ETV Bharat / sports

World Athletics Championships: ଫାଇନାଲରେ ନୀରଜ

ବିଶ୍ବ ଆଥଲେଟିକ ଚମ୍ପିଆନସିପରେ ଅଲମ୍ପିକ୍ସ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରାଙ୍କ ଦମଦାର ପ୍ରଦର୍ଶନ । ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ପ୍ରଥମ ଉଦ୍ୟମରେ ପୁରୁଷ ଜାଭଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି ନୀରଜ ।

ଫାଇନାଲରେ ନୀରଜ
ଫାଇନାଲରେ ନୀରଜ
author img

By

Published : Jul 22, 2022, 8:16 AM IST

ନୂଆଦିଲ୍ଲୀ: ବିଶ୍ବ ଆଥଲେଟିକ ଚମ୍ପିଆନସିପରେ ଅଲମ୍ପିକ୍ସ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରାଙ୍କ ଦମଦାର ପ୍ରଦର୍ଶନ । ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ପ୍ରଥମ ଉଦ୍ୟମରେ ପୁରୁଷ ଜାଭଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି ନୀରଜ । ୮୮.୩୯ ମିଟର ଜାଭଲିନ ଫିଙ୍ଗି ଫାଇନାଲରେ ପ୍ରବେଶ କରିଛନ୍ତି ନୀରଜ ଚୋପ୍ରା ।

ଟୋକିଓ ଅଲମ୍ପିକ୍ସରେ ଐତିହାସିକ ସ୍ବର୍ଣ୍ଣ ପଦକ ବିଜେତା ଭାରତର ନୀରଜ ଚୋପ୍ରା ଗୋଟିଏ ପରେ ଗୋଟିଏ ନୂଆ ରେକର୍ଡ ସ୍ଥାପନ କରିଛନ୍ତି । କ୍ରମାଗତ ଭାବରେ ସଫଳତା ହାସଲ କରୁଛନ୍ତି ନୀରଜ । ଜୁନ 1ରେ ଡାଇମଣ୍ଡ ଲିଗରେ 89.94 ମିଟର ଜାଭେଲିନ ଫିଙ୍ଗି ରୌପ୍ୟ ଜିତିଥିଲେ ନୀରଜ । ଫିନଲାଣ୍ଡରେ କୋର୍ଟେନ ଗେମ୍ସ ଜାଭେଲିନ ଥ୍ରୋ ଇଭେଣ୍ଟ ସ୍ବର୍ଣ୍ଣ ପଦକ ମଧ୍ୟ ଜିତିଥିଲେ । ଏହାସହିତ ଫିନଲାଣ୍ଡରେ ଆୟୋଜିତ ପାଭୋ ନୁରମି ଗେନ୍ସରେ ନୂଆ ଜାତୀୟ ରେକର୍ଡ ସହ ରୌପ୍ୟ ପଦକ ହାସଲ କରିଥିଲେ ଭାରତର ଜାଭେଲିନ ତାରକା ନୀରଜ ଚୋପ୍ରା ।

ଆଗକୁ ବର୍ମିଂହାମରେ ରାଜ୍ୟଗୋଷ୍ଠୀ କ୍ରୀଡା ଆରମ୍ଭ ହେବାକୁ ଯାଉଛି । ଜୁନ 28ରୁ ଏହା ଆରମ୍ଭ ହୋଇ ଅଗଷ୍ଟ 8 ଯାଏଁ ଚାଲିବ । ଏଥିରେ ନୀରଜଙ୍କ ପ୍ରଦର୍ଶନ ଉପରେ ନଜର ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.