ETV Bharat / sports

World Archery Youth C'Ship: ସ୍ବର୍ଣ୍ଣରେ ଚମକିଲେ ଭାରତୀୟ ରିକର୍ଭ ତୀରନ୍ଦାଜ ତାରକା

author img

By

Published : Aug 15, 2021, 7:09 PM IST

ଭାରତୀୟ କାଡେଟ୍‌(U-18) ରିକର୍ଭ ତୀରନ୍ଦାଜ ତାରକାଙ୍କ ଜବରଦସ୍ତ ପ୍ରଦର୍ଶନ । ଅଧିକ ପଢନ୍ତୁ...

World Archery Youth C'Ship: India win gold in recurve cadet mixed and men's team event
ଟିମ ଇଣ୍ଡିଆ U-18 ମିକ୍ସଡ ବିଶ୍ବ ଚମ୍ପିଆନ

ଲଣ୍ଡନ: ଭାରତୀୟ କାଡେଟ୍‌(U-18) ରିକର୍ଭ ତୀରନ୍ଦାଜ ତାରକାଙ୍କ ଜବରଦସ୍ତ ପ୍ରଦର୍ଶନ । ଚଳିତ ବିଶ୍ବ ୟୁଥ୍‌ ଚମ୍ପିଆନସିପ୍‌ର ପୁରୁଷ ଓ ମିକ୍ସଡ ଟିମ ଇଭେଣ୍ଟରେ ସ୍ବର୍ଣ୍ଣ ବିଜେତା ହୋଇଛି ଭାରତ । U-18 ପୁରୁଷ ରିକର୍ଭ ଟିମ ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚରେ ଫ୍ରାନ୍ସକୁ 5-3ରେ ହରାଇ ବିଶାଲ ଚଙ୍ଗମଇ, ଭିକି ରୁହାଲ ଓ ଅମିତ କୁମାର ସ୍ବର୍ଣ୍ଣ ବିଜେତା ହୋଇଛନ୍ତି ।

ଚଙ୍ଗମଇ ପେ ତମନ୍ନାଙ୍କ ସହିତ ମିକ୍ସଡ ଟିମ ଇଭେଣ୍ଟ ଫାଇନାଲରେ ମଧ୍ୟ କମାଲ କରିଥିଲେ । ଜାପାନକୁ 6-2 ପଏଣ୍ଟ ବ୍ୟବଧାନରେ ହରାଇ ସହଜ ବିଜୟ ହାସଲ ସହ ଦିନର ଦ୍ବିତୀୟ ସ୍ବର୍ଣ୍ଣ ଭାରତ ପାଇଁ ଜିତିଥିଲେ ।

ସେହିପରି ଭାରତୀୟ ମହିଳା U18 ଟିମ ମଞ୍ଜିରି ଆଲୋନ, ଅଭାନି ଓ ତମନ୍ନା, ଜର୍ମାନୀକୁ 5-3 ରେ ହରାଇ କାଂସ୍ୟ ପଦକ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.