ତାନ ୨୦୧୦ ଟି-ଟେଣ୍ଟି ବିଶ୍ବକପ ସେମି ଫାଇନାଲ ପରାଜୟର ପ୍ରତିଶୋଧ ନେବାକୁ ସବୁ ଶକ୍ତି ଖଟାଇବ ।

୨୦୦୯ରେ ପାକିସ୍ତାନ ଟି-ଟେଣ୍ଟି ବିଶ୍ବକପ ଜିତିଥିଲା । ଏଥର ବାବର ଆଜମଙ୍କ ନେତୃତ୍ବରେ ଦଳ ଟାଇଟଲ ଦାବିଦାର ରୂପେ ଉଭା ହୋଇଛି । ସୁପର ୧୨ ଯାଏଁ ସବୁ ମ୍ୟାଚ ଜିତିଛି ପାକିସ୍ତାନ । ଏହା ସହିତ ଦଳର ମନୋବଳ ଦୃଢ ରହିଛି । ଅଷ୍ଟ୍ରେଲିଆକୁ ହରାଇବାକୁ ପାକିସ୍ତାନ ପାଖରେ ଯଥେଷ୍ଟ କ୍ଷମତା ଅଛି । ଦଳର ପ୍ରତି ଖେଳାଳି ଫୁଲ ଫର୍ମରେ ଅଛନ୍ତି । ବ୍ୟାଟିଂଠୁ ନେଇ ବୋଲିଂ ସବୁ ସନ୍ତୁଳିତ ରହିଛି । ବିଶେଷ କରି ଦୁଇ ଓପନର ବାବର, ମହମ୍ମଦ ରିଜୱାନ ଓ ପେସ ବୋଲର ସହିନ ଶାହ ଆଫ୍ରିଦି ଓ ମଧ୍ୟଭାର ବ୍ୟାଟ୍ସମ୍ୟାନ ଅସିଫ ଅଲି ଦଳ ପାଇଁ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିବେ । ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ଦୁଇ ଓପନରଙ୍କ ଉପରେ ଅଷ୍ଟ୍ରେଲିଆ ବୋଲର ଚାପ ପକାଇବାକୁ ଚେଷ୍ଟା କରିବ ।

ପୂର୍ବ ରେକର୍ଡକୁ ଦେଖିଲେ ଆଷ୍ଟ୍ରେଲିଆ ପଲ୍ଲା ଭାରି ରହିବ । ବିଶ୍ବକପରେ ପାକିସ୍ତାନ ଏ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆକୁ ହରାଇ ପାରିନାହିଁ । ୧୦୮୭ ଦିନିକିଆ ବିଶ୍ବକପ ସେମିଫାଇନାଲ, ୧୯୯୯ ବିଶ୍ବକପ ଫାଇନାଲ, ୨୦୧୦ ଟି-ଟେଣ୍ଟି ବିଶ୍ବକପ ସେମି ଫାଇନାଲ ଓ ୨୦୧୫ ଦିନିକିଆ ବିଶ୍ବକପ କ୍ବାର୍ଟର ଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଛି ପାକିସ୍ତାନ । ଏଥର ଅଷ୍ଟେଲିଆ ଏକ ଅଭିଜ୍ଞ ଓ ସନ୍ତୁଳିତ ଦଳ ନେଇ ପଡିଆକୁ ଓହ୍ଲାଇବ । ବ୍ୟାଟିଂ ଅପେକ୍ଷା ଦଳର ବୋଲିଂ ବିଭାଗ ସୁଦୃଢ ରହିଛି । ଆଜିର ଏହି ସେମିଫାଇନାଲରେ ଦମଦାର ଲଢେଇ ଦେଖିବାକୁ ମିଳିବ । ବିଜୟୀ ଟିମ ରବିବାର ନ୍ୟୁଜିଲାଣ୍ଡ ସହିତ ଫାଇନାଲ ମ୍ୟାଚ ଖେଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.