ETV Bharat / sports

T20 World Cup: ଦକ୍ଷିଣ ଆଫ୍ରିକା ସାମ୍ନାରେ ବାଂଲାଦେଶର ଆତ୍ମସମର୍ପଣ - ଦକ୍ଷିଣ ଆଫ୍ରିକା ବନାମ ବାଂଲାଦେଶ

ଦକ୍ଷିଣ ଆଫ୍ରିକା ବୋଲରଙ୍କ ସାମନାରେ ବାଂଲାଦେଶ ଆତ୍ମସମର୍ପଣ କରିଛି । ୧୮.୨ ଓଭରରେ ମାତ୍ର ୮୪ ରନ୍‌ରେ ଅଲଆଉଟ୍‌ ହୋଇଛି । ଅଧିକ ପଢନ୍ତୁ...

T20 World Cup: Rabada, Nortje shines as South africa bundle out bangladesh for 84
T20 World Cup: ଦକ୍ଷିଣ ଆଫ୍ରିକା ସାମ୍ନାରେ ବାଂଲାଦେଶର ଆତ୍ମସମର୍ପଣ
author img

By

Published : Nov 2, 2021, 5:44 PM IST

ଆବୁଧାବି: ଚଳିତ ଟି-୨୦ ବିଶ୍ବକପ୍‌ରେ ମଙ୍ଗଳବାର ସୁପର ୧୨ ମ୍ୟାଚ୍‌ ଗ୍ରୁପ ୧ରେ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ଦକ୍ଷିଣ ଆଫ୍ରିକା କ୍ୟାପଟେନ ତେମ୍ବା ବାଭୁମା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ଓ ବାଂଲାଦେଶକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ ।

ଏହାପରେ ଦକ୍ଷିଣ ଆଫ୍ରିକା ବୋଲରଙ୍କ ସାମନାରେ ବାଂଲାଦେଶ ଆତ୍ମସମର୍ପଣ କରିଛି । ୧୮.୨ ଓଭରରେ ମାତ୍ର ୮୪ ରନ୍‌ରେ ଅଲଆଉଟ୍‌ ହୋଇଛି । ଫଳରେ ଦକ୍ଷିଣ ଆଫ୍ରିକା ସାମ୍ନାରେ ୮୫ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଟିମର ୮ଜଣ ଖେଳାଳି ଦୁଇଅଙ୍କ ସ୍କୋର ପାର୍‌ କରିପାରିନାହାନ୍ତି । ୱିକେଟ କିପର ଲିଟନ ଦାସ ୨୪ ଓ ମେହେଦି ହସନ ୨୭ ରନ୍‌ର ଇଂନିସ ଖେଳିଛନ୍ତି । ତୃତୀୟ ଖେଳାଳି ଭାବେ ସମିମ ହୋସେନ ୧୧ ରନ୍‌ କରିବା ସହ ଦୁଇଅଙ୍କ ପାର୍‌ କରିଛନ୍ତି ।

ଅନ୍ୟପଟେ ତେମ୍ବା ବାଭୁମାଙ୍କ ନେତୃତାଧୀନ ଟିମ ଦମଦାର ପ୍ରଦର୍ଶନ କରିଛି । ଦୁଇ ଷ୍ଟାର ବୋଲର କାଗିସୋ ରବାଡା ଓ ଆନରିଚ ନର୍କିଆ ୩ଟି ଲେଖାଏଁ ୱିକେଟ ହାସଲ କରିବା ସହ ବାଂଲା ବ୍ୟାଟିଂ କ୍ରମକୁ ଧ୍ବସ୍ତ କରିଛନ୍ତି । ତାବ୍ରିଜ ସାମସି ୨ଟି ଓ ପ୍ରିଟୋରିସ ଗୋଟିଏ ୱିକେଟ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.