ETV Bharat / sports

ବିଶ୍ବ ବକ୍ସିଂଚମ୍ପିଆନସିପ୍‌: ପ୍ରଥମ ଭାରତୀୟ ଭାବେ ଫାଇନାଲରେ ପହଞ୍ଚିଲେ ଅମିତ ପଙ୍ଗାଲ

ଏଆଇବିଏ ବିଶ୍ବ ବକ୍ସିଂ ଚମ୍ପିଆନସିପରେ ପୁରୁଷ ବର୍ଗର ଫାଇନାଲରେ ପହଞ୍ଚି ପ୍ରଥମ ଭାରତୀୟ ବକ୍ସର ଭାବେ ଇତିହାସ ରଚିଛନ୍ତି ଭାରତୀୟ ଷ୍ଟାର ବକ୍ସର ଅମିତ ପଙ୍ଗାଲ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Sep 20, 2019, 5:36 PM IST

ନୂର-ସୁଲତାନ(କଜାଖସ୍ତାନ): ଭାରତୀୟ ଷ୍ଟାର ବକ୍ସର ଅମିତ ପଙ୍ଗାଲ ଏଆଇବିଏ ବିଶ୍ବ ବକ୍ସିଂ ଚମ୍ପିଆନସିପ୍‌ର ଇତିହାସ ରଚିଛନ୍ତି । ପ୍ରଥମ ଭାରତୀୟ ବକ୍ସର ଭାବେ ଅମିତ୍‌ ପୁରଷ ବର୍ଗର ଫାଇନାଲରେ ପହଞ୍ଚିଛନ୍ତି । ଏଥିସହିତ ଅମିତ୍‌ ପ୍ରତିଯୋଗିତାରେ ରୌପ୍ୟ ପକ୍କା କରିଛନ୍ତି ।

ପ୍ରତିଯୋଗିତାର 52କେଜି ବର୍ଗରେ ସ୍ଥାନୀୟ ବକ୍ସର ସାକେନ ବିଭୋସିନୋଭଙ୍କୁ ସ୍ପ୍ଲିଟ୍‌ ଡିସିସନ ଅନୁସାରେ 3-2 ଗେମରେ ପରାସ୍ତ କରିଛନ୍ତି ଅମିତ । ତେବେ ଆସନ୍ତାକାଲି(ଶନିବାର) ସ୍ବର୍ଣ୍ଣ ପଦକ ପାଇଁ ରୁଷ୍‌ର ଏକାଟେରିନାବର୍ଗରେ ଲଢିବେ ।

ତେବେ ପୂର୍ବରୁ ଏହି ପ୍ରତିଯୋଗିତାର ମାତ୍ର ସେମିଫାଇନାଲ ପର୍ଯ୍ୟନ୍ତ ଉତ୍ତୀର୍ଣ୍ଣ ହୋଇ ପାରିଥିଲେ ବିଜେନ୍ଦର ସିଂ, ବିକାଶ କ୍ରିଷ୍ଣା, ଶିବ ଥାପ୍ପା ଓ ଗୌରଭ ବିଦ୍ଧୁରୀ । ଏମାନଙ୍କୁ ଅତିକ୍ରମ କରି ପ୍ରଥମ ଭାରତୀୟ ଭାବେ ପ୍ରତିଯୋଗିତାର ଫାଇନାଲରେ ପହଞ୍ଚିଛନ୍ତି ଏସିଆନ ଗେମ ଗୋଲ୍ଡ ମୋଡାଲିଷ୍ଟ ଅମିତ୍‌ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.