ଶାରଜାହା: ଚଳିତ ଟି-୨୦ ବିଶ୍ବକପରେ ଗ୍ରୁପ ୧ରେ ଥିବା ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ଶେଷ ସୁପର ୧୨ ପର୍ଯ୍ୟାୟ ମ୍ୟାଚ୍ ଶେଷ ହୋଇଛି । ଅନ୍ତିମ ଲିଗ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ଇଂଲଣ୍ଡକୁ ୧୦ରନରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ଶେଷ ଓଭରରେ ହାଟ୍ରିକ ୱିକେଟ ନେଇ ରବାଡା ଦଳକୁ ବିଜୟୀ କରିଥିଲେ । ଦମଦାର ବିଜୟ ସତ୍ତ୍ବେ ସେମିଫାଇନାଲରୁ ବାଦ ପଡିଛି ଦକ୍ଷିଣ ଆଫ୍ରିକା ।
ପ୍ରଥମେ ଟସ୍ ଜିତି ଇଂଲଣ୍ଡ କ୍ୟାପଟେନ ଇଆନ ମୋର୍ଗାନ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇ ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ । ଦକ୍ଷିଣ ୧୫ ରନ ବେଳେ ପ୍ରଥମ ୱିକେଟ ହରାଇଥିଲା । ରିଜା ହେଣ୍ଡରିକ୍ସ ୨ ରନ କରି ଆଉଟ ହୋଇଥିଲେ । ଦଳର ଦ୍ବିତୀୟ ୱିକେଟ ବେଳକୁ ୭୧ ରନ ଯୋଡି ଥିଲେ ରାଶି ଭାନ ଓ କ୍ବିଣ୍ଟନ । ବ୍ୟକ୍ତିଗତ ୩୪ ରନ କରି ଡି କକ୍ ଆଉଟ ହୋଇଥିଲେ । ଆଡେନ କ୍ରିଜରେ ଯୋଗ ଦେବା ପରେ ଉଭୟ ପଟୁ ଚୌକା ଓ ଛକା ବର୍ଷା କରିଥିଲେ । ଇଂଲଣ୍ଡର କୌଣସି ବୋଲର ବର୍ତ୍ତି ପାରିନଥିଲେ । ଅସମାପ୍ତ ତୃତୀୟ ୱିକେଟ ବେଳକୁ ଦଳ ୧୦୩ରନ ଯୋଗାଡ କରିଥିଲା । ଡୁସେନ ୬୦ ବଲରେ ୯୪ ରନ କରିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ 189 ରନ୍ ସଂଗ୍ରହ କରିଥିଲା ଦକ୍ଷିଣ ଆଫ୍ରିକା । ଇଂଲଣ୍ଡ ସାମ୍ନାରେ ୧୯୦ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା । ଇଂଲଣ୍ଡ ପକ୍ଷରୁ ଦୁଇ ସ୍ପିନର ମୋଇନ ଅଲୀ ଓ ଆଦିଲ ରସିଦ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।
୧୯୦ରନ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଇଂଲଣ୍ଡ । ଜବବାରେ ଆକ୍ରମଣାତ୍ମକ ସଟ ଖେଳିବା ଆରମ୍ଭ କରିଥିଲା । ଦୁଇ ଓପନର ଜୋସ ବଟଲର ଓ ଜାସନ ରୟ ୩୮ ରନ କରିଥିଲେ । ବ୍ୟକ୍ତିଗତ ୨୦ ରନ କରି ରୟ ଆହତ ହୋଇ ପାଭିଲିୟନ ଫେରିଥିଲେ । ପରେ ପରେ ବଟଲର ୨୬ ଓ ଜନି ବେୟାରଷ୍ଟୋ ୧ ରନ କରି ଆଉଟ ହୋଇଥିଲେ । ଦଳୀୟ ସ୍କୋର ୫୯ରେ ୩ ୱିକେଟ ପତନ ହୋଇସାରିଥିଲା । ମୋଇନ ଅଲି ଓ ଦାୱିନ ମଲାନ ଲଢୁଆ ବ୍ୟାଟିଂ କରି ୫୧ରନ ଭାଗିଦାରୀ କରିଥିଲେ । ୧୧୦ରନ ବେଳକୁ ମୋଇନ ପାଭିଲିୟନ ଫେରିଥିଲେ । କାଗିସୋ ରାବାଡାଙ୍କ ଓଭରରେ ଲିଭିଙ୍କଷ୍ଟୋନ ୩ଟି ଛକା ମାରିଥିଲେ । ଇଂଲଣ୍ଡ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ବିଜୟ ନିକଟତର ହେଉଥିଲା । ଶେଷ ଓଭରରେ ସବୁ ଏପଟ ସେପଟ କରି ଦେଇଥିଲେ ରାବାଡା । ଶେଷ ୩ଟି ବଲରେ ହାଟ୍ରିକ ୱିଟେକ ନେଇଥିଲେ । ଫଳରେ ଇଂଲଣ୍ଡ ରନ ଗାଡି ୧୭୯ରେ ଅଟକି ଯାଇଥିଲା । ଦକ୍ଷିଣ ଆଫ୍ରିକା ବଜୟୀ ହୋଇଥିଲା ।
ସେମିଫାଇନାଲ ଟିକେଟ ହାସଲ ଦୃଷ୍ଟିରୁ ଏହି ମ୍ୟାଚ୍ ଦକ୍ଷିଣ ଆଫ୍ରିକା ପାଇଁ କର ବା ମର ସଦୃଶ ହୋଇଥିଲା । ସେମିଫାଇନାଲ ଟିକେଟ ପାଇଁ ଏହି ମ୍ୟାଚ୍କୁ ବଡ ବ୍ୟବଧାନରେ ଜିତିବା ଦରକାର ଥିଲା । ଦକ୍ଷିଣ ଆଫ୍ରିକା ମ୍ୟାଚ ଜିତିଲା ସତ ହେଲେ ସେମି ଦୌଡରୁ ବାଦ ପଡିଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ