ETV Bharat / sports

World Championships: ଫାଇନାଲରେ ମୁରଲୀ ଶ୍ରୀଶଙ୍କର - ମୁରଲୀ ଶ୍ରୀଶଙ୍କର

ଭାରତୀୟ ଲଙ୍ଗ ଜମ୍ପର ମୁରଲୀ ଶ୍ରୀଶଙ୍କର ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପରେ ଫାଇନାଲରେ ପ୍ରବେଶ କରିଛନ୍ତି । ଏହି ମ୍ୟାଚରେ ଗ୍ରୁପ ବିରେ କ୍ବାଲିଫିକେସନ ରାଉଣ୍ଡରେ ମୁରଲୀ ଶ୍ରୀଶଙ୍କର 8 ମିଟର ଲମ୍ବ ଡିଆଁ ମାରିଛନ୍ତି । ଏନେଇ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ମୁରଲୀ ଶ୍ରୀଶଙ୍କରଙ୍କୁ ଫାଇନାଲ ମ୍ୟାଚ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

World Championships: 8 ମିଟର ଲମ୍ବ ଡିଆଁ ମାରି ମୁରଲୀ ଶ୍ରୀଶଙ୍କରଙ୍କ ଫାଇନାଲରେ ପ୍ରବେଶ

author img

By

Published : Jul 17, 2022, 7:31 AM IST

ହାଇଦ୍ରାବାଦ: ଭାରତୀୟ ଲଙ୍ଗ ଜମ୍ପର ମୁରଲୀ ଶ୍ରୀଶଙ୍କର ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପରେ ଫାଇନାଲରେ ପ୍ରବେଶ କରିଛନ୍ତି । ମୁରଲୀ ଶ୍ରୀଶଙ୍କର ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପରେ ଫାଇନାଲରେ ପ୍ରବେଶ କରିବାର ପ୍ରଥମ ଭାରତୀୟ ପୁରୁଷ ଲଙ୍ଗ ଜମ୍ପର ହୋଇଛନ୍ତି । ଏହି ମ୍ୟାଚରେ ଗ୍ରୁପ ବିରେ କ୍ବାଲିଫିକେସନ ରାଉଣ୍ଡରେ ମୁରଲୀ ଶ୍ରୀଶଙ୍କର 8 ମିଟର ଲମ୍ବ ଡିଆଁ ମାରିଛନ୍ତି । ଏନେଇ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ମୁରଲୀ ଶ୍ରୀଶଙ୍କରଙ୍କୁ ଫାଇନାଲ ମ୍ୟାଚ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

  • #TOPScheme athlete Murali Sreeshankar becomes the 1st Indian to qualify for the final of the men's long jump at the World Championships with a best jump of 8m!

    Lets wish him the best for the Final at @WCHoregon22 ! pic.twitter.com/DqLGesdOnf

    — Anurag Thakur (@ianuragthakur) July 16, 2022 " class="align-text-top noRightClick twitterSection" data=" ">

ଗ୍ରୁପ ଏ ଏବଂ ଗ୍ରୁପ ବିରେ 8.15 ମିଟର ଲମ୍ବଡିଆଁ ମାରି ଉତ୍ତମ ପ୍ରଦର୍ଶନ କରିଥିବା 12 ସର୍ବଶ୍ରେଷ୍ଠ ଖେଳାଳୀ ରବିବାର ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ ପାଇଁ ପ୍ରସ୍ତୁତ ରହିଛନ୍ତି । ଭାରତୀୟ ଲଙ୍ଗ ଜମ୍ପର ଶ୍ରୀଶଙ୍କର 8.15 ମିଟର ଲମ୍ବଡିଆଁରେ ଛୁଇଁ ନ ପାରିଲେ ମଧ୍ୟ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା 12 ଖେଳାଳି ମାନଙ୍କ ମଧ୍ୟରୁ ଫାଇନାଲ ମ୍ୟାଚ ପାଇଁ ନିଜର ସ୍ଥାନ ପକ୍କା କରିଛନ୍ତି ।

23 ବର୍ଷୀୟ ମୁରଲୀ ଶ୍ରୀଶଙ୍କର ଏପ୍ରିଲରେ ଖେଳାଯାଇଥିବା ଫେଡେରେସନ ବିଶ୍ବକପରେ 8.36 ମିଟର ଲମ୍ବଡିଆଁ ମାରିଥିଲେ । ଏହା ସହିତ ଗ୍ରୀସ ଏବଂ ରାଷ୍ଟ୍ରୀୟ ଅନ୍ତର-ରାଜ୍ୟ ଚମ୍ପିଆନସିପରେ କ୍ରମଶଃ 8.31 ମିଟର ଏବଂ 8.23 ମିଟର ଲମ୍ବଡିଆଁ ମାରିଥିଲେ ।

ଅଞ୍ଜୁ ବୋବି ଜର୍ଜ ବିଶ୍ବ ଚମ୍ପିଆନସିପରେ ଲମ୍ବ ଡିଆଁରେ ଫାଇନାଲରେ ପହଞ୍ଚିବାରେ ପ୍ରଥମ ଭାରତୀୟ ଥିଲେ । ଏହା ସହିତ ପ୍ୟାରିସରେ 2003 ସଂସ୍କରଣରେ ବ୍ରୋଞ୍ଜ ପଦକ ହାସଲ କରିବାରେ ପ୍ରଥମ ଭାରତୀୟ ଥିଲେ । ସେହିପରି ଅନ୍ୟ ଭାରତୀୟ ଆଥଲେଟିକ ଜେସୱିନ ଏଲ୍ଡ୍ରିନ ଏବଂ ମହମ୍ମଦ ଅନୀସ ୟାହିୟା ଗ୍ରୁପ ଏ କ୍ବାଲିଫିକେସନ ରାଉଣ୍ଡରେ କ୍ରମଶଃ 7.79 ମିଟର ଏବଂ 7.73 ମିଟର ଲମ୍ବ ଡିଆଁ ସହିତ 9 ଏବଂ 11 ସ୍ଥାନରେ ରହିବା ପରେ ମଧ୍ୟ ଫାଇନାଲ ମ୍ୟାଚରେ ନିଜର ସ୍ଥାନ ପକ୍କା କରିବାରେ ଅସଫଳ ରହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.