ETV Bharat / sports

T20 WC: ସେମି ଲଢେଇ ପୂର୍ବରୁ ଇଂଲଣ୍ଡକୁ ଝଟ୍‌କା, ଜେସନ ରୟ ଆଉଟ୍‌ - T20 World Cup

ଟି-୨୦ ବିଶ୍ବକପର ଗୁରୁତ୍ବପୂର୍ଣ୍ଣ ସେମିଫାଇନାଲ ମୁକାବିଲା ପୂର୍ବରୁ ଇଂଲଣ୍ଡକୁ ବଡ ଝଟ୍‌କା । ବିଶ୍ବକପର ଅବଶିଷ୍ଟ ମ୍ୟାଚ୍‌ରୁ ବାଦ୍‌ ପଡିଲେ ଆହତ ଓପନର ଜେସନ ରୟ । ଅଧିକ ପଢନ୍ତୁ...

England's jason roy ruled out of T20 World Cup
T20 WC: ସେମିଫାଇନାଲ ପୂର୍ବରୁ ଇଂଲଣ୍ଡକୁ ବଡ ଝଟ୍‌କା
author img

By

Published : Nov 8, 2021, 10:21 PM IST

ଦୁବାଇ: ଚଳିତ ଟି-୨୦ ବିଶ୍ବକପର ଗୁରୁତ୍ବପୂର୍ଣ୍ଣ ସେମିଫାଇନାଲ ମୁକାବିଲା ପୂର୍ବରୁ ଇଂଲଣ୍ଡକୁ ବଡ ଝଟ୍‌କା । ବିଶ୍ବକପର ଅବଶିଷ୍ଟ ମ୍ୟାଚ୍‌ରୁ ବାଦ୍‌ ପଡିଲେ ଆହତ ଓପନର ଜେସନ ରୟ । ମାଂସପେଶୀରେ ଯନ୍ତ୍ରଣା ଯୋଗୁଁ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଆହତ ଅବସର ହୋଇଥିଲେ ରୟ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶାରଜାହରେ ଶେଷ ସୁପର ୧୨ ମୁକାବିଲା ଖେଳିଥିଲା ଇଂଲଣ୍ଡ ।

ବ୍ୟାଟିଂ କରୁଥିବା ସମୟରେ ଯନ୍ତ୍ରଣା ଅନୁଭବ କରିଥିଲେ ରୟ । ଏପରିକି ନିଜେ ଚାଲିଚାଲି ପଡିଆ ବାହାରକୁ ଯାଇପାରିନଥିଲେ ।

England's jason roy ruled out of T20 World Cup
ଓପନର ଜେସନ ରୟ

ସ୍କାନ ରିପୋର୍ଟ ଆସିବା ପରେ ଅବଶିଷ୍ଟ ଟି-୨୦ ବିଶ୍ବକପରୁ ବାଦ୍‌ ପଡିବା ନେଇ ଇଂଲଣ୍ଡ କ୍ରିକେଟ ବୋର୍ଡ ଘୋଷଣା କରିଛି । ଏଥିସହ ଜେମ୍ସ ଭିନ୍ସଙ୍କୁ ରୟଙ୍କ ବଦଳ ଖେଳାଳି ଭାବେ ଇଂଲଣ୍ଡ ବୋର୍ଡ ସ୍କ୍ବାଡରେ ସାମିଲ କରିଛି ।

ଗୁରୁବାର ଶୈଖ ଜାଏଦ ଷ୍ଟାଡିୟମ ଆବୁଧାବିରେ ନ୍ୟୁଜିଲାଣ୍ଡକୁ ସେମିଫାଇନାଲ ଲଢେଇରେ ଭେଟିବ ଇଂଲଣ୍ଡ । ରୟଙ୍କ ଅନୁପସ୍ଥିତିରେ ଜୟ୍‌ ବଟଲର୍‌ଙ୍କ ସହିତ ଜନ୍ନି ବେୟାରଷ୍ଟୋଙ୍କୁ ଇଂଲଣ୍ଡ ଓପନିଂ ପଠାଇବା ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.