ହାଇଦ୍ରାବାଦ: ଭାରତୀୟ ପୁରୁଷ ଟେବୁଲ ଟେନିସ ଦଳ ବିଶ୍ବ ଟେବୁଲ ଟେନିସ ଚମ୍ପିଆନସିପରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଏହି ପୁରୁଷ ଟେବୁଲ ଟେନିସ ଦଳ ଗ୍ରୁପ ଷ୍ଟେଜ ମୁକାବିଲାରେ ଟେବୁଲ ଟେନିସରେ ଦୁଇ ନମ୍ବର ମାନ୍ୟତା ହାସଲ କରିଥିବା ଜର୍ମାନୀକୁ ୩-୧ରେ ପରାସ୍ତ କରିଛି । ବିଶ୍ବ ଟେବୁଲ ଟେନିସ ଚମ୍ପିଆନସିପରେ ଭାରତୀୟ ଟେବୁଲ ଟେନିସ ତାରକା ଜି ସାଥିଆନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ଜି ସାଥିଆନ ଗ୍ରୁପ ଷ୍ଟେଜରେ ଖେଳାଯାଇଥିବା ସିଙ୍ଗଲ୍ସ ଇଭେଣ୍ଟରେ ଦମଦାର ବିଜୟ ହାସଲ କରିଛନ୍ତି । ସେହିପରି ଟେନିସ ଖେଳାଳି ମାନବ ଠକ୍କର ମଧ୍ୟ ଗ୍ରୁପ ଷ୍ଟେଜ ମୁକାବିଲାରେ ବିଜୟ ହାସଲ କରିଛନ୍ତି । କିନ୍ତୁ ଟେନିସ ଖେଳାଳି ହରମିତ ଦେସାଇଙ୍କୁ ନିରାଶ ହେବାକୁ ପଡିଛି ।
-
Sathiyan Gnanasekaran completes Team' India's 3️⃣-1️⃣ victory over Team Germany after a close fight with Dang Qiu 🤯#Chengdu2022 comes to you LIVE 👉 https://t.co/n3fDYgyyrp, https://t.co/obRmtFmiao or the #WTT App! pic.twitter.com/ipEcrpZ8uK
— World Table Tennis (@WTTGlobal) October 2, 2022 " class="align-text-top noRightClick twitterSection" data="
">Sathiyan Gnanasekaran completes Team' India's 3️⃣-1️⃣ victory over Team Germany after a close fight with Dang Qiu 🤯#Chengdu2022 comes to you LIVE 👉 https://t.co/n3fDYgyyrp, https://t.co/obRmtFmiao or the #WTT App! pic.twitter.com/ipEcrpZ8uK
— World Table Tennis (@WTTGlobal) October 2, 2022Sathiyan Gnanasekaran completes Team' India's 3️⃣-1️⃣ victory over Team Germany after a close fight with Dang Qiu 🤯#Chengdu2022 comes to you LIVE 👉 https://t.co/n3fDYgyyrp, https://t.co/obRmtFmiao or the #WTT App! pic.twitter.com/ipEcrpZ8uK
— World Table Tennis (@WTTGlobal) October 2, 2022
ଟେବୁଲ ଟେନିସ ତାରକା ଜି ସାଥିଆନ ସିଙ୍ଗଲ୍ସ ଇଭେଣ୍ଟର ପ୍ରଥମ ଦୁଇଟି ମ୍ୟାଚରେ ବିଫଳ ରହିଥିଲେ । ଏହାପରେ ସେ ଜବରଦସ୍ତ କମବ୍ୟାକ କରିଥିଲେ । ଜର୍ମାନୀର ପ୍ରତିଦ୍ବନ୍ଦୀ ଡୁଡା ବେନେଡିକତଙ୍କୁ ସେ ୧୧-୧୩, ୪-୧୧, ୧୧-୮, ୧୧-୪, ୧୧-୯ ପଏଣ୍ଟରରେ ହରାଇଥିଲେ । ସେହିପରି ପରବର୍ତ୍ତୀ ସିଙ୍ଗଲ୍ସ ରାଉଣ୍ଡରେ ଜର୍ମାନୀର ଡାଙ୍ଗ କ୍ୟୁଙ୍କୁ ୧୦-୧୨, ୭-୧୧, ୧୧-୮, ୧୧-୮ ଏବଂ ୧୧-୯ ପଏଣ୍ଟରରେ ହରାଇ ବିଜୟ ହାସଲ କରିଥିଲେ ।
ସେହିପରି ଭାରତୀୟ ଟେନିସ ଖେଳାଳି ହରମିତ ଦେସାଇ ଏବଂ ଜର୍ମାନୀର ଡାଙ୍ଗ କ୍ୟୁ ସହିତ ମୁକାବିଲା ହୋଇଥିଲା । ଯେଉଁଥିରେ ହରମିତ ଦେସାଇଙ୍କୁ ଡାଙ୍ଗ କ୍ୟୁଙ୍କ ଠାରୁ ପରାସ୍ତ ହେବାକୁ ପଡିଛି । ଜର୍ମାନୀର ଡାଙ୍ଗ କ୍ୟୁ ୭-୧୧, ୯-୧୧, ୧୩-୧୧, ୩-୧୧ ପଏଣ୍ଟରରେ ଭାରତୀୟ ଟେନିସ ଖେଳାଳି ହରମିତ ଦେସାଇଙ୍କୁ ପରାସ୍ତ କରିଛନ୍ତି । ହେଲେ ଭାରତୀୟ ଟେନିସ ଖେଳାଳି ମାନବ ଠକ୍କର ଜର୍ମାନୀର ପ୍ରତିଦ୍ବନ୍ଦୀ ରିକାର୍ଡୋ ୱଲଥୋରକୁ ହରାଇ ଗ୍ରୁପ ଷ୍ଟେଜ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ମାନବ ଠକ୍କର ୧୩-୧୧, ୬-୧୧, ୧୧-୮, ୧୨-୧୦ ପଏଣ୍ଟରରେ ରିକାର୍ଡୋ ୱଲଥୋରଙ୍କୁ ପରାସ୍ତ କରିଛନ୍ତି ।