ନୂଆଦିଲ୍ଲୀ: ଜାପାନରେ ଚାଲିଥିବା ମହିଳା ହକି ଜୁନିୟର ଏସିଆ କପରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଛି । ଅନ୍ତିମ ଲିଗ ମ୍ୟାଚରେ ଚାଇନିଜ ତାଇପେଇକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ଭାରତ । ଚାଇନିଜ ତାଇପେଇ ବିପକ୍ଷରେ 11-0 ବୃହତ ବିଜୟ ହାସଲ କରି ସେମି ଫାଇନାଲରେ ସ୍ଥାନ ପକ୍କା କରିଛି ଦଳ । ସେମିଫାଇନାଲରେ ଜାପାନକୁ ଭେଟିବ ଭାରତ । ଏହି ବିଜୟ ସହ ପୁଏ-ଏରେ ଶୀର୍ଷ ସ୍ଥାନରେ ରହିଛି ଟିମ ଇଣ୍ଡିଆ ।
-
India recorded a remarkable 11-0 victory over Chinese Taipei with to confirm their place in the Semi-Finals of the Women’s Junior Asia Cup 2023 and finish the Pool A as table toppers.#HockeyIndia #IndiaKaGame #AsiaCup2023 pic.twitter.com/NZNZNGRsto
— Hockey India (@TheHockeyIndia) June 8, 2023 " class="align-text-top noRightClick twitterSection" data="
">India recorded a remarkable 11-0 victory over Chinese Taipei with to confirm their place in the Semi-Finals of the Women’s Junior Asia Cup 2023 and finish the Pool A as table toppers.#HockeyIndia #IndiaKaGame #AsiaCup2023 pic.twitter.com/NZNZNGRsto
— Hockey India (@TheHockeyIndia) June 8, 2023India recorded a remarkable 11-0 victory over Chinese Taipei with to confirm their place in the Semi-Finals of the Women’s Junior Asia Cup 2023 and finish the Pool A as table toppers.#HockeyIndia #IndiaKaGame #AsiaCup2023 pic.twitter.com/NZNZNGRsto
— Hockey India (@TheHockeyIndia) June 8, 2023
ମ୍ୟାଚ ଆରମ୍ଭରୁ ଶେଷ ଯାଏଁ ଭାରତ ଆଧିପତ୍ୟ ବିସ୍ତାର କରିଥିଲା । ଗୋଲ ପରେ ଗୋଲ ବର୍ଷା କରିଥିଲା । ଭାରତୀୟ ଖେଳାଳିଙ୍କ ଆଟାକରେ ଗୋଲ କରିବାକୁ ସୁଯୋଗ ଖୋଜୁଥିବା ଚାଇନିଜ ତାଇପେଇ ବିଫଳ ହୋଇଥିବା । ଦଳ ଗୋଟିଏ ବି ଗୋଲ କରିପାରିନଥିଲା । ମ୍ୟାଚରେ ଅନୁ ଦଶମ ଓ 52 ମିନିଟରେ 2ଟି ଗୋଲ ସ୍କୋର କରିଥିଲେ । ବୈଷ୍ଣବୀ ବିଥାଲ ଫାଲକେ ପ୍ରଥମ, ଦୀପିକା ତୃତୀୟ ଓ ଋତୁଜା 12 ତମ, ନୀଲମ 19ତମ, ମଞ୍ଜୁ 33 ତମ, ଦୀପିକା 46ତମ ଏବଂ ମୁମତାଜ 55ତମ ମିନିଟରେ ଗୋଲ ସ୍କୋର କରିଥିଲେ ।
ସେହିପରି ଓଡିଶା ଖେଳାଳି ସୁନେଲିତା 43 ଓ 57 ମିନିଟରେ ଡବଲ ଗୋଲ କରିଥିଲେ । ଗୋଲ ପରିଶୋଧ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲା ଚାଇନିଜ ତାଇପେଇ ମାତ୍ର ସଫଳ ହୋଇନଥିଲା । ପୁଲି-ବିର ଏକ ମ୍ୟାଚରେ ଜାପାନ କାଜାଖସ୍ତାନକୁ 8-0ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ଭାରତ ସେମି ସମରରେ ଜାପାନକୁ ଭେଟିବ ।
ଓଡିଆ ଖେଳାଳି ସୁନେଲିତାଙ୍କ 2 ଗୋଲ: ଭାରତ ତାର ଶେଷ ଲିଗ ମ୍ୟାଚରେ ଚାଇନିଜ ତାଇପେଇ ବିପକ୍ଷରେ ଆଧିପତ୍ୟ ବିସ୍ତାର କରିଥିଲା । ଚାଇନିଜ ତାଇପେଇ ଖାତା ଖୋଲି ପାରିନଥିଲା । ଭାରତ ଗୋଟିଏ ପରେ ଗୋଟିଏ ଗୋଲ ସ୍କୋର କରିଥିଲା । ଓଡିଆ ଖେଳାଳି 16 ବର୍ଷୀୟ ଫରୱାର୍ଡ ସୁନେଲିତା ଟପ୍ପୋ 45 ଓ 57ତମ ମିନିଟରେ ଦୁଇଟି ଗୋଲ ସ୍କୋର କରିଥିଲେ ।
ଏହା ବି ପଢନ୍ତୁ...WTC Final Day 2 Stumps: ଅଷ୍ଟ୍ରେଲିଆର ଆକ୍ରାମକ ବୋଲିଂରେ ଟପ୍ ଅର୍ଡର ଧ୍ୱସ୍ତ, ଭାରତ ୧୫୧/୫
ଏହା ବି ପଢନ୍ତୁ...ଆଜିଠୁ ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟବଲ, ମଙ୍ଗୋଲିଆକୁ ଭେଟିବ ଭାରତ
ପ୍ରକାଶଥାଉ କି, ଜୁନ 3 ତାରିଖରେ ମହିଳା ହକି ଜୁନିୟର ଏସିଆ କପରେ ଭାରତ ତାର ପ୍ରଥମ ମ୍ୟାଚରେ ଉଜବେଗିସ୍ତାନକୁ ଭେଟିଥିଲା । ଏହି ମ୍ୟାଚରେ 22-0 ଗୋଲର ବଡ ବିଜୟ ସହ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ହକି ଦଳ । ଏହି ବିଜୟ ସହ ଭାରତ ପୁଲ-ଏ'ରେ ଶୀର୍ଷ ସ୍ଥାନ ବଜାୟ ରଖିଛି । ଦ୍ବିତୀୟ ମ୍ୟାଚରେ ମାଲେସିଆକୁ ଭେଟିଥିଲା ଭାରତ । ଏଥିରେ 2-1ରେ ମ୍ୟାଚ କବଜାକୁ ନେଇଥିଲା ଭାରତ । ତୃତୀୟ ମ୍ୟାଚରେ କୋରିଆକୁ ଭେଟିଥିଲା ଭାରତ । ଏହି ମ୍ୟାଚ 2-2ରେ ଡ୍ର ହୋଇଥିଲା ।