ETV Bharat / sports

'ବିଶ୍ବ ଚମ୍ପିଆନସିପ ପାଇଁ ରବି ଦହିୟାଙ୍କୁ ବାଧ୍ୟ କରାଯିବ ନାହିଁ' - Wrestling Federation of India

ଟୋକିଓ ଅଲମ୍ପିକ୍ସ ରୌପ୍ୟ ପଦକ ବିଜେତା କୁସ୍ତି ଖେଳାଳି ରବି ଦହିୟାଙ୍କୁ ବିଶ୍ବ କୁସ୍ତି ଚମ୍ପିଆନସିପରେ ଭାଗ ନେବାକୁ ବାଧ୍ୟ କରାଯିବ ନାହିଁ । ଅଧିକ ପଢ଼ନ୍ତୁ...

'ବିଶ୍ବ ଚମ୍ପିଆନସିପ ପାଇଁ ରବି ଦହିୟାଙ୍କୁ ବାଧ୍ୟ କରାଯିବ ନାହିଁ'

author img

By

Published : Aug 26, 2021, 6:52 PM IST

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସ ରୌପ୍ୟ ପଦକ ବିଜେତା କୁସ୍ତି ଖେଳାଳି ରବି ଦହିୟାଙ୍କୁ ବିଶ୍ବ କୁସ୍ତି ଚମ୍ପିଆନସିପରେ ଭାଗ ନେବାକୁ ବାଧ୍ୟ କରାଯିବ ନାହିଁ । ଏହାକୁ ନେଇ ସୂଚନା ଦେଇଛନ୍ତି ଭାରତୀୟ କୁସ୍ତି ଫେଡେରେସନର ଜଣେ ଅଧିକାରୀ । ବିଶ୍ବ କୁସ୍ତି ଚମ୍ପିଆନସିପରେ ରବି ଦହିୟା ଭାଗ ନେବେ ନାହିଁ ବୋଲି ଆଲୋଚନା ହୋଇଥିଲା ।

ବିଶ୍ବ କୁସ୍ତି ଚମ୍ପିଆନସିପ ପାଇଁ ପ୍ରସ୍ତୁତି କରିବାକୁ ରବି ଦହିୟାଙ୍କୁ ସମୟ ମିଳିନାହଁ । ଏଥିପାଇଁ ସେ ଏହି ଚମ୍ପିଆନସିପରେ ଭାଗ ନେବେ ନାହିଁ ବୋଲି ଆଲୋଚନା ହେଉଥିଲା । ଆଗାମୀ ସପ୍ତାହରୁ ବିଶ୍ବ ଚମ୍ପିଆନସିପ ପାଇଁ କୁସ୍ତି ଖେଳାଳିଙ୍କ ଚୟନ ପକ୍ରିୟା ଆରମ୍ଭ କରିବ ଭାରତୀୟ କୁସ୍ତି ଫେଡରେସନ । ନରୱେର ଓସ୍ଲୋରେ ହେବାକୁ ଥିବା ଏହି ଚମ୍ପିଆନସିପର ଟ୍ରାଏଲ ଆଗାମୀ ସପ୍ତାହ ଗୁରୁବାର ଦିନଠାରୁ ଆରମ୍ଭ କରାଯିବ ।

ଅକ୍ଟୋବର ୨ରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି ଟ୍ରାଏଲ ହେବ । ତେବେ ଟ୍ରାଏଲରେ ଦହିୟା ଭାଗ ନେବେ କି ନାହିଁ ତାହା ସେ ନିଜେ ନିଷ୍ପତ୍ତି ନେବେ । ଚମ୍ପିଆନସିପରେ ଭାଗ ନେବାକୁ ତାଙ୍କ ଉପରେ କୌଣସି ଚାପ ପକାଯିବ ନାହିଁ ବୋଲି କହିଛନ୍ତି ଭାରତୀୟ କୁସ୍ତି ଫେଡରେସନର ଜଣେ ଅଧିକାରୀ ।

ଅଧିକୀର ଜଣକ କହିଛନ୍ତି ଯେ, "ଟୋକିଓ ଅଲମ୍ପିକ୍ସରେ ଭାଗ ନେଇ ଫେରିଥିବା ଖେଳାଳି କ୍ଲାନ୍ତ ଥିବେ । ଏହା ଆମେ ଚିନ୍ତା କରି ପାରୁଛୁ । ସେ ଫେରିବା ପରେ ବିଶ୍ରାମ କରିବାକୁ ସମୟ ପାରି ନାହାନ୍ତି । ଏହାର କାରଣ ହେଉଛି ଟୋକିଓରୁ ପଦକ ବଜୟୀ ହୋଇ ଫେରିଥିବା ଅଧିକାଂଶ ଖେଳାଳି ନାନା ସମ୍ବର୍ଦ୍ଧନା ସଭାରେ ଯୋଗ ଦେବାକୁ ପଡ଼ିଛି । ଏଥିରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଦିଆଯାଇଥିବା ସମ୍ବର୍ଦ୍ଧନା ସଭା ବି ସାମିଲ ରହିଛି । ରବି ଦହିୟା ଜଣେ ନମ୍ର ବ୍ୟକ୍ତି, ସେ କାହାକୁ ନା କହିବା ଜାଣନ୍ତି ନାହିଁ । ତେବେ ସେ ଟ୍ରାଏଲ ଦେବାକୁ ମଧ୍ୟ ଆସିବେ । କିନ୍ତୁ ବର୍ତ୍ତମାନ ସେ ଟିକେ ଥକି ପଡ଼ିଛନ୍ତି ଓ ଅଭ୍ୟାସ କରିବାକୁ ସମୟ ପାଇ ପାରିନାହାନ୍ତି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.