ETV Bharat / sports

Yearender 2021: ବିଶ୍ବକ୍ରୀଡା ମଞ୍ଚରେ ଭାରତୀୟ ଆଥଲେଟ୍‌ଙ୍କ ଚମତ୍କାର

author img

By

Published : Dec 26, 2021, 7:43 PM IST

Updated : Dec 27, 2021, 3:39 PM IST

ବର୍ଷ ୨୦୨୧ ଟୋକିଓ ଅଲମ୍ପିକ୍‌ସର ବର୍ଷ ଥିଲା । ଟୋକିଓ ୨୦୨୦ ଅଲମ୍ପିକ୍‌ ଗତ ବର୍ଷ ସ୍ଥଗିତ ହେବାପରେ ୨୦୨୧ରେ ପୁନଃ ଆୟୋଜିତ ହେବାଫଳରେ ଅନେକ ଉତ୍ସାହ ସୃଷ୍ଟି କରିଥିଲା । ଅଲମ୍ପିକ୍‌ସରେ ଭାରତ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ସହ ରେକର୍ଡ ସର୍ବାଧିକ ୭ଟି ପଦକ ନିଜ ନାମରେ କରିଥିଲା । ଅଧିକ ପଢନ୍ତୁ

Yearender 2021: indian athletes won heart of country with great volley of victories
Yearender 2021: ବିଶ୍ବକ୍ରୀଡା ମଞ୍ଚରେ ଭାରତୀୟ ଆଥଲେଟ୍‌ଙ୍କ ଚମତ୍କାର

ନୂଆଦିଲ୍ଲୀ: ବର୍ଷ ୨୦୨୧ ଟୋକିଓ ଅଲମ୍ପିକ୍‌ସର ବର୍ଷ ଥିଲା । ଟୋକିଓ ୨୦୨୦ ଅଲମ୍ପିକ୍‌ ଗତ ବର୍ଷ ସ୍ଥଗିତ ହେବାପରେ ୨୦୨୧ରେ ପୁନଃ ଆୟୋଜିତ ହେବାଫଳରେ ଅନେକ ଉତ୍ସାହ ସୃଷ୍ଟି କରିଥିଲା । ବିଶ୍ବ କ୍ରୀଡାର ମହାକୁମ୍ଭକୁ ଉପଭୋଗ କରିବାକୁ ଫ୍ୟାନ୍ସଙ୍କ ଉତ୍କଣ୍ଠା ଦ୍ବିଗୁଣିତ ହୋଇଥିଲା । ସବୁ ପ୍ରତୀକ୍ଷାର ଅନ୍ତ ହୋଇଥିଲା ଓ କ୍ରୀଡାର ଶ୍ରେଷ୍ଠ ଓ ବୃହତ ବିଶ୍ବସ୍ତରୀୟ ଭବ୍ୟ ଇଭେଣ୍ଟ ଜାପାନର ରାଜଧାନୀ ଟୋକିଓରେ ଆୟୋଜନ ହୋଇଥିଲା । ଭାରତୀୟ ଆଥଲେଟ୍‌ ଐତିହାସିକ ପ୍ରଦର୍ଶନ ସହ ଦେଶବାସୀଙ୍କ ମନଜିଣିନେଇଥିଲେ ।

ଏଥରର ଅଲମ୍ପିକ୍‌ସ ଖେଳ ସଂପୂର୍ଣ୍ଣ COVID-19 କଟକଣା ମଧ୍ୟରେ ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା । ତେବେ ବିନାଦର୍ଶକରେ ଖାଲି ଷ୍ଟାଡିୟମରେ ସମସ୍ତ ପ୍ରକାର ପ୍ରତିଯୋଗିତା ଖେଳାଯାଇଥିଲା । ୨୦୦ରୁ ଅଧିକ ଦେଶର ପ୍ରାୟ ୧୧,୦୦୦ ଆଥଲେଟ୍‌ ଏହି ମେଗା ଅଲମ୍ପିକ୍‌ ଇଭେଣ୍ଟରେ ନିଜ ଦେଶକୁ ପ୍ରତିନିଧିତ୍ବ କରିଥିଲେ । ବିଶ୍ବର ଶ୍ରେଷ୍ଠ କ୍ରୀଡାବିତ୍‌ଙ୍କ ମଧ୍ୟରେ ୩୩ଟି ଭିନ୍ନ କ୍ରୀଡା ପ୍ରତିଯୋଗିତାର ସାକ୍ଷୀ ପାଟଲିଥିଲା ଜାପାନ ।

୨୦୨୦ ଗ୍ରୀଷ୍ମକାଳୀନ ଅଲମ୍ପିକ୍‌ସ:

୨୦୨୦ ଗ୍ରୀଷ୍ମକାଳୀନ ଅଲମ୍ପିକ୍‌ସରେ(Summer olympics) ପ୍ରତିଯୋଗିତାରେ ନୂଆକରି କରାଟେ, ଷ୍କେଟ୍‌ବୋର୍ଡିଂ, ସ୍ପୋର୍ଟ୍ସ କ୍ଳାଇମ୍ବିଂ ଓ ସର୍ଫିକୁ ଡେବ୍ୟ କରିଥିଲେ । ସେହିପରି ପୂର୍ବ ଦୁଇଟି ସଂସ୍କରଣର ଅଲମ୍ପିକ୍‌ ଖେଳରେ ବାସ୍କେଟଲ/ସପ୍ଟବଲ୍‌ ବାଦ୍‌ ପଡିବା ପରେ ପୁଣିଥିରେ ପ୍ରତିଯୋଗିତାରେ ସାମିଲ କରାଯାଇଥିଲା ।

ଅନ୍ୟପଟେ ଟୋକିଓ ପାରାଲମ୍ପିକ୍‌ସରେ ୨୨ଟି ଭିନ୍ନ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଏହି ମେଗା ଇଭେଣ୍ଟ ଖେଳାଯାଇଥିଲା । ବ୍ୟାଡ୍‌ମିଣ୍ଟନ ଓ ତାଇକଓଣ୍ଡେ ଖେଳକୁ ୨୦୨୦ ଗ୍ରୀଷ୍ମକାଳୀନ ପାରାଲମ୍ପିକ୍‌ସରେ ସାମିଲ କରାଯାଇଥିଲା ।

ଉଭୟ ଅଲମ୍ପିକ୍‌ ଓ ପାରାଲମ୍ପିକ୍‌ସରେ ରେକର୍ଡ ପଦକ(medal) ଜିତିଥିଲେ ଭାରତୀୟ ଆଥଲେଟ୍‌ । ଜାପାନରେ ଦେଶ ଦେଖିଥିଲା ଭାରତୀୟ ଆଥଲେଟ୍‌ଙ୍କ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ।

ଅଲମ୍ପିକ୍‌ସରେ ସର୍ବକାଳୀନ ପଦକ ରେକର୍ଡ:

ଅଲମ୍ପିକ୍‌ସରେ ଭାରତ ରେକର୍ଡ ସର୍ବକାଳୀନ ସର୍ବାଧିକ ୭ଟି ପଦକ ନିଜ ନାମରେ କରିଥିଲା । ଏହାମଧ୍ୟରେ ଗୋଟିଏ ସ୍ବର୍ଣ୍ଣ, ଦୁଇଟି ରୌପ୍ୟ ଓ ୪ଟି କାଂସ୍ୟ ପଦକ ସାମିଲ ରହିଥିଲା । ଅଲମ୍ପିକ୍‌ ପ୍ରତିଯୋଗିତାରେ ଭାରତର ପ୍ରଦର୍ଶନର ମୁଖ୍ୟାଂଶରେ ଜାଭେଲିନ ଥ୍ରୋଅର ନୀରଜ ଚୋପ୍ରା ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ । ୮୭.୫୮ ମିଟର ଜାଭେଲିନ ଥ୍ରୋ କରି ସେ ପଦକ ବିଜୟ ପୋଡିୟମର ଶୀର୍ଷରେ ରହିଥିଲେ । ଆଥଲେଟିକ୍‌ସରେ ପ୍ରଥମ ଭାରତୀୟ ଅଲମ୍ପିଆନ ଭାବେ ସେ ସ୍ବର୍ଣ୍ଣ ପଦକ ବିଜେତା ହୋଇଥିଲେ । ଏଥିସହ ଅଭିନବ ବିନ୍ଦ୍ରାଙ୍କ ପରେ ଦ୍ବିତୀୟ ଖେଳାଳି ଭାବେ ବ୍ୟକ୍ତିଗତ ଅଲମ୍ପିକ୍‌ସ ସ୍ବର୍ଣ୍ଣ ପଦକ ଜିତିବାର ଗୌରବ ଅର୍ଜନ କରିଥିଲେ ।

୪୧ ବର୍ଷ ପରେ ଭାରତୀୟ ହକି ଟିମର ଅଲମ୍ପିକ ପଦକ:

ଭାରତର ଅଲମ୍ପିକ୍‌ ଅଭିଯାନର ଆଉ ଏକ ପ୍ରମୁଖ ମୁଖ୍ୟାଂଶ ରହିଥିଲା ଭାରତୀୟ ପୁରୁଷ ହକି ଟିମ ୪୧ ବର୍ଷର ପଦକ ମରୂଡିକୁ ଶେଷ କରି କାଂସ୍ୟ ପଦକ ଜିତିଥିଲା । ମନପ୍ରୀତ ସିଂହଙ୍କ ନେତୃତ୍ବରେ ଅଲମ୍ପିକ୍‌ ହକି ପ୍ରତିଯୋଗିତାର ପୁଲ୍‌ Aରେ ଥିବା ଟିମ ଇଣ୍ଡିଆ ୫ଟି ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ରୁ ୪ଟି ବିଜୟ ସହି ଦ୍ବିତୀୟରେ ରହିଥିଲା । ପରେ କ୍ବାର୍ଟର-ଫାଇନାଲରେ ଗ୍ରେଟ୍‌ ବ୍ରିଟେନକୁ ୩-୧ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲ। ମାତ୍ର ବେଲଜିୟମ ଠାରୁ ୫-୨ ଗୋଲ୍‌ରେ ସେମିଫାଇନାଲରେ ପରାସ୍ତ ହୋଇଥିଲା । ପରେ ଜର୍ମାନୀଙ୍କୁ ଐତିହାସିକ ପ୍ରଦର୍ଶନ ସହ ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ୫-୪ ଗୋଲ୍‌ରେ ହରାଇ ପଦକ ହାତେଇଥିଲା ।

ମହିଳା ହକି ଟିମର ଐତିହାସିକ ପ୍ରଦର୍ଶନ:

ଅନ୍ୟପଟେ ମହିଳା ଟିମର ଅଭିଯାନକୁ ଶକ୍ତ ଧକ୍କା ଲାଗିଥିଲା ଯେବେ ପ୍ରଥମ ତିନୋଟି ମ୍ୟାଚ୍‌ରେ ଟିମକୁ ପରାଜୟର ମୁହଁ ଦେଖିବାକୁ ପଡିଥିଲା । ମାତ୍ର ବିଶ୍ବ ନମ୍ବର ୩ ଅଷ୍ଟ୍ରେଲିଆକୁ ହରାଇ ବଡ ବିପର୍ଯ୍ୟୟ ଘଟାଇଥିଲା ରାନୀ ରାମପାଲଙ୍କ ଟିମ । ତେବେ ଉଭୟ ସେମିଫାଇନାଲ ଓ ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ଯଥାକ୍ରମେ ଆର୍ଜେଣ୍ଟିନା ଓ ଗ୍ରେଟ୍‌ ବ୍ରିଟେନ ଠାରୁ ପରାସ୍ତ ହୋଇଥିଲା । ଫଳରେ ୨୦୨୦ ଟୋକିଓ ଅଲମ୍ପିକ୍‌ସରେ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲା ।

ଗୋଲ୍‌ଫ ଇଭେଣ୍ଟରେ ଅଦିତି ଅଶୋକ ଅଳ୍ପକେ ଅଲମ୍ପିକ୍‌ ପଦକରୁ ବଞ୍ଚିତ ହୋଇଥିଲେ । ମହିଳା ଷ୍ଟ୍ରୋକ୍‌ ପ୍ଲେ ଇଭେଣ୍ଟରେ ଜବରଦସ୍ତ ପ୍ରଦର୍ଶନ ସହ ଚତୁର୍ଥ ସ୍ଥାନରେ ରହିଥିଲେ । ସର୍ଟଲର ପିଭି ସିନ୍ଧୁ ଦ୍ବିତୀୟ ଭାରତୀୟ ଆଥଲେଟ୍‌ ଭାବେ ଦୁଇଟି ବ୍ୟକ୍ତିଗତ ଅଲମ୍ପିକ୍‌ ପଦକ ଜିତି ଇତିହାସ ରଚିଥିଲେ । ୫୨ ମିନିଟ୍‌ ଧରି ଖେଳାଯାଇଥିବା ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ବିଙ୍ଗ୍‌ ଜିଆଓଙ୍କୁ ୨୧-୧୩ ଓ ୨୧-୧୫ ସେଟ୍‌ରେ ହରାଇଥିଲେ । ୨୦୧୬ ରିଓ ଅଲମ୍ପିକ୍‌ସରେ ସିନ୍ଧୁ ରୌପ୍ୟ ପଦକ ଜିତିଥିଲେ ।

ସେହିପରି ଭାରତ ପାଇଁ ଅନ୍ୟ ପଦକ ବିଜେତା ରହିଥିଲେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ(ବ୍ରୋଞ୍ଜ), ଭାରୋତ୍ତୋଳନକାରୀ ମୀରାବାଇ ଚାନୁ (ରୌପ୍ୟ), ବକ୍ସର ଲଭଲିନା ବୋର୍ଗହେନ(ବ୍ରୋଞ୍ଜ୍‌) ଓ କୁସ୍ତିଯୋଦ୍ଧା ରବି କୁମାର ଦହିୟା(ରୌପ୍ୟ) । ଅଲମ୍ପିକ୍‌ସ ଶେଷ ହେବାପରେ ଟୋକିଓ ପାରାଲମ୍ପିକ୍‌ସରେ ମଧ୍ୟ ଭାରତୀୟ ଖେଳାଳି ଦମ ଦେଖାଇଥିଲେ । ୧୯ଟି ପଦକ ଜିତି ଦେଶର ସର୍ବକାଳୀନ ଶ୍ରେଷ୍ଠ ପାରାଲମ୍ପିକ୍‌ସ ପ୍ରଦର୍ଶନ କରିଥିଲେ । ୧୯ଟି ପଦକ ମଧ୍ୟରେ ୫ଟି ସ୍ବର୍ଣ୍ଣ, ୫ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ପଦକ ସାମିଲ ରହିଥିଲା ।

୨୦୨୦ ଗ୍ରୀଷ୍ମକାଳୀନ ପାରାଲମ୍ପିକ୍‌ସ:

୯ଟି ଭିନ୍ନ ଖେଳରେ ଭାରତ ୫୪ ଜଣିଆ ସର୍ବକାଳୀନ ବୃହତ ପାରାଲମ୍ପିକ୍‌ ଟିମ ଟୋକିଓକୁ ପଠାଇଥିଲା । ଟୋକିଓରେ ଡେବ୍ୟୁ କରିଥିବା ବ୍ୟାଡମିଣ୍ଟନ ଓ ତାଇକଓଣ୍ଡୋ ଖେଳରେ ଭାରତ ପ୍ରତିନିଧିତ୍ବ କରିଥିଲେ । ବର୍ଷ ୧୯୬୮ରୁ ପାରାଲମ୍ପିକ୍‌ସରେ ଅଂଶଗ୍ରହଣ କରିବାଠାରୁ ୨୦୧୬ ରିଓ ଅଲମ୍ପିକ୍‌ ପର୍ଯ୍ୟନ୍ତ ଭାରତ ମୋଟ ୧୨ଟି ପଦକ ଜିତିପାରିଥିଲା । ମାତ୍ର ଏହି ସଂଖ୍ୟା ଠାରୁ ଅବିଶ୍ବସନୀୟ ଶ୍ରେଷ୍ଠ ପ୍ରଦର୍ଶନ ସହ କେବଳ ଟୋକିଓ ପାରାଲମ୍ପିକ୍‌ସ ୨୦୨୦ରେ ୭ଟି ପଦକ ଅଧିକ ଜିତିଥିଲା । ୧୯ ପଦକ ସହ ମୋଟ ୧୬୨ଟି ଦେଶ ମଧ୍ୟରୁ ପଦକ ତାଲିକାର ୨୪ତମ ସ୍ଥାନରେ ରହିଥିଲା ଭାରତ ।

ସ୍ବର୍ଣ୍ଣ ପଦକ ବିଜେତା : ଟୋକିଓ ପାରାଲମ୍ପିକ୍‌ସରେ ଭାରତ ପକ୍ଷରୁ ସ୍ବର୍ଣ୍ଣ ପଦକ ବିଜେତା ରହିଥିଲେ ମହିଳା ୧୦ ମିଟର ଏୟାର ରାଇଫଲ SH୧ ଇଭେଣ୍ଟରେ ଅବନୀ ଲେଖାରା, ପୁରୁଷ ଏକକ ବ୍ୟାଡମିଣ୍ଟନ SL୩ ଇଭେଣ୍ଟରେ ପ୍ରମୋଦ ଭଗତ, ପୁରୁଷ ଏକକ SH୬ ବ୍ୟାଡମିଣ୍ଟନରେ କ୍ରୀଷ୍ଣା ନାଗର, ପୁରୁଷ ଜାଭେଲିନ ଥ୍ରୋ F୬୪ରେ ସୁମିତ ଅଣ୍ଟିଲ ଓ ମିଶ୍ରିତ ୫୦ ମିଟର ପିସ୍ତଲ SH୧ରେ ମନୀଷ ନରୱାଲ ।

ରୋପ୍ୟ ବିଜେତା: ମହିଳା ଏକକ କ୍ଳାସ ୪ ଟେବୁଲ ଟେନିସରେ ଭାବିନାବେନ ପଟେଲ, ମିଶ୍ରିତ ୫୦ ମିଟର ପିସ୍ତଲ SH୧ରେ ସିଂହରାଜ ଅଧାନା, ପୁରୁଷ ଡିସକସ୍‌ F୫୬ରେ ଯୋଗେଶ କାଥୁନିଆ, ପୁରୁଷ ହାଇ ଜମ୍ପ୍‌ T୪୭ରେ ନିଶାଦ କୁମାର, ପୁରୁଷ ହାଇଜମ୍ପ୍‌ T୬୩ରେ ମାରିୟାପ୍ପନ ଥାଙ୍ଗାଭେଲୁ, ପୁରୁଷ ହାଇ ଜମ୍ପ୍‌ T୬୪ରେ ପ୍ରବୀଣ କୁମାର, ପୁରୁଷ ଜାଭେଲିନ F୪୬ରେ ଦେବେନ୍ଦ୍ର ଝାଜାରିୟା ଓ ପୁରୁଷ ଏକକ ବ୍ୟାଡମିଣ୍ଟନ SL୪ରେ ସୁହାସ ୟାଥିରାଜ ।

ଏହାମଧ୍ୟ ପଢନ୍ତୁ: Cricket Controversy 2021: କ୍ରିକେଟରେ ଛାଇଗଲା ବିବାଦ, ପଦ ପାଇଁ ଫାଟ

ବ୍ରୋଞ୍ଜ ପଦକ ବିଜେତା: ମହିଳା ୫୦ ମିଟର ରାଇଫଲ ୩ ପୋଜିସନ SH୧ରେ ଅବନୀ ଲେଖାରା, ପୁରୁଷ ବ୍ୟକ୍ତିଗତ ରିକର୍ଭ ତୀରନ୍ଦାଜରେ ହରବିନ୍ଦର ସିଂହ, ପୁରୁଷ ଜାଇ ଜମ୍ପ୍‌ T୬୩ରେ ସରଦ କୁମାର, ପୁରୁଷ ଜାଭେଲିନ ଥ୍ରୋ F୪୬ରେ ସୁନ୍ଦର ସିଂହ ଗୁରଜର, ପୁରୁଷ ଏକକ ବ୍ୟାଡମିଣ୍ଟନ SL୩ରେ ମନୋଜ ସରକାର ଓ ପୁରୁଷ ୧୦ ମିଟର ଏୟାର ପିସ୍ତଲ SH୧ ଇଭେଣ୍ଟରେ ସିଂହରାଜ ଅଧାନା ।

Athletics in 2021: ନୀରଜଙ୍କ ଅଲମ୍ପିକ୍‌ ସ୍ବର୍ଣ୍ଣରୁ ଭାରତୀୟ ଆଥଲେଟିକ୍ସର ନୂଆ ଯୁଗ ଆରମ୍ଭ

ଭାରତୀୟ ପଦକ ବିଜେତାଙ୍କ ରେକର୍ଡ: ସୁମିତ ଅଣ୍ଟିଲ - F୬୪ ପୁରୁଷ ଜାଭେଲିନ(ସ୍ବର୍ଣ୍ଣ)ରେ ବିଶ୍ବ ରେକର୍ଡ, ଅବନୀ ଲେଖାରା- R୨ ମହିଳା ୧୦ ମିଟର ଷ୍ଟାଣ୍ଡିଂ SH୧(ସ୍ବର୍ଣ୍ଣ)ରେ ବିଶ୍ବ ରେକର୍ଡର ସମକକ୍ଷ ଓ ପାରାଲମ୍ପିକ୍‌ ରେକର୍ଡ, ମନୀଷ ନରୱାଲ- P୪ ମିଶ୍ରିତ ୫୦ ମିଟର ପିସ୍ତଲ SH୧(ସ୍ବର୍ଣ୍ଣ)ରେ ପାରାଲମ୍ପିକ୍‌ ରେକର୍ଡ, ନିଶାଦ କୁମାର - ପୁରୁଷ ହାଇ ଜମ୍ପ୍‌ T୪୭(ରୌପ୍ୟ)ରେ ଏସିଆନ ରେକର୍ଡ ଓ ପ୍ରବୀଣ କୁମାର- ପୁରୁଷ ହାଇ ଜମ୍ପ୍‌ T୬୪(ରୌପ୍ୟ)ରେ ଏସିଆନ ରେକର୍ଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 27, 2021, 3:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.