ETV Bharat / sports

ବାଂଲାଦେଶକୁ ବଡ ଝଟ୍‌କା, ଟି-୨୦ ବିଶ୍ବକପରୁ ସାକିବ ଅଲ୍‌-ହସନ ବାହାର - ଟି-୨୦ ବିଶ୍ବକପରୁ ସାକିବ ଅଲ ହସନ ବାହାର

ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଟିମର ଷ୍ଟାର୍‌ ଅଲରାଉଣ୍ଡର ସାକିବ ଅଲ-ହସନ ଆହତ କାରଣରୁ ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିଛନ୍ତି । ଅଧିକ ପଢନ୍ତୁ...

Shakib Al Hasan ruled out of T20 World Cup due to hamstring injury
ବାଂଲାଦେଶକୁ ବଡ ଝଟ୍‌କା, ଟି-୨୦ ବିଶ୍ବକପରୁ ସାକିବ ଅଲ୍‌-ହସନ ବାହାର
author img

By

Published : Oct 31, 2021, 8:56 PM IST

ଦୁବାଇ: ଚଳିତ ଟି-୨୦ ବିଶ୍ବକପରେ ବାଂଲାଦେଶକୁ ଲାଗିଛି ବଡ ଝଟକା । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଟିମର ଷ୍ଟାର୍‌ ଅଲରାଉଣ୍ଡର ସାକିବ ଅଲ-ହସନ ଆହତ କାରଣରୁ ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିଛନ୍ତି । ସାକିବ ମାଂସପେଶୀ ଜନିତ ଆହତ ହୋଇଥିବା ଜଣାପଡିଛି ।

ସୁପର ୧୨ ପର୍ଯ୍ୟାୟରେ ବାଂଲାଦେଶ ୩ଟି ମ୍ୟାଚ୍‌ ଖେଳିସାରିଥିବାବେଳେ ପ୍ରଥମ ବିଜୟ ସନ୍ଧାନରେ ରହିଛି । ଏପରି ସ୍ଥିତିରେ ସାକିବଙ୍କ ଆହତ ସମସ୍ୟା ମେଗା ଇଭେଣ୍ଟରେ ଏସିଆନ ଟିମର ଆଶାକୁ କମ୍‌ କରିଛି । ତେବେ ଟୁର୍ଣ୍ଣାମେଣ୍ଟର ଟେକ୍ନିକାଲ କମିଟି ମହମ୍ମଦ ସୈଫୁଦ୍ଦିନଙ୍କ ବଦଳ ଖେଳାଳି ଭାବେ ରୁବେଲ ହୋସନଙ୍କୁ ଅନୁମତି ପ୍ରଦାନ କରିଛି ।

ସୈଫୁଦ୍ଦିନ ମଧ୍ୟ ଆହତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ପୂର୍ବରୁ ବାଦ୍‌ ପଡିସାରିଛନ୍ତି । ଚଳିତ ଟି-୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ସାକିବଙ୍କ ପ୍ରଦର୍ଶନ ଭଲ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.