ଲଣ୍ଡନ: ଚଳିତ ବର୍ଷ ୱିମ୍ବଲଡନ ଟୁର୍ଣ୍ଣାମେଣ୍ଟରୁ ବାସନ୍ଦ ହୋଇପାରନ୍ତି ଋଷୀୟ ଟେନିସ ଖେଳାଳି ତଥା ବର୍ତ୍ତମାନର ବିଶ୍ବ ନମ୍ବର ୨ ଡାନିଲ ମେଡଭେଡେବ । mirror.co.uk. ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଋଷିଆ ରାଷ୍ଟ୍ରପତି ଭ୍ଲାମିଦିର ପୁତିନଙ୍କ ୟୁକ୍ରେନ ବିଜୟ ଆଭିମୁଖ୍ୟ ବାସନ୍ଦର କାରଣ ହୋଇପାରେ ।
ୟୁକ୍ରେନ ଉପରେ ଋଷିଆର ଆକ୍ରୋଶ ସ୍ଥିତିକୁ ଦୃଷ୍ଟିରେ ରଖି ଋଷୀୟ ଖେଳାଳିଙ୍କୁ ପତାକା କିମ୍ବା ଜାତୀୟ ସଂଗୀତ ବିନା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଅନୁମତି ମିଳିଛି, ମାତ୍ର ଅଲ ଇଂଲଣ୍ଡ କ୍ଲବ, ମେଡଭେଡେଭ ସମେତ ଏକାଧିକ ଋଷିଆନ ଟେନିସ ଖେଳାଳିଙ୍କ ଉପରେ କଠୋର ପଦକ୍ଷେପ ଗ୍ରହଣ କରିପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି ।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅଲ ଇଂଲଣ୍ଡ କ୍ଳବ ଟୁର୍ଣ୍ଣାମେଣ୍ଟର ନିରପେକ୍ଷ ମାନ୍ୟତା ବଜାୟ ରଖିବାକୁ ପ୍ରତିବଦ୍ଧ । ସେଥିପାଇଁ ପୁତିନଙ୍କ ନରସଂହାର ଆଭିମୁଖ୍ୟକୁ ନିନ୍ଦା କରିନଥିବା ଓ ଆଇନ ଅନୁଯାୟୀ ନିଷ୍ପତିକୁ ସାମ୍ନା କରିନଥିବା ଋଷିଆନ ଖେଳାଳି ଉପରେ ପ୍ରତିବନ୍ଧବ ଲଗାଇପାରେ । ଅଲ୍ ଇଂଲଣ୍ଡ ଲନ୍ ଟେନିସ ଓ କ୍ରୋକେଟ କ୍ଳବ(AELTC) ର ଜଣେ ମୁଖ୍ୟପାତ୍ର ଏହା ସ୍ପଷ୍ଟ କରିଛନ୍ତି ଯେ, ଚାମ୍ପିୟନସିପ ଋଷୀୟ ଖେଳାଳିଙ୍କୁ ସାମ୍ନାକୁ ଆସି ପୁତିନଙ୍କ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କଲେ ୱିମ୍ବଲଡନରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ ବୋଲି କହିପାରେ ।
IANS