ETV Bharat / sports

T20 WC: ଡସନ-ମାର୍କମଙ୍କ ବିସ୍ଫୋରକ ବ୍ୟାଟିଂ, ଦକ୍ଷିଣ ଆଫ୍ରିକାର ବିଶାଳ ସ୍କୋର

author img

By

Published : Nov 6, 2021, 9:35 PM IST

ନିର୍ଦ୍ଧାରିତ ୨୦ ଓଭରରେ 2 ୱିକେଟ ହରାଇ 189 ରନ୍‌ ସଂଗ୍ରହ କରିଛି ଦକ୍ଷିଣ ଆଫ୍ରିକା । ଫଳରେ ଇଂଲଣ୍ଡ ସାମ୍ନାରେ ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

T20 WC: Rassie van der Dussen and Markam star as South africa set a huge target of 190 runs against England
T20 WC: ଡସନ ଓ ମାର୍କ୍ରମଙ୍କ ବିସ୍ଫୋରକ ବ୍ୟାଟିଂ, ଦକ୍ଷିଣ ଆଫ୍ରିକାର ବିଶାଳ ସ୍କୋର

ଶାରଜାହ: ଚଳିତ ଟି-୨୦ ବିଶ୍ବକପରେ ଗ୍ରୁପ ୧ ରେ ଥିବା ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ଶେଷ ସୁପର ୧୨ ପର୍ଯ୍ୟାୟ ମ୍ୟାଚ୍‌ ଖେଳୁଛନ୍ତି । ଟସ୍‌ ଜିତି ଇଂଲଣ୍ଡ କ୍ୟାପଟେନ ଇଆନ ମୋର୍ଗାନ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେବାସହ ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ । ପରେ ନିର୍ଦ୍ଧାରିତ ୨୦ ଓଭରରେ 2 ୱିକେଟ ହରାଇ 189 ରନ୍‌ ସଂଗ୍ରହ କରିଛି ଦକ୍ଷିଣ ଆଫ୍ରିକା । ଫଳରେ ଇଂଲଣ୍ଡ ସାମ୍ନାରେ ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ରସି ଭନ ଡର୍‌ ଡସନ୍‌ ୯୪ ରନ୍‌ର ମାରାଥନ ଇଂନିସ ଖେଳିଛନ୍ତି । ୬୦ ବଲ୍‌ରୁ ୫ଟି ଚୌକା ଓ ୬ଟି ଛକା ସହାୟତାରେ ୯୪ ରନ୍‌ର ବିସ୍ଫୋରକ ଇଂନିସ ଖେଳିଛନ୍ତି ଡସନ୍‌ । ସେହିପରି ଆଡନ ମାର୍କମ ମଧ୍ୟ ୨୫ ବଲ୍‌ରୁ ୨ଟି ଚୋକା ଓ ୪ଟି ଛକା ସହାୟତାରେ ୫୨ ରନ୍‌ର ଦ୍ରୁତ ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ଓପନର କ୍ବିଣ୍ଟନ ଡିକକ୍‌ ୨୭ ବଲ୍‌ରୁ ୩୪ ରନ୍‌ର ଉପଯୋଗୀ ଯୋଗଦାନ କରିଛନ୍ତି ।

ଇଂଲଣ୍ଡ ପକ୍ଷରୁ ଦୁଇ ସ୍ପିନର ମୋଇନ ଅଲୀ ଓ ଆଦିଲ ରସିଦ ଗୋଟିଏ ଲେଖାଏଁ ୱିକେଟ ହାସଲ କରିବାରେ ସଫଳ ହୋଇଛନ୍ତି ।

ସେମିଫାଇନାଲ ଟିକେଟ ହାସଲ ଦୃଷ୍ଟିରୁ ଏହି ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ପାଇଁ କର ବା ମର ସଦୃଶ ରହିଛି । ସେମିଫାଇନାଲ ଟିକେଟ ପାଇଁ ଏହି ମ୍ୟାଚ୍‌ରେ ବଡ ବ୍ୟବଧାନରେ ବିଜୟ ଆବଶ୍ୟକ କରୁଛି ଦକ୍ଷିଣ ଆଫ୍ରିକା ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.