ETV Bharat / sports

T20 WC: ହାରିଲା ଶ୍ରୀଲଙ୍କା, ସେମିରେ ଇଂଲଣ୍ଡ - ଶ୍ରୀଲଙ୍କା

ଚଳିତ ଟି-ଟ୍ବେଣ୍ଟି ବିଶ୍ବକପର ୨୯ତମ ମ୍ୟାଚରେ ୨୬ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି ଇଂଲଣ୍ଡ । ବିଶ୍ବକପ ଦଳ ଭାବେ ସେମିରେ ନିଜର ସ୍ଥାନ ପକ୍କା କରିଛି । ସୁପର-୧୨(ଗ୍ରୁପ-1)ର ଏକ ମୁକାବିଲାରେ ଇଂଲଣ୍ଡ ଚମତ୍କାର ପ୍ରଦର୍ଶନ କରିଛି । ଅଧିକ ପଢନ୍ତୁ...

T20 WC: ହାରିଲା ଶ୍ରୀଲଙ୍କା, ସେମିରେ ଇଂଲଣ୍ଡ
T20 WC: ହାରିଲା ଶ୍ରୀଲଙ୍କା, ସେମିରେ ଇଂଲଣ୍ଡ
author img

By

Published : Nov 2, 2021, 7:43 AM IST

ଶାରଜାହ: ଚଳିତ ଟି-ଟ୍ବେଣ୍ଟି ବିଶ୍ବକପର ୨୯ତମ ମ୍ୟାଚରେ ୨୬ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି ଇଂଲଣ୍ଡ । ବିଶ୍ବକପ ଦଳ ଭାବେ ସେମିରେ ନିଜର ସ୍ଥାନ ପକ୍କା କରିଛି । ସୁପର-୧୨ (ଗ୍ରୁପ-1)ର ଏକ ମୁକାବିଲାରେ ଇଂଲଣ୍ଡ ଚମତ୍କାର ପ୍ରଦର୍ଶନ କରିଛି । ଏହି ବିଜୟକୁ ମିଶାଇ ଲଗାତାର ଚତୁର୍ଥ ଥର ବାଜି ମାରିଛି ଇଂଲଣ୍ଡ । ଶତକ ଅର୍ଜନ କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବଟଲର ପ୍ଲେୟାର ଅଫ ଦ ମ୍ୟାଚ ହୋଇଛନ୍ତି ।

ପ୍ରଥମେ ଟସ ଜିତି ଶ୍ରୀଲଙ୍କା ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ବୋଲରମାନେ ଶୃଙ୍ଖଳିତ ବୋଲିଂ କରି ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧି ରଖିଥିଲେ । ୧୩ ରନରେ ଇଂଲଣ୍ଡ ତାର ପ୍ରଥମ ୱିକେଟ ହରାଇଥିଲା । ଜାସନ ରୟ ୯ ରନ କରି ହାସାରଙ୍ଗାଙ୍କ ବଲରେ ଆଉଟ ହୋଇଥିଲେ । ପରେ ମଲାନ ୬ ଓ ଜନି ବେୟାରଷ୍ଟୋ ଖାତା ଖୋଲିନପାରି ପାଭିଲିୟନ ଫେରିଥିଲେ । ଦଳୀୟ ସ୍କୋର ୩୫ ବେଳକୁ ଇଂଲଣ୍ଡର ୩ଟି ୱିକେଟ ହରାଇ ସଙ୍କଟରେ ପଡିଯାଇଥିଲା । ଅଧିନାୟକ ମୋର୍ଗାନ ଅପରାଜିତ ଥିବା ବଟଲରଙ୍କ ସହିତ ମିଶି ସ୍ଥିତି ସୁଧାରିଥିଲେ । ଉଭୟ କ୍ରିଜରେ ଜମିବା ପରେ ରନ ବର୍ଷା ହୋଇଥିଲା । ଚାରିଆଡ଼କୁ ଖାଲି ଛକା ଚୌକା । ବଟଲରଙ୍କୁ ଅଟକାଇବା ଶ୍ରୀଲଙ୍କା ବୋଲରଙ୍କ ପାଇଁ କଷ୍ଟକର ହୋଇଥିଲା । ଚତୁର୍ଥ ୱିକେଟରେ ୧୧୨ରନ ଭାଗିଦାରୀ ହୋଇଥିଲା । ୪୫ଟି ବଲରେ ଅର୍ଦ୍ଧଶତକ ଅର୍ଜନ କରିବା ପରେ ବଟଲର ପରବର୍ତ୍ତୀ ୨୨ଟି ବଲରେ ଶତକ ପୂରଣ କରିଥିଲେ । ଇଂଲଣ୍ଡ ପକ୍ଷରୁ ଜସ୍‌ ବଟଲର ନିଜର ପ୍ରଥମ ଟି-୨୦ ଶତକ ହାସଲ କରିଛନ୍ତି । ଶ୍ରୀଲଙ୍କାଙ୍କୁ ୧୬୪ରନ ବିଜୟ ଲକ୍ଷ୍ୟ ଦେଇଥିଲା ।

୧୬୪ ରନ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଶ୍ରୀଲଙ୍କା । ମାତ୍ର ୧ ରନରେ ଦଳର ପ୍ରଥମ ୱିକେଟ ପତନ ହୋଇଥିଲା । ପଥୁମ ନିଶଙ୍କା ୧ ରନ କରିଥିଲେ । ଏହାପରେ ଶ୍ରୀଲଙ୍କା ବିପର୍ଯ୍ୟୟରୁ ବାହାରି ପାରିନଥିଲା । ଚରିଥ ଆସାଲଙ୍କା ଆକ୍ରମଣାତ୍ମକ ସଟ ଖେଳିଥିଲେ ହେଁ ୨୧ ରନ କରି ଆଉଟ ହୋଇଥିଲେ । ଓପନର କୁଶଲ ପେରରାଙ୍କ ପକ୍ଷେ ରନ ଯୋଗାଡ କରିବା କଷ୍ଟକର ହୋଇପଡିଥିଲା । ମାତ୍ର ୭ରନ କରି ପାଭିଲିୟନ ଫେରିଥିଲେ ପେରେରା । ମାତ୍ର ୭୬ ରନରେ ଦଳ ୫ ଟି ୱିକେଟ ପତନ ହୋଇସାରିଥିଲା । ଡାସୁନ ଓ ୱାନିଣ୍ଡୁ ବାଜି ପଲଟାଇବାକୁ ଚେଷ୍ଟା କରିଥିଲେ ହେଲେ ସଫଲ ହୋଇନଥିଲେ । ଗୋଟିଏ ପରେ ଗୋଟିଏ ୱିକେଟ ଗଳିବାରେ ଲାଗିଥିଲେ । ଇଂଲଣ୍ଡ ବୋଲକଙ୍କ ଆଗରେ କେହି ତିଷ୍ଠି ପାରିନଥିଲେ । ଶେଷରେ ଶ୍ରୀଲଙ୍କା ୧୩୭ରନରେ ଅଟକି ଯାଇଥିଲା । ଇଂଲଣ୍ଡ ପକ୍ଷରୁ ମୋଇନ ଅଲି, ଆଦିଲ ରସିଦ ଓ କ୍ରିସ ଜୋର୍ଡାନ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଇଂଲଣ୍ଡ ମୋଟ ୮ ପଏଣ୍ଟ ସହିତ ଗ୍ରୁପ ୧ର ଶୀର୍ଷରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.