ETV Bharat / sports

T20 WC: ନ୍ୟୁଜିଲାଣ୍ଡ ଟିମ୍କୁ‌ ସଚିନଙ୍କ ପ୍ରଂଶସା

author img

By

Published : Nov 1, 2021, 10:48 PM IST

୬ ଓଭର ଶେଷ ସୁଦ୍ଧା ଭାରତୀୟ ଟିମ ମାତ୍ର ୧୩ ରନ୍‌ ସଂଗ୍ରହ କରିଥିଲା । ଏହା ପରାଜୟର ପ୍ରମୁଖ କାରଣ ବୋଲି ସଚିନ କହିଛନ୍ତି । ଅଧିକ ପଢନ୍ତୁ...

T20 WC: Williamson is like a rock for New Zealand team, says Tendulkar
T20 WC: ନ୍ୟୁଜିଲାଣ୍ଡ ଟିମ୍କୁ‌ ସଚିନଙ୍କ ପ୍ରଂଶସା

ନୂଆଦିଲ୍ଲୀ: କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଚଳିତ ଟି-୨୦ ବିଶ୍ବକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ପରାଜୟର କାରଣ କହିଛନ୍ତି । ନ୍ୟୁଜିଲାଣ୍ଡ ଘାତକ ବୋଲିଂ ସହ ଭାରତକୁ ୮ ୱିକେଟରେ ହରାଇ ବିରାଟ ବାହିନୀର ବିଶ୍ବକପ ଅଭିଯାନ ପ୍ରାୟତଃ ଶେଷ କରିଛି ।

୬ ଓଭର ଶେଷ ସୁଦ୍ଧା ଭାରତୀୟ ଟିମ ମାତ୍ର ୧୩ ରନ୍‌ ସଂଗ୍ରହ କରିଥିଲା । ଏହା ପରାଜୟର ପ୍ରମୁଖ କାରଣ ବୋଲି ସଚିନ କହିଛନ୍ତି । ସହଜରେ ସିଙ୍ଗଲ୍‌ ନ ମିଳିବାରୁ ପରିସ୍ଥିତି ଭାରତୀୟ ବ୍ୟାଟରଙ୍କୁ ବଡ ସଟ୍‌ ଖେଳିବାକୁ ବାଧ୍ୟ କରିଥିଲା । ରଣନୀତି ସଠିକ୍‌ ଥିଲା, ପ୍ରଥମ ୬ ଓଭରରେ ସ୍କୋର ୩୫/୨ ରହିଥିଲା । ଏହାପରେ ଷଷ୍ଠ ଓଭରରୁ ଦଶମ ଓଭର ସୁଦ୍ଧା ମାତ୍ର ୧୩ ରନ୍‌ କରିବାକୁ ସମର୍ଥ ହୋଇଥିଲା ଭାରତ । ଏହା ମ୍ୟାଚ୍‌ର ମୋଡ ବଦଳାଇ ଦେଇଥିଲା । ଫଳରେ ବ୍ୟାଟର୍‌ଙ୍କୁ ବଡ ସଟ୍‌ ଖେଳିବାକୁ ପରିସ୍ଥିତି ବାଧ୍ୟ କରିଥିଲା ।

ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ପ୍ରଥମ ସୁପର ୧୨ ମ୍ୟାଚ୍‌ରେ ପାକିସ୍ତାନଠାରୁ ପରାସ୍ତ ହୋଇଥିଲେ । ଫଳରେ ଏହି ମ୍ୟାଚ୍‌ରେ ପରାଜୟ ସେମିଫାଇନାଲର ଆଶା କମ କରିପାରେ ବୋଲି ଉଭୟ ଟିମକୁ ଜଣାଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.