ETV Bharat / sports

T-20 WC; ଆଜି ନାମ୍ବିଆ-ଆଫଗାନିସ୍ତାନ ଭେଟ - ଟି-ଟ୍ବେଣ୍ଟି

ଚଳିତ ଟି-ଟ୍ବେଣ୍ଟି ବିଶ୍ବକପ ସୁପର-୧୨ର ଗ୍ରୁପ-୨ର ଏକ ମୁକାବିଲାରେ ମୁହାଁମୁହିଁ ହେବେ ଆଫଗାନିସ୍ତାନ ଓ ନାମ୍ବିଆ । ସ୍କଟଲାଣ୍ଡକୁ ହରାଇ ଦୃଢ ମନୋବଳରେ ଥିବା ନାମ୍ବିଆ ଆଫଗାନିସ୍ତାନର ବିପର୍ଯ୍ୟୟ ଘଟାଇବାକୁ ଜୋରଦାର ପ୍ରସ୍ତୁତି କରିଛି । ଅଧିକ ପଢନ୍ତୁ...

T-20 WC; ଆଜି ନାମ୍ବିଆ-ଆଫଗାନିସ୍ତାନ ଭେଟ
T-20 WC; ଆଜି ନାମ୍ବିଆ-ଆଫଗାନିସ୍ତାନ ଭେଟ
author img

By

Published : Oct 31, 2021, 1:19 PM IST

ଆବୁଧାବି: ଚଳିତ ଟି-ଟ୍ବେଣ୍ଟି ବିଶ୍ବକପ ସୁପର-୧୨ର ଗ୍ରୁପ-୨ର ଏକ ମୁକାବିଲାରେ ମୁହାଁମୁହିଁ ହେବେ ଆଫଗାନିସ୍ତାନ ଓ ନାମ୍ବିଆ । ସ୍କଟଲାଣ୍ଡକୁ ହରାଇ ଦୃଢ ମନୋବଳରେ ଥିବା ନାମ୍ବିଆ ଆଫଗାନିସ୍ତାନର ବିପର୍ଯ୍ୟୟ ଘଟାଇବାକୁ ଜୋରଦାର ପ୍ରସ୍ତୁତି କରିଛି । ଅନ୍ୟପଟେ ଆଫଗାନିସ୍ତାନ ଏହି ମ୍ୟାଚ ଜରିଆରେ ବିଜୟଧାରାକୁ ଫେରିବା ପାଇଁ ସବୁ ଶକ୍ତି ଖଟାଇବ । ମ୍ୟାଚ ଅପରାହ୍ନ ୩ଟା ୩୦ରେ ହେବ ।

ଗ୍ରୁପ-୨ ପଏଣ୍ଟ ତାଲିକାରେ ଆଫଗାନିସ୍ତାନ ୨ଟି ମ୍ୟାଚରୁ ଗୋଟିଏରେ ବିଜୟ ହୋଇଛି । ପଏଣ୍ଟ ତାଲିକାର ଦ୍ବିତୀୟରେ ରହିଛି । ନାମ୍ବିଆ ଗୋଟିଏ ମ୍ୟାଚ ଖେଳି ୨ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଛି । ଆଜିର ମ୍ୟାଚରେ ଆଫଗାନିସ୍ତାନ ପଲ୍ଲା ଭାରି ରହିବ । ଦଳ ପ୍ରଥମ ମ୍ୟାଚରେ ସ୍କଟଲାଣ୍ଡକୁ ୧୩୦ ରନରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଥିଲା । ଶନିବାର ଅନୁଷ୍ଠିତ ମ୍ୟାଚରେ ଲଢୁଆ ପ୍ରଦର୍ଶନ ସତ୍ତ୍ବେ ପାକିସ୍ତାନଠାରୁ ୫ ୱିକେଟରେ ପରାସ୍ତ ହୋଇଥିଲା । ଏହି ମ୍ୟାଚରେ ଆଫଗାନିସ୍ତାନର ଉଭୟ ବ୍ୟାଟିଂ ଓ ବୋଲିଂରେ ପାକିସ୍ତାନକୁ କଡ୍ଡା ଟକ୍କର ଦେଇଥିଲା । ଖାସ କରି ଦଳର ସ୍ପିନର ସବୁଠୁ ଶକ୍ତିଶାଳୀ ଥିଲେ । ଆଜିର ମ୍ୟାଚରେ ରସିଦ ଖାନ ଓ ମୁଜିବଙ୍କ ଘାତକ ବୋଲିଂ ଉପରେ ସମସ୍ତଙ୍କ ନଜର ରହିବ ।

ଅନ୍ୟପଟେ ନାମ୍ବିଆ ପ୍ରଥମ ମ୍ୟାଚରେ ସ୍କଟଲାଣ୍ଡକୁ ୪ ୱିକେଟରେ ହରାଇବା ପରେ ଦଳର ମନୋବଳ ଦ୍ବିଗୁଣିତ ରହିଛି । ଅଲରାଉଣ୍ଡର ଜେଜେ ସ୍ମିଥଙ୍କ ଘାତକ ବୋଲିଂ ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଆଜିର ମ୍ୟାଚରେ ଆଫଗାନିସ୍ତାନକୁ ହରାଇବାକୁ ହେଲେ ଦଳକୁ ବ୍ୟାଟିଂ ବିଭାଗରେ ଉନ୍ନତି ଆଣିବାକୁ ପଡିବ । ମ୍ୟାଚରେ ପରିବର୍ତ୍ତିତ ଦଳକୁ ନେଇ ପଡିଆକୁ ଓହ୍ଲାଇବା ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.