ହାଇଦ୍ରାବାଦ: ଅଲମ୍ପିକ ଯୋଗ୍ୟତା ପ୍ରକ୍ରିୟାକୁ ସହଜ କରିବାକୁ ୱାର୍ଲ୍ଡ ଆଥଲେଟିକ୍ସ ପକ୍ଷରୁ ନୂଆ ପଦକ୍ଷେପ ନିଆଯାଇଛି । ଏନେଇ ଆଗାମୀ 4ବର୍ଷ ପାଇଁ ନୂତନ ଖସଡା ପ୍ରସ୍ତୁତ କରିଛି ୱାର୍ଲ୍ଡ ଆଥଲେଟିକ୍ସ ।
ୱାର୍ଲ୍ଡ ଆଥଲେଟିକ୍ସ ବୈଠକରେ 214 ସଦସ୍ୟ ଅନଲାଇନ ଏନେଇ ନିଷ୍ପତି ନେଇଛନ୍ତି । ଆସନ୍ତା ବର୍ଷ ହେବାକୁ ଥିବା ଟୋକିଓ ଅଲମ୍ପିକ୍ସ ଯୋଗ୍ୟତା ଅର୍ଜନ ନେଇ ନୂଆ ଘୋଷଣା କରାଯାଇଛି ।
ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ସମୟକୁ ଏପ୍ରିଲ 6ରୁ ବାତିଲ କରାଯାଇଛି । ଏଥିସହିତ ଡିସେମ୍ବର ପହିଲାରୁ ଇଭେଣ୍ଟ ଆରମ୍ଭ ନେଇ ଘୋଷଣା ହୋଇଛି ।
ମହାମାରୀ କୋରୋନା ଭାଇରସ ଯୋଗୁଁ 2020 ଟୋକିଓ ଅଲମ୍ପିକ୍ସକୁ ଆସନ୍ତାବର୍ଷକୁ ଘୁଞ୍ଚାଇ ଦିଆଯାଇଛି । 2021 ଜୁଲାଇ 23 ରୁ ଅଗଷ୍ଟ 8 ପର୍ଯ୍ୟନ୍ତ ବିଶ୍ବକ୍ରୀଡାର ଏହି ମେଗା ଇଭେଣ୍ଟ ଖେଳାଯିବା ନେଇ ସ୍ଥିର ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ