ETV Bharat / sports

ନୂଆ ବିବାଦରେ ଫସିପାରନ୍ତି ବାବା ରାମଦେବ, ସାମ୍ନାକୁ ଆସିଲା କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କ ସହ ଘନିଷ୍ଠତା - ସାଗର ଧନକର ହତ୍ୟାକାଣ୍ଡ

ସାମ୍ନାକୁ ଆସିଲା କୁସ୍ତିଯୋଦ୍ଧା ସାଗର ଧନକର ହତ୍ୟାକାଣ୍ଡରେ ଫସିଥିବା କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କ ବାବା ରାମଦେବଙ୍କ ସହ ଘନିଷ୍ଠତା ମାମଲା । ଅଧିକ ପଢନ୍ତୁ...

ନୂଆ ବିବାଦରେ ଫସିପାରନ୍ତି ବାବା ରାମଦେବ, ସାମ୍ନାକୁ ଆସିଲା କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କ ସହ ଘନିଷ୍ଠତା

author img

By

Published : May 31, 2021, 9:06 PM IST

ଡେରାଡୁନ୍‌: ଦିଲ୍ଲୀ ପୋଲିସ କୁସ୍ତିଯୋଦ୍ଧା ସାଗର ଧନକର ହତ୍ୟାକାଣ୍ଡରେ ଫସିଥିବା କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଲଗାତାର ସେହି ସ୍ଥାନକୁ ନେଇ ତଦନ୍ତ କରୁଛି, ଯେଉଁଠାରେ ହତ୍ୟା ପରେ ଫେରାର ହୋଇ ଆତ୍ମଗୋପନ କରିଥିଲେ ସୁଶୀଲ । ହରିଦ୍ବାର ଓ ହୃଷିକେଶସ୍ଥିତ କିଛି ସ୍ଥାନରେ ମଧ୍ୟ ଦିଲ୍ଲୀ ପୋଲିସ ପହଞ୍ଚିଥିଲା । ଏସବୁ ଭିତରେ ସୁଶୀଲ କୁମାରଙ୍କ ବାବା ରାମଦେବଙ୍କ ସହ ଘନିଷ୍ଠତାର ମାମଲା ସାମ୍ନାକୁ ଆସିଛି । ସୁଶୀଲ କୁମାରଙ୍କୁ ପତଞ୍ଜଳୀ ସାମଗ୍ରୀର ବିଜ୍ଞାପନରେ ମଧ୍ୟ ଦେଖାଯାଇସାରିଛି । କୁହାଯାଉଛି ଯେ, ପତଞ୍ଜଳୀ ଯୋଗପୀଠ ଠାରୁ ଯୋଗ ଗ୍ରାମ ଓ ଦିବ୍ୟ ଫାର୍ମାସୀ ଠାରୁ ନେଇ ବାବାଙ୍କ ଫ୍ଲାଟକୁ ମଧ୍ୟ ସୁଶୀଲ କୁମାର ଅନେକଥର ଆସିଛନ୍ତି ।

Wrestler Sushil Kumar is closely related to Baba Ramdev and advertises Patanjali's products
ସୁଶୀଲ କୁମାରଙ୍କ ସହ ବାବା ରାମଦେବ

ବାବା ରାମଦେବ ଓ ସୁଶୀଲ କୁମାରଙ୍କ ଘନିଷ୍ଠତା ଏଥିପାଇଁ ମଧ୍ୟ ଥିଲା, କାରଣ ସୁଶୀଲ କୁମାରଙ୍କ ଅତ୍ୟନ୍ତ ଖାସ୍‌ ଓ ଭାଇ ପରି ସୁଧୀର ଦହିୟା, ବାବା ରାମଦେବଙ୍କ ସହ ଛାଇପରି ସାଥିରେ ରହିଥାନ୍ତି । ବାବା ରାମଦେବଙ୍କ ବିଦେଶ ଯାତ୍ରା କିମ୍ବା ଦେଶଭିତରେ କୌଣସି ବଡ କାର୍ଯ୍ୟକ୍ରମରେ ସୁଧୀର ଦହିୟା ବାବା ରାମଦେବଙ୍କ ସହ ସର୍ବଦା ସହଯୋଗୀ ଭାବେ ରହିଥାନ୍ତି । କୁହାଯାଉଛି, ସୁଧୀର, ସୁଶୀଲ କୁମାରଙ୍କ ପରିବାର ସଦସ୍ୟ ପରି ।

ସୂଚନା ଅନୁଯାୟୀ, ବିଜେତା ହେବାପରେ ସୁଶୀଲ କୁମାର ସର୍ବପ୍ରଥମେ ବାବା ରାମଦେବଙ୍କ କମ୍ପାନୀର ବିଜ୍ଞାପନ କରିଥିଲେ । ବାବା ରାମଦେବଙ୍କ ପତଞ୍ଜଳୀ ଯୋଗପୀଠରେ ତିଆରି ହେଉଥିବା ଦେଶୀ ଘିଅ ଓ ଅନ୍ୟ ସାମଗ୍ରୀର ବିଜ୍ଞାପନରେ ସୁଶୀଲ କୁମାରଙ୍କୁ ପ୍ରଥମ ଥର ଦେଖାଯାଇଥିଲା । କୁହାଯାଉଛି, ବାବା ରାମଦେବଙ୍କ ସହିତ ସୁଶୀଲ କୁମାରଙ୍କ ବେଶ୍‌ ଘନିଷ୍ଠ ସଂପର୍କ ରହିଛି । ବାବା ରାମଦେବଙ୍କ ଅନେକ କାର୍ଯ୍ୟକ୍ରମରେ ସୁଶୀଲ କୁମାର କେବଳ ଯୋଗଦେଇନାହାନ୍ତି ବରଂ ଖୋଦ ଦିଲ୍ଲୀର ଛତ୍ରଶାଲ ଷ୍ଟାଡିୟମରେ ସୁଶୀଲ କୁମାରଙ୍କ ଆଖଡାରେ ବାବା ରାମଦେବ ପହଞ୍ଚି ଏକାଧିକ ବାର କୁସ୍ତିଯୋଦ୍ଧାଙ୍କୁ ଯୋଗ କରାଇଥିବା ମଧ୍ୟ ଦେଖାଯାଇଛି ।

ସୁଧୀର ଦହିୟାଙ୍କ ସହ ବାବା ରାମଦେବ

ସୁଶୀଲଙ୍କ ଘନିଷ୍ଠ ସୁଦୀର ଦହିୟା ବାବାଙ୍କ ଖାସ୍‌

ସୁଧୀର ଦହିୟାଙ୍କୁ କୁସ୍ତିଯୋଦ୍ଧା ସୁଶୀଲ ନିଜର ଭାଇ ମାନନ୍ତି । ବୋଧହୁଏ ଏହି କାରଣ ପାଇଁ କେବଳ ଭାରତରେ ନୁହେଁ ବରଂ ବିଦେଶ ମାଟିରେ ମଧ୍ୟ ସୁଶୀଲ ଯେଉଁଠାରେ ମଧ୍ୟ ରିଙ୍ଗ୍‌ରେ ଲଢନ୍ତି, ସେଠାରେ ଉପସ୍ଥିତ ଥାଆନ୍ତି ସୁଧୀର । ସୁଧୀରଙ୍କ ଫେସବୁକ ପ୍ରୋଫାଇଲ ମଧ୍ୟ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କ ସହ ତାଙ୍କର କେତେ ଖାସ୍‌ ସଂପର୍କ ବୟାନ କରେ । ବାବା ରାମଦେବଙ୍କ ଅନେକ କାର୍ଯ୍ୟକ୍ରମରେ ସୁଶୀଲଙ୍କୁ ଦେଖାଯାଇଛି ।

ପତଞ୍ଜଳୀ ଯୋଗପୀଠର ଘିଅ ବିଜ୍ଞାପନରେ ନଜର ଆସିଥିଲେ ସୁଶୀଲ କୁମାର

ସୁଶୀଲ କୁମାର ଯେବେ ଅଲମ୍ପିକ ପଦକ ଜିତିଥିଲେ, ଏହାପରେ ବାବା ରାମଦେବଙ୍କ ଯୋଗପୀଠର ଘିଅ ବିଜ୍ଞାପନରେ ତାଙ୍କୁ ପ୍ରଥମ ଥର ଦେଖାଯାଇଥିଲା । ତେବେ ସୁଶୀଲ କୁମାର ଅନ୍ୟ ସାମଗ୍ରୀ ଓ ଭାରତ ସରକାରଙ୍କ ସୀମା ଶୁକ୍ଳ କେନ୍ଦ୍ରୀୟ ଉତ୍ପାଦର ମଧ୍ୟ ବିଜ୍ଞାପନ କରିଛନ୍ତି । ମାତ୍ର କୌଣସି କାରଣରୁ ଏହି ବିଜ୍ଞାପନ କିଛି ଦିନ ଚାଲିବା ପରେ ବନ୍ଦ ହୋଇଯାଇଥିଲା ।

ଫୋନ ଉଠାଉନାହାଁନ୍ତି ବାବା ରାମଦେବଙ୍କ ନିକଟତମ ବ୍ୟକ୍ତି

ବାବା ରାମଦେବଙ୍କ ସହ ସୁଶୀଲଙ୍କ ବିଜ୍ଞାପନ ଟିଭିରେ ଆସିଥିବା କୁହାଯାଉଛି । ଏହି ପୁରା ହତ୍ୟାକାଣ୍ଡ ପରେ ବାବା ରାମଦେବଙ୍କ ପତଞ୍ଜଳୀ ଯୋଗପୀଠ ସୁଶୀଲ କୁମାରଙ୍କ ବିଜ୍ଞାପନ ବନ୍ଦ କରୁଛି ନା ନାହିଁ । ଏହି ମାମଲାରେ ବାବା ରାମଦେବଙ୍କ ନିକଟତମ ବ୍ୟକ୍ତି ତିଜାରାବାଲା, ସୁଧୀର ଦହିୟା ଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ପିଏସ ଗଗନଙ୍କୁ ଫୋନ କରାଯାଇଥିଲେ ମଧ୍ୟ କେହି ବି ଫୋନ ଉଠାଇନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.