ETV Bharat / sports

World TT C'ships: କ୍ବାର୍ଟର-ଫାଇନାଲରେ ମନିକା ବାତ୍ରା - ବିଶ୍ବ ଟେବୁଲ ଟେନିସ ଚମ୍ପିଆନସିପ୍‌ କ୍ବାର୍ଟରଫାଇନାଲରେ ମନିକା ବାତ୍ରା

ବିଶ୍ବ ଟେବୁଲ ଟେନିସ ଚମ୍ପିଆନସିପ୍‌ ୨୦୨୧ର ମହିଳା ଓ ମିକ୍ସଡ ଡବଲ୍ସ କ୍ବାର୍ଟର-ଫାଇନାଲରେ ଭାରତୀୟ ଷ୍ଟାର ପାଡଲର ମନିକା ବାତ୍ରା । ଅଧିକ ପଢନ୍ତୁ

World TT C'ships: Manika Batra reaches women's and mixed doubles quarters
World TT C'ships: କ୍ବାର୍ଟର-ଫାଇନାଲରେ ମନିକା ବାତ୍ରା
author img

By

Published : Nov 27, 2021, 10:46 PM IST

ହୋଷ୍ଟନ(ୟୁଏସ): ଚଳିତ ବିଶ୍ବ ଟେବୁଲ ଟେନିସ ଚମ୍ପିଆନସିପ୍‌(World TT C'ships) ୨୦୨୧ରେ ଭାରତର ଦମଦାର ପ୍ରଦର୍ଶନ । ଭାରତୀୟ ଷ୍ଟାର ପାଡଲର ମନିକା ବାତ୍ରା(Manika Batra) ମହିଳା ଓ ମିକ୍ସଡ ଡବଲ୍ସ କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି ।

ମନିକା ଓ ମିକ୍ସଡ ଡବଲ୍ସ ପାର୍ଟନର ଜି ସାଥିୟାନ(G Sathiyan) ଦୁଇଟି ସେଟ୍‌ ପଛରେ ଥାଇ ଜବରଦସ୍ତ କମବ୍ୟାକ ସହ ବିଜୟୀ ହୋଇଥିଲେ । ଚାଇନାର ୱାଙ୍ଗ୍‌ ମାନ୍ୟୁ ଓ USAର କନକ ଝାଙ୍କୁ ରାଉଣ୍ଡ ୧୬ର ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୩-୨(୧୫-୧୭, ୧୦-୧୨, ୧୨-୧୦, ୧୧-୬, ୧୧-୭)ରେ ହରାଇଛନ୍ତି ।

କ୍ବାର୍ଟରରେ ଭାରତୀୟ ଯୋଡି ବିଶ୍ବ ମାନ୍ୟତାର ୩୦ ନମ୍ବର ସ୍ଥାନରେ ଥିବା ଜାପାନର ହିନା ହୟାତା ଓ ତୋମକଜୁ ହରିମୋଟୋଙ୍କୁ ଭେଟିବେ ।

ଅନ୍ୟପଟେ ମହିଳା ଡବଲ୍ସ ଇଭେଣ୍ଟରେ ମନିକା ଓ ଅର୍ଚ୍ଚନା କମାନ୍ତ ହଙ୍ଗେରୀର ଦୋରା ମାଦାରାସଜ ଓ ଗର୍ଜିଆନା ପୋଟାଙ୍କୁ ୩-୧(୧୧-୪, ୧୧-୯, ୬-୧୧, ୧୧-୭)ରେ ହରାଇଛନ୍ତି । କ୍ବାର୍ଟର ମୁକାବିଲାରେ Luxembourgର ସାରା ଦେ ନୁଟେ ଓ ଜିଆ ଲିଆମ ନିଙ୍କୁ ଭେଟିବେ ।

ତେବେ ଅନ୍ୟତମ ଭାରତୀୟ ମିକ୍ସଡ ଡବଲ୍ସ ଯୋଡି ସରଥ କମଲ ଓ ଅର୍ଚ୍ଚନା କମଥ ରାଉଣ୍ଡ ୧୬ ମ୍ୟାଚ୍‌ରେ ଫ୍ରେଞ୍ଚ୍‌ ଯୋଡିଙ୍କୁ ଠାରୁ ୦-୩(୪-୧୧, ୮-୧୧, ୫-୧୧)ରେ ପରାସ୍ତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.