ETV Bharat / sports

T20 World Cup: ସେମିଫାଇନାଲ ରାସ୍ତା, କାହା ପାଇଁ କେମିତି ? - ଟି-୨୦ ବିଶ୍ବକପ ସେମିଫାଇନାଲ

ପାକିସ୍ତାନ ମଙ୍ଗଳବାର ନାମ୍ବିଆକୁ ହରାଇବା ସହ ଗ୍ରୁପ୍‌ ୨ରୁ ଶ୍ରେଷ୍ଠ ୪ ମଧ୍ୟରେ ଖେଳିବାକୁ ଟିକେଟ ହାସଲ କରିଛି । ଅଧିକ ପଢନ୍ତୁ...

Each team's road to the semis after big India and New Zealand wins
T20 World Cup: ସେମିଫାଇନାଲ ରାସ୍ତା, କାହା ପାଇଁ କେମିତି ?
author img

By

Published : Nov 6, 2021, 5:24 PM IST

ହାଇଦ୍ରାବାଦ: ICC ପୁରୁଷ ଟି-୨୦ ବିଶ୍ବକପର ସୁପର ୧୨ ପର୍ଯ୍ୟାୟ ପରେ ସେମିଫାଇନାଲରେ ପହଞ୍ଚିବାକୁ ୫ଟି ମ୍ୟାଚ୍‌ ବାକି ରହିଛି, ତେବେ ଏଯାବତ ସେମିଫାଇନାଲରେ କେବଳ ଗୋଟିଏ ଟିମ ପାକିସ୍ତାନ ହିଁ ସ୍ଥାନ ସୁନିଶ୍ଚିତ କରିପାରିଛି ।

ପାକିସ୍ତାନ ମଙ୍ଗଳବାର ନାମ୍ବିଆକୁ ହରାଇବା ସହ ଗ୍ରୁପ୍‌ ୨ରୁ ଶ୍ରେଷ୍ଠ ୪ ମଧ୍ୟରେ ଖେଳିବାକୁ ଟିକେଟ ହାସଲ କରିଛି । ଅନ୍ୟପଟେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ର ପରିଣାମ ପରେ, ଏବେ ଦେଖିବାର କଥା ଯେ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିବାକୁ ପ୍ରତ୍ୟେକ ଟିମକୁ କଣ ଆବଶ୍ୟକ ରହିଛି ।

ଗ୍ରୁପ ୧

ସେମିଫାଇନାଲରେ ପହଞ୍ଚିବାକୁ ସର୍ବନିମ୍ନ ପଏଣ୍ଟ: 6 ପଏଣ୍ଟ

ସେମିଫାଇନାଲରେ ପହଞ୍ଚିବାକୁ ଜରୁରୀ ସର୍ବାଧିକ ପଏଣ୍ଟ: ୧୦ ପଏଣ୍ଟ

ଇଂଲଣ୍ଡ

ପଏଣ୍ଟ: ୮

ମ୍ୟାଚ୍‌: ୪

NRR: + ୩.୧୮୩

ମୁକାବିଲା ବାକି: ଦକ୍ଷିଣ ଆଫ୍ରିକା

ସେମିଫାଇନାଲରେ ପହଞ୍ଚିବାକୁ କଣ କରିବାକୁ ହେବ:

ଇଂଲଣ୍ଡ ୪ଟି ମ୍ୟାଚ୍‌ରୁ ୮ ପଏଣ୍ଟ ସହ ଶ୍ରେଷ୍ଠ ୪ ମଧ୍ୟରେ ନିଜର ସ୍ଥାନ ପକ୍କା କରିସାରିଛି । ଅନ୍ୟପଟେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବର୍ତ୍ତମାନ ୪ଟି ମ୍ୟାଚ୍‌ରୁ ୩ ବିଜୟ ସହ ୬ ପଏଣ୍ଟ ହାସଲ କରିସାରିଛନ୍ତି । ଅଷ୍ଟ୍ରେଲିଆର ଶେଷ ମ୍ୟାଚ୍‌ ୱେଷ୍ଟଇଣ୍ଡିଜ ସହ ଓ ଇଂଲଣ୍ଡର ଶେଷ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ସହ ରହିଛି । ଫଳରେ ଶେଷ ମ୍ୟାଚ୍‌ରେ ବିଜୟ ସହ ୮ ପଏଣ୍ଟ ହାସଲ କରିବାକୁ ଉଭୟଙ୍କ ପାଖେ ସୁଯୋଗ ରହିଛି । ଏପରି ସ୍ଥିତିରେ ଦକ୍ଷିଣ ଆଫ୍ରିକା ବଡ ବ୍ୟବଧାନରେ ଇଂଲଣ୍ଡକୁ ହରାଇ ରନ୍‌ ରେଟ୍‌ ସୁଧାରିବା ଆବଶ୍ୟକ କରୁଛି ।

ଅଷ୍ଟ୍ରେଲିଆ

ପଏଣ୍ଟ: ୬

ମ୍ୟାଚ୍‌: ୪

NRR: + ୧.୦୩୧

ମୁକାବିଲା ବାକି: ୱେଷ୍ଟଇଣ୍ଡିଜ

ସେମିଫାଇନାଲରେ ପହଞ୍ଚିବାକୁ କଣ କରିବାକୁ ହେବ: ବିଜୟ ଓ ଭାଗ୍ୟ

ବାଂଲାଦେଶ ବିପକ୍ଷରେ ବଡ ବିଜୟ ଇଂଲଣ୍ଡ ଠାରୁ ମିଳିଥିବା ପରାଜୟର ପ୍ରଭାବକୁ ବରାବର କରିଥିଲା, ମାତ୍ର ଭାଗ୍ୟ ସଂପୂର୍ଣ୍ଣ ଭାବେ କଙ୍ଗାରୁ ଟିମ ହାତରେ ନାହିଁ । ବର୍ତ୍ତମାନ NRR ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଥିବା ଅଷ୍ଟ୍ରେଲିଆ ସୁପର ୧୨ରେ ଶେଷ ମ୍ୟାଚ୍‌ ୱେଷ୍ଟଇଣ୍ଡିଜ ସହ ରହିଛି ।

ଗୋଟିଏ ବିଜୟ ଅଷ୍ଟ୍ରେଲିଆକୁ ସେମିଫାଇନାଲରେ ସ୍ଥାନ ଗ୍ୟାରେଣ୍ଟି ଦେଇପାରିବ ନାହିଁ । କାରଣ ଦକ୍ଷିଣ ଆଫ୍ରିକା ଯଦି ଇଂଲଣ୍ଡକୁ ବଡ ବ୍ୟବଧାନରେ ହରାଇଦିଏ ତେବେ NRR ଅଷ୍ଟ୍ରେଲିଆ ଠାରୁ ଅଧିକ ହୋଇଯିବ । ସେହିପରି ଅଷ୍ଟ୍ରେଲିଆ ପାଇଁ ଅନ୍ୟଏକ ସମୀକରଣ ମଧ୍ୟ ରହିଛି । ଯଦି ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ରେ ଟିମ ପରାସ୍ତ ହେଉଛି, ସେମିଫାଇନାଲରେ ପହଞ୍ଚିବାର ସୁଯୋଗ ଶେଷ ହେବନାହିଁ । କାରଣ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଠାରୁ ମ୍ୟାଚ୍‌ ହାରିଲେ ସମାନ ପଏଣ୍ଟ ଦୃଷ୍ଟିରୁ ଅଷ୍ଟ୍ରେଲିଆ ପାଇଁ ସୁଯୋଗ ରହିବ ।

ସଂକ୍ଷେପରେ: ଶେଷ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜକୁ ହରାଇବା ସହ ଏହା ଆଶା କରିବ ଯେ ଦକ୍ଷିଣ ଆଫ୍ରିକାକୁ ଇଂଲଣ୍ଡ ହରାଇବ କିମ୍ବା ଇଂଲଣ୍ଡକୁ ବଡ ବ୍ୟବଧାନରେ ହରାଇବ ନାହିଁ ।

Each team's road to the semis after big India and New Zealand wins
ଦକ୍ଷିଣ ଆଫ୍ରିକା ଟିମ

ଦକ୍ଷିଣ ଆଫ୍ରିକା

ପଏଣ୍ଟ : ୬

ମ୍ୟାଚ୍‌: ୪

NRR: +୦.୭୪୨

ମୁକାବିଲା ବାକି: ଇଂଲଣ୍ଡ

ସେମିଫାଇନାଲରେ ପହଞ୍ଚିବାକୁ କଣ କରିବାକୁ ହେବ: ବିଜୟ ଓ ଆଶା

ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ପ୍ରଥମ ପରାଜୟ ପରେ ଦକ୍ଷିଣ ଆଫ୍ରିକା ଭଲ କମବ୍ୟାକ କରିଛି । ମାତ୍ର ଅଷ୍ଟ୍ରେଲୀୟ ଟିମ ପରି ଭାଗ୍ୟ ସଂପୂର୍ଣ୍ଣ ରୂପେ ହାତରେ ନାହିଁ ।

ଅଷ୍ଟ୍ରେଲିଆ ଟିମ ବାଂଲାଦେଶକୁ ବଡ ବ୍ୟବଧାନରେ ହରାଇବା ସହ ନେଟ୍‌ ରନ୍‌ ରେଟ୍‌ ମାମଲାରେ ଦକ୍ଷିଣ ଆଫ୍ରିକାକୁ ପଛରେ ପକାଇଦେଇଛି । ଅଷ୍ଟ୍ରେଲିଆ ପରି ଦକ୍ଷିଣ ଆଫ୍ରିକାର ସ୍ଥିତି ରହିଛି । ଶେଷ ମ୍ୟାଚ୍‌ରେ ବିଜୟ ମଧ୍ୟ ସିଧାସଳଖ ସେମି ଟିକେଟ ଦେବନାହିଁ, ମାତ୍ର ପରାଜୟ ବିଦାୟ ରାସ୍ତା ଦେଖାଇବ ।

ଏପରି ସ୍ଥିତିରେ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ ମ୍ୟାଚ୍‌ ପରେ ସ୍ପଷ୍ଟ ହେବ ଯେ ସେମିଫାଇନାଲରେ ସ୍ଥାନ ପାଇଁ ଦକ୍ଷିଣ ଆଫ୍ରିକାକୁ କେତେ ବ୍ୟବଧାନର ବିଜୟୀ ହେବାକୁ ପଡିବ ।

ସଂକ୍ଷେପରେ: ଅଷ୍ଟ୍ରେଲିଆ ଠାରୁ ନେଟ୍‌ ରନ୍‌ ରେଟ୍‌ ମାମଲାରେ ଆଗରେ ରହିବାକୁ ଇଂଲଣ୍ଡ ବିପକ୍ଷରେ ବଡ ବିଜୟ ଜରୁରୀ । ଅନ୍ୟପଟେ ୱେଷ୍ଟଇଣ୍ଡିଜ ମଧ୍ୟ ଅଷ୍ଟ୍ରେଲିଆକୁ ପରାସ୍ତ ପରେ ନେଟ୍‌ ରନ୍‌ ରେଟ୍‌ କମ୍‌ ହୋଇଯିବ ।

ଗ୍ରୁପ ୨:

ସେମିଫାଇନାଲରେ ପହଞ୍ଚିବାକୁ ସର୍ବନିମ୍ନ ପଏଣ୍ଟ: ୬ ପଏଣ୍ଟ

ସେମିଫାଇନାଲରେ ପହଞ୍ଚିବାକୁ ଆବଶ୍ୟକ ସର୍ବାଧିକ ପଏଣ୍ଟ: ୮ପଏଣ୍ଟ

ପାକିସ୍ତାନ

ପଏଣ୍ଟ: ୮

ମ୍ୟାଚ୍‌: ୪

ମୁକାବିଲା ବାକି: ସ୍କଟଲାଣ୍ଡ

ସେମିଫାଇନାଲରେ ପହଞ୍ଚିବାକୁ କଣ କରିବାକୁ ହେବ: ଶୀର୍ଷ ସ୍ଥାନରେ ସ୍ଥିର ରହିବାକୁ ଗୋଟିଏ ବିଜୟ ଜରୁରୀ

ଭାରତକୁ ୧୦ ୱିକେଟରେ ହରାଇବା ପରେ ପାକିସ୍ତାନ, ଇଂଲଣ୍ଡ ପରି ସେମିଫାଇନାଲ ଖେଳିବା ନିଶ୍ଚିତ କରିଛି । ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ ଓ ନାମ୍ବିଆକୁ ମଧ୍ୟ ପରାସ୍ତ କରିଛି ପାକିସ୍ତାନ

ନ୍ୟୁଜିଲାଣ୍ଡ

ପଏଣ୍ଟ: ୬

ମ୍ୟାଚ୍‌: ୪

ମୁକାବିଲା ବାକି: ଆଫଗାନିସ୍ତାନ

ସେମିଫାଇନାଲରେ ପହଞ୍ଚିବାକୁ କଣ କରିବାକୁ ହେବ: ଆଫଗାନିସ୍ତାନ ବିପକ୍ଷରେ ବିଜୟ

ଯଦି ନ୍ୟୁଜିଲାଣ୍ଡ ରବିବାର ଆଫଗାନିସ୍ତାନକୁ ହରାଇଦିଏ, ତେବେ ସେମିଫାଇନାଲ ଟିକେଟ ହାସଲ କରିନେବ ।

ମାତ୍ର ମ୍ୟାଚ୍‌ରେ ପରାଜୟର ମୁହଁ ଦେଖିବାକୁ ପଡିଲେ ନେଟ୍‌ ରନ୍‌ ରେଟ୍‌ ସମୀକରଣରେ ପଛରେ ପଡିଯିବ । ଏପରି ସ୍ଥିତିରେ ଚତୁର୍ଥ ସ୍ଥାନରେ ରହିପାରେ, କାରଣ ଭାରତ ସୋମବାର ନାମ୍ବିଆ ବିପକ୍ଷରେ ଖେଳିବ।

ସଂକ୍ଷେପରେ: ଶେଷ ମ୍ୟାଚ୍‌ରେ ବିଜୟ ସେମିଫାଇନାଲରେ ସ୍ଥାନ ପକ୍କା ।

ଟିମ ଇଣ୍ଡିଆ

ଭାରତ

ପଏଣ୍ଟ: ୪

ମ୍ୟାଚ୍‌ : ୪

: + ୧.୬୧୯

ସେମିଫାଇନାଲ ଖେଳିବାକୁ କଣ କରିବାକୁ ହେବ: ନାମ୍ବିଆକୁ ହରାଇବା ସହ ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନକୁ ହରାଇବ ଆଶା କରିବ ।

ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟ ପରେ ଗ୍ରୁପ ପର୍ଯ୍ୟାୟରୁ ବାହାର ହେବା ଦ୍ବାରରେ ରହିଛି । ଯଦି କେନ ୱିଲିୟମସନଙ୍କ ଟିମ ଶେଷ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ହରାଇଦିଏ, ତେବେ ବିରାଟ କୋହଲିଙ୍କ ଟିମ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିବ । ମାତ୍ର ଯଦି ନ୍ୟୁଜିଲାଣ୍ଡକୁ ହରାଇବାରେ ଆଫଗାନ ଟିମ ସଫଳ ହୋଇଯାଏ, ଭାରତ ସେମିଫାଇନାଲ ଖେଳିବା ସମ୍ଭାବନା ରହିବ । ଏପରି ସ୍ଥିତିରେ ଆଫଗାନିସ୍ତାନ ଓ ଭାରତ ଓ ନ୍ୟୁଜିଲାଣ୍ଡର ପଏଣ୍ଟ ସମାନ ହୋଇଯିବ ଓ ରନ୍‌ ରେଟ୍‌ ଆଧାରରେ ଗ୍ରୁପ ୨ରୁ ଦ୍ବିତୀୟ ଟିମ ଭାବେ ଏହି ୩ଟି ଟିମ ମଧ୍ୟରୁ ଜଣଙ୍କୁ ସେମି ଟିକେଟ ମିଳିବ । ଫଳରେ ଭାରତ ତାର ଶେଷ ମ୍ୟାଚ୍‌ରେ ନାମ୍ବିଆକୁ ହରାଇ ରନ୍‌ ରେଟ୍‌ ଅଧିକ ସହ ସୁରକ୍ଷିତ ରହିବାକୁ ଚାହିଁବ ।

ଆଫଗାନିସ୍ତାନ

ପଏଣ୍ଟ: ୪

ମ୍ୟାଚ୍‌: ୪

NRR: +୧.୪୮୧

ମୁକାବିଲା ବାକି: ନ୍ୟୁଜିଲାଣ୍ଡ

ସେମିଫାଇନାଲ ଖେଳିବାକୁ କଣ କରିବାକୁ ହେବ: ନ୍ୟୁଜିଲାଣ୍ଡକୁ ବିପକ୍ଷରେ ବଡ ବ୍ୟବଧାନରେ ବିଜୟ ।

ଭାରତ ଠାରୁ ବଡ ପରାଜୟ ମିଳିବା ପରେ ଗ୍ରୁପ ୨ ସ୍ଥିତି ରୋମାଞ୍ଚକର ହୋଇଛି । ନ୍ୟୁଜିଲାଣ୍ଡକୁ ହରାଇପାରିଲେ ସେମିଫାଇନାଲକୁ ଯିବାର ସମ୍ଭାବନା ରହିବ । ମାତ୍ର ଭାରତର ସର୍ବଶ୍ରେଷ୍ଠ ରନ୍‌ ରେଟ୍‌ ଥିବାରୁ କେବଳ ବିଜୟ ସେମି ଟିକେଟ ପାଇଁ ପର୍ଯ୍ୟାପ୍ତ ହେବନାହିଁ ।

ଆଫଗାନିସ୍ତାନର ପରାଜୟ ବିଦାୟର ରାସ୍ତା ଦେଖାଇବ । ତେବେ ଯଦି ବିଜୟ ମିଳେ NRR ଆଧାରରେ ନିର୍ଣ୍ଣୟ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.