ଦୁବାଇ: ଆଜି ବିଶ୍ବ ଦେଖିବ କ୍ରିକେଟ ଜଗତର ୨ ଶକ୍ତିଶାଳୀ ଦଳର ମୁକାବିଲା । ୨ ପ୍ରମୁଖ ପ୍ରତିଦ୍ବନ୍ଦୀ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଉଭୟଙ୍କୁ ଭେଟିବେ । ପଏଣ୍ଟ ତାଲିକାରେ ଇଂଲଣ୍ଡ ପ୍ରଥମ ଓ ଅଷ୍ଟ୍ରେଲିଆ ଦ୍ବିତୀୟ ସ୍ଥାନରେ ଅଛନ୍ତି ।
ଆଜି ଏହି ଉଭୟ ଦଳ ମଧ୍ୟରୁ ବିଶ୍ବକପ ମ୍ୟାଚ ଗ୍ରୁପ-୧ର ସବୁଠୁ ଶକ୍ତିଶାଳୀ ଦଳ ଚୂଡାନ୍ତ କରିବ । ତେବେ ଇଂଲଣ୍ଡ ପ୍ରଥମ ୨ଟି ମ୍ୟାଚରେ ଯଥାକ୍ରମେ ୱେଷ୍ଟ ଇଣ୍ଡିଜ ଓ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା । କିନ୍ତୁ ଏହି ମ୍ୟାଚ ଅଷ୍ଟ୍ରେଲିଆ ବୋଲିଂ ବାହିନୀ ପାଇଁ ଅସଲ ପରୀକ୍ଷା ହେବ । ସେହିପରି ଇଂଲଣ୍ଡକୁ ମଧ୍ୟ ବୋଲିଂ ବିଭାଗ ସୁଦୃଢ କରିବାକୁ ହେବ । ଡେଭିଡ ୱାର୍ଣ୍ଣର ଏବଂ ଆରୋନ ଫିଞ୍ଚ ଫର୍ମକୁ ଫେରିଛନ୍ତି । ତେବେ ଆଜି ଏକ ସଙ୍ଘର୍ଷପୂର୍ଣ୍ଣ ମ୍ୟାଚର ଆଶା କରାଯାଉଛି ।
ତେବେ ଆଜି ମଧ୍ୟ ଡବଲ୍ ହେଡର୍ ମ୍ୟାଚ ଅଛି । ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକାକୁ ଶ୍ରୀଲଙ୍କା ଭେଟିବ । ତେବେ ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ୱିକେଟ କିପର ତଥା ବ୍ୟାଟ୍ସମ୍ୟାନ କ୍ବିଣ୍ଟନ ଡି'କକଙ୍କ ଉପରେ ଅଧିକ ନଜର ରହିବ । କାରଣ ଡି'କକ ବ୍ଲାର ଲାଇଫ୍ ମ୍ୟାଟର BLM ଅଭିଯାନକୁ ବିରୋଧ କରି ୱେଷ୍ଟଇଣ୍ଡିଜ ମ୍ୟାଚରୁ ଓହରି ଯିବାପରେ ଗତକାଲି(ଶୁକ୍ରବାର) କ୍ଷମା ମାଗି ଦଳକୁ ଫେରିଛନ୍ତି । ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନଙ୍କ ସ୍ଥିତି ମଧ୍ୟ ଭଲ ରହିଛି ।
ସେପଟେ ଶ୍ରୀଲଙ୍କା ବୋଲିଂ ଲାଇନରେ ଦୃଢ ରହିଛି । ଶ୍ରୀଲଙ୍କାର ଚତୁର ସ୍ପିନ୍ ଯୋଡି ୱାନିନ୍ଦୁ ହସରାଙ୍ଗ ଓ ମହେଶ ଥିକସନାଙ୍କ ପ୍ରତି ଦକ୍ଷିଣ ଆଫ୍ରିକାକୁ ସତର୍କ ରହିବାକୁ ପଡିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ