ETV Bharat / sports

T20 WC: ନ୍ୟୁଜିଲାଣ୍ଡ ବିପକ୍ଷରେ ଆଫଗାନିସ୍ତାନର ବିଜୟ ପ୍ରାର୍ଥନା କଲେ ଅଶ୍ବିନ

author img

By

Published : Nov 7, 2021, 4:44 PM IST

ଟି-୨୦ ବିଶ୍ବକପରେ ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସୁପର ୧୨ ମୁକାବିଲା ଜାରି ରହିଛି । ଭାରତୀୟ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନ, ଟ୍ବିଟରରେ ଆଫଗାନିସ୍ତାନର ବିଜୟ ପାଇଁ ପ୍ରାର୍ଥନା କରିଛନ୍ତି । ଅଧିକ ପଢନ୍ତୁ...

T20 WC: Ashwin prays for Afghanistan's victory against New Zealand
T20 WC: ନ୍ୟୁଜିଲାଣ୍ଡ ବିପକ୍ଷରେ ଆଫଗାନିସ୍ତାନର ବିଜୟ ପ୍ରାର୍ଥନା କଲେ ଅଶ୍ବିନ

ଆବୁଧାବି: ଚଳିତ ଟି-୨୦ ବିଶ୍ବକପରେ ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସୁପର ୧୨ ମୁକାବିଲା ଜାରି ରହିଛି । ଭାରତୀୟ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନ ଟ୍ବିଟରରେ ଆଫଗାନିସ୍ତାନର ବିଜୟ ପାଇଁ ପ୍ରାର୍ଥନା କରିଛନ୍ତି ।

ଭାରତର ସେମିଫାଇନାଲ ଖେଳିବା ଆଶା ସଂପୂର୍ଣ୍ଣ ରୂପେ ଆଫଗାନିସ୍ତାନ ଉପରେ ନିର୍ଭର କରୁଛି । ନବିଙ୍କ ନେତୃତାଧିନ ଆଫଗାନ ଟିମ ନ୍ୟୁଜିଲାଣ୍ଡକୁ ହରାଇବାରେ ସକ୍ଷମ ହେଲେ ହିଁ ଭାରତ ପାଇଁ ସେମିଫାଇନାଲ ଖେଳିବାର କୌଣସି ସମ୍ଭାବନା ରହିବ । ଯଦି ଆଫଗାନିସ୍ତାନ, ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟୀ ହୁଏ, ଭାରତକୁ ତାର ଶେଷ ସୁପର ୧୨ ମୁକାବିଲାରେ ନାମ୍ବିଆକୁ ହରାଇବାକୁ ପଡିବ ।

ଏପରି ହେଲେ ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ ଓ ଭାରତର ପଏଣ୍ଟ ସମାନ ହୋଇଯିବ ଓ ନେଟ୍‌ ରନ୍‌ ରେଟ୍‌(NRR) ଆଧାରରେ ବିରାଟ ବାହିନୀ ସେମିରେ ପହଞ୍ଚିଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.